ଯେଉଁଠି ହୋଇଥିଲା ବିବାଦ, ସେଇଠୁ ପ୍ରଚାର ଆରମ୍ଭ କରିବେ ରାହୁଲ

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧନସଭା ନିର୍ବାଚନ ପାଇଁ ହୋଇସାରିଛି ତାରିଖ ଘୋଷଣା । ଆସନ୍ତା ମେ 10 ତାରିଖରେ ହେବାକୁ ଥିବା ରାଜ୍ୟ ନିର୍ବାଚନ ପାଇଁ କଂଗ୍ରେସର ରାହୁଲ ଗାନ୍ଧୀ ତାଙ୍କର କର୍ଣ୍ଣାଟକ ଅଭିଯାନ ଆରମ୍ଭ କରିବେ । ଏପରିକି ଯେଉଁଠି ଭାଷଣ ଦେଇ ବିବାଦରେ ଫସିଛନ୍ତି ରାହୁଲ, ପୁଣି ସେହି ସ୍ଥାନରୁ ଏଥର ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ ।
ଅପ୍ରେଲ 5 ରେ କୋଲାରରେ ଏହି ରାଲି ଅନୁଷ୍ଠିତ ହେବ । ଗତ 2019 ନିର୍ବାଚନ ସମୟରେ ଏହି ସ୍ଥାନରେ ରାହୁଲ ରାଲି କରି ମୋଦୀ ସରନେମ୍ ମନ୍ତବ୍ୟ ଦେଇଥିଲେ । ଯେଉଁଥିପାଇଁ ତାଙ୍କୁ ଲୋକସଭା ସଦସ୍ୟତା ପଦ ହରାଇବାକୁ ପଡ଼ିଛି ।
"ରାହୁଲ ଗାନ୍ଧୀ କୋଲାର ରୁ 'ସତ୍ୟମେବ ଜୟତେ' ରାଲି ଆରମ୍ଭ କରିବେ । ଆମେ ତାଙ୍କୁ ଏଠାରୁ ନିର୍ବାଚନ ଯାତ୍ରା ଆରମ୍ଭ କରିବାକୁ ଅନୁରୋଧ କରିଥିଲୁ - ଯେଉଁଠାରୁ ସେ ଏହି ବିବୃତ୍ତି ଦେଇଥିଲେ । ସେ ତାଙ୍କ ମେଗା ରାଲି ଆରମ୍ଭ କରିବେ ବୋଲି କହିଛନ୍ତି ରାଜ୍ୟ ଦଳର ମୁଖ୍ୟ ଡି.କେ ଶିବକୁମାର ।
2019 ନିର୍ବାଚନ ପୂର୍ବରୁ କୋଲାରରେ ଏକ ରାଲିରେ ଶ୍ରୀ ଗାନ୍ଧୀ ଲଳିତ ମୋଦୀ ଓ ନୀରବ ମୋଦୀଙ୍କୁ ଟର୍ଗେଟ୍ କରି କହିଥିଲେ ଯେ 'ସବୁ ଚୋରଙ୍କ ସରନେମ୍ ମୋଦୀ କିପରି ?' କିନ୍ତୁ ବିଜେପି ଏହାକୁ ଓବିସି ଙ୍କ ପ୍ରତି ଅପମାନ ବୋଲି ଦର୍ଶାଇ ଗୁଜୁରାଟର ଦଳର ନେତା ପୂର୍ଣ୍ଣେଶ ମୋଦୀ ଏକ ମାମଲା ଦାୟର କରିଥିଲେ ।
ତାଙ୍କ ମନ୍ତବ୍ୟ ପାଇଁ ଶ୍ରୀ ଗାନ୍ଧୀ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି । 18 ଟି ବିରୋଧୀ ଦଳର ନେତାମାନେ ସରକାରଙ୍କୁ ନିନ୍ଦା କରିଛନ୍ତି ।
ଏହାପୂର୍ବରୁ ଆଜି ନିର୍ବାଚନ ଆୟୋଗ କର୍ଣ୍ଣାଟକ ପାଇଁ ମତଦାନ ତାରିଖ ଘୋଷଣା କରିଛନ୍ତି । ଏହା ପରେ ଶାସକ ବିଜେପି ଦ୍ୱିତୀୟ ଥର କ୍ଷମତାରେ ରହିବ ବୋଲି ଦାବି କରୁଛି । 2018 ରେ କର୍ଣ୍ଣାଟକରେ ଏଚଡି କୁମାରସ୍ୱାମୀଙ୍କ ଜନତା ଦଳ ସେକ୍ୟୁଲାର ସହିତ ସରକାର ଗଠନ କରିଥିବା କଂଗ୍ରେସ ଏକ ବର୍ଷ ପରେ ନିଜକୁ କ୍ଷମତାରୁ ବଞ୍ଚିତ ହୋଇଥିଲା । ଅନେକ ବିଧାୟକ ହାତ ଛାଡ଼ିବା ପରେ ମିଳିତ ସରକାର ଭୁଶୁଡ଼ି ପଡ଼ିଲା ।
ଏଥର କଂଗ୍ରେସ ଏକାକୀ ପ୍ରତିଦ୍ୱନ୍ଦ୍ୱିତା କରୁଛି । ତଥାପି କଂଗ୍ରେସ ଏକକୀ ପୂର୍ଣ୍ଣ ବହୁମତ ପାଇ ସରକାର ଗଢିବ ବୋଲି ଆଶା ରଖିଛି ।












Click it and Unblock the Notifications