ଓଡ଼ିଶାରେ 4 ଦିନ ରହିବେ ରାହୁଲ, ଏହି ସବୁ ଜିଲ୍ଲାରେ କରିବେ ଭାରତ ନ୍ୟାୟ ଯାତ୍ରା
ଭୁବନେଶ୍ୱର: ନିର୍ବାଚନ ଆଗରୁ ଓଡ଼ିଶା ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭାରତ ଯୋଡ ନ୍ୟାୟ ଯାତ୍ରା ସମୟରେ ଓଡିଶା ଆସିବେ ରାହୁଲ ଗାନ୍ଧୀ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର 4ଟି ଜିଲ୍ଲାରେ ଦେଇ ଅତିକ୍ରମ କରିବ । ଏହାସହ ଅଧିକ 2ଟି ଜିଲ୍ଲା ଯାତ୍ରା କରିବାକୁ ମଧ୍ୟ ପ୍ରସ୍ତାବ ଦେବ ବୋଲି କହିଛି ଦଳ ।

ମିଳିଥିବା ଖବର ଅନୁଯାୟୀ, ଝାରସୁଗୁଡ଼ା, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜରେ ଭାରତ ନ୍ୟାୟ ଯାତ୍ରା କରିବେ ରାହୁଲ ଗାନ୍ଧୀ । ଏହି ଅବସରରେ ଦଳ ପକ୍ଷରୁ ଲୋଗୋ ଉନ୍ମୋଚନ କରାଯାଇଛି । ଆସନ୍ତା ଜାନୁୟାରୀ 14 ତାରିଖରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିବ କଂଗ୍ରେସ । ମଣିପୁରରୁ ଆରମ୍ଭ ହୋଇ ଏହି ଯାତ୍ରା ମୋଟ 6 ହଜାର 713 କିଲୋମିଟର ଅତିକ୍ରମ କରି ଶେଷରେ ମହାରାଷ୍ଟ୍ରରେ ପରିସମାପ୍ତି ହେବ ।
ମୋଟ 66 ଦିନରେ 110 ଟି ଜିଲ୍ଲା, 15 ଟି ରାଜ୍ୟ ବୁଲିବେ କଂଗ୍ରେସ ନେତା, କର୍ମୀ ଏବଂ ସାଧାରଣ ଜନତା । ତେବେ ଏହି ଯାତ୍ରାର ମୂଳ ଉଦେଶ୍ୟ ହେଉଛି ଭାରତବର୍ଷର ଯୁବକ, ମହିଳା, କୃଷକ, ଶ୍ରମିକ ମଧ୍ୟବିତ୍ତ ଏବଂ ଗରିବଙ୍କୁ ଅର୍ଥନୈତିକ, ସାମାଜିକ ଏବଂ ରାଜନୈତିକ ନ୍ୟାୟ ପ୍ରଦାନ କରିବା । ତେଣୁ ସାଧାରଣଜନତା ମଧ୍ୟ ଏହି ଯାତ୍ରାରେ ଜଡିତ ହୋଇପାରିବେ ।
ମିସ କଲ ଦେଇ ନ୍ୟାୟ ଯାତ୍ରାରେ ସାମିଲ ହେବା ପରେ ଲୋକଙ୍କୁ ଅପିଲ କରି କଂଗ୍ରେସ ଏକ ମୋବାଇଲ ନମ୍ବର ଜାରି କରିଛି । ରାହୁଲ ଗାନ୍ଧୀଙ୍କ ସହ ଭାରତ ଯୋଡ ନ୍ୟାୟ ଯାତ୍ରାରେ ସାମିଲ ହେବା ପାଇଁ କଂଗ୍ରେସ ନେତା ଲୋକଙ୍କୁ ଅପିଲ କରିଛନ୍ତି । ଯାତ୍ରା ବେଳେ ଓଡିଶାରେ ରାହୁଲ ଗାନ୍ଧୀ 4 ଦିନ ରହିବେ ।
ଏହି ଯାତ୍ରା ଦେଶରେ ଜନ ଜାଗରଣ ସୃଷ୍ଟି ପାଇଁ ଏହି ଯାତ୍ରା ହେଉଥିବା କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ ।












Click it and Unblock the Notifications