ସୋନିଆଙ୍କ ଅସୁସ୍ଥତାକୁ ଦର୍ଶାଇ ଇଡିକୁ ଚିଠି ଲେଖିଲେ ରାହୁଲ ଗାନ୍ଧୀ, ମାଗିଲେ ବ୍ରେକ୍

ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଇଡିଙ୍କୁ ଲେଖିଛନ୍ତି ଯେ ତାଙ୍କର ଚିକିତ୍ସା ଏବଂ ଯତ୍ନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜୁନ୍ 17 (ଶୁକ୍ରବାର) ରେ ପଚରାଉଚରା କିଛି ଦିନ ପାଇଁ ସ୍ଥଗିତ ରଖାଯାଉ ।

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କିଛି ଦିନ ଧରି ଚାଲିଥିବା ପଚରାଉଚରାକୁ ସ୍ଥଗିତ ରଖିବାକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) କୁ ନିବେଦନ କରିଛନ୍ତି । ତାଙ୍କ ମା ଏବଂ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ଅସୁସ୍ଥତା ହେତୁ ରାହୁଲ କେନ୍ଦ୍ରୀୟ ଏଜେନ୍ସିକୁ ଏହି ଅନୁରୋଧ କରିଛନ୍ତି । ରାହୁଲ ଗାନ୍ଧୀ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଇଡିଙ୍କୁ ଲେଖିଛନ୍ତି ଯେ ତାଙ୍କର ଚିକିତ୍ସା ଏବଂ ଯତ୍ନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜୁନ୍ 17 (ଶୁକ୍ରବାର) ରେ ପଚରାଉଚରା କିଛି ଦିନ ପାଇଁ ସ୍ଥଗିତ ରଖାଯାଉ ।

rahul Gandhi

ରାହୁଲ ଗାନ୍ଧୀ ଅନୁସନ୍ଧାନକାରୀ ସଂସ୍ଥାକୁ ଲେଖିଥିବା ଏକ ପତ୍ରରେ କହିଛନ୍ତି ଯେ ଜୁନ୍ 17 ରେ ପଚରାଉଚରା ପ୍ରକ୍ରିୟାରେ ଯୋଗଦେବାରେ ସେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାଙ୍କ ମାଆ ସୋନିଆ ଗାନ୍ଧୀଙ୍କ ଯତ୍ନ ନେବା ପାଇଁ ତାଙ୍କୁ କିଛି ଦିନ ଧରି ପଚରାଉଚରା ପ୍ରକ୍ରିୟା ବନ୍ଦ କରାଯିବା ଉଚିତ୍ ।

ଆପଣଙ୍କୁ କହି ରଖୁଛୁ 75 ବର୍ଷିୟା ସୋନିଆ ଗାନ୍ଧୀ ଚଳିତ ମାସ ଆରମ୍ଭରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଦିଲ୍ଲୀର ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୋଟିଏ ପଟେ ସୋନିଆ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟପଟେ ରାହୁଲ ଗାନ୍ଧୀଙ୍କୁ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ପଚରାଉଚରା ଜାରି ରହିଛି ।
ଏହି ସପ୍ତାହରେ କ୍ରମାଗତ ତିନି ଦିନ (ଜୁନ୍ 13,14,15), ଇଡି ରାହୁଲ ଗାନ୍ଧୀଙ୍କୁ ଅନେକ ଘଣ୍ଟା ଧରି ପଚାରାଉଚୁରା କରିଛି । ତାଙ୍କୁ ତିନି ଦିନ ମଧ୍ୟରେ ପ୍ରାୟ 30 ଘଣ୍ଟା ଧରି ପଚରାଉଚରା କରାଯାଇଛି । ଜୁନ୍ 17 ରେ, ପୁଣି ଥରେ ଇଡି ରାହୁଲଙ୍କୁ ପଚରାଉଚରା ପାଇଁ ଡାକିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+