ବଦଳିବ ରାହୁଲଙ୍କ ଠିକଣା, ଶନିବାର ଖାଲି କରିବେ ସରକାରୀ ଆବାସ
ନୂଆଦିଲ୍ଲୀ : ମୋଦୀ ସରନେମ୍ ମାମଲାରେ ଫସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଦଳିବ ଠିକଣା । ଶନିବାର ଠାରୁ ନୂଆ ଠିକଣାରେ ରହିବେ ରାହୁଲ । ଆସନ୍ତାକାଲି ସେ ତାଙ୍କର ସରକାରୀ ଆବାସ ଖାଲି କରିଦେବେ । ଏ ନେଇ ତାଙ୍କୁ ପୂର୍ବରୁ ନୋଟିସ୍ ମିଳିଥିଲା ।

ଆପଣଙ୍କୁ କହିରଖୁଛୁ ଯେ ମାର୍ଚ୍ଚ 27 ରେ ରାହୁଲ ଗାନ୍ଧୀ ବଙ୍ଗଳା ଖାଲି କରିବାକୁ ନୋଟିସ ପାଇଥିଲେ । ଗୁଜୁରାଟ କୋର୍ଟ କଂଗ୍ରେସ ନେତାଙ୍କୁ ମୋଦୀ ସରନେମ୍ ମାମଲାରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ । ଏହା ପରେ ରାହୁଲ ସଂସଦ ସଦସ୍ୟତା ପଦ ହରାଇଥିଲେ ।
ଏହା ପରେ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ରାହୁଲ ସୁରଟ ସେସନ୍ କୋର୍ଟରେ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଗତକାଲି ଏହି ଆବେଦନ ଖାରଜ କରିବା ସହ ଦଣ୍ଡାଦେଶ କାଏମ ରଖିଛନ୍ତି । ବର୍ତ୍ତମାନ ରାହୁଲଙ୍କ ଆଗରେ ଅନ୍ୟ ବିକଳ୍ପ ହେଉଛି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରିବେ । କିନ୍ତୁ ସର୍ବଶେଷରେ ଯଦି ଦଣ୍ଡାଦେଶ କାଏମ ରହେ ତେବେ ରାହୁଲ ଆଠ ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢିପାରିବେ ନାହିଁ ।












Click it and Unblock the Notifications