Get Updates
Get notified of breaking news, exclusive insights, and must-see stories!

ଆଜି ଓଡ଼ିଶା ପହଞ୍ଚିବେ ରାହୁଲ, ତିନି ଜିଲ୍ଲାରେ କରିବେ ଭାରତ ଯୋଡ଼ୋ ନ୍ୟାୟ ପଦଯାତ୍ରା

ଭୁବନେଶ୍ୱର: ଓଡ଼ିଶା ପହଞ୍ଚିବେ ରାହୁଲ ଗାନ୍ଧୀ । ଓଡିଶାରେ ପହଞ୍ଚି ଭାରତ ଯୋଡୋ ନ୍ୟାୟ ଯାତ୍ରା କରିବେ । ନ୍ୟାୟ ଯାତ୍ରାରେ ସୁନ୍ଦରଗଡରେ ପହଞ୍ଚିବେ ରାହୁଲ ଗାନ୍ଧୀ । ସୁନ୍ଦରଗଡ, ରାଉରକେଲା ଓ ଝାରୁସୁଗୁଡାରେ 3 ଦିନ ଚାଲିବ ରାହୁଲଙ୍କ ଯାତ୍ରା । ଏହି ସମୟରେ ସେ ପଦ ଯାତ୍ରା ସହ ଜନସଭା ବି କରିବେ ।

ସୁନ୍ଦରଗଡ଼ରେ ନିର୍ବାଚନ ବିଗୁଲ ବଜାଇବେ ରାହୁଲ । ରାହୁଲଙ୍କ ଗସ୍ତର ରୁଟ୍ ମ୍ୟାପ୍ ଚୂଡ଼ାନ୍ତ ହୋଇଛି । 3 ଦିନରେ 200 କିଲୋମିଟର ବୁଲିବେ କଂଗ୍ରେସ ନେତା ।

Bharat jodo nyay yatra

ମଙ୍ଗଳବାର ଅପରାହ୍ନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା' ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବେଶ କରିବ । ରାହୁଲ ସୁନ୍ଦରଗଡ଼ ଜିଲ୍ଲାରେ ରେ 4.4 କିମି ପଦଯାତ୍ରା କରିବା ସହିତ 4 ଟି ଜନସମାବେଶରେ ସ‌େମ୍ବାଧିତ କରିବେ । ବୀରମିତ୍ରପୁର, ରାଉରକେଲା ପାନପୋଷ ଛକ, ରାଣୀବନ୍ଧ(ରାଜଗାଙ୍ଗପୁର) ଓ ସୁନ୍ଦରଗଡ଼ ଠାରେ ଜନସମାବେଶ କରିବେ ।

ଏ ନେଇ ଦଳୀୟ କର୍ମୀ ବେଶ୍ ଉତ୍ସାହିତ ଥିବା ବେଳେ ଦଳ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କାର୍ଯ୍ୟକ୍ରମ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ବିସ୍ତୃତ ସୂଚନା ଦେଇଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ସୂଚନା ଅନୁସାରେ, ରାହୁଲ ମଙ୍ଗଳବାର ଅପରାହ୍ନରେ ଝାଡ଼ଖଣ୍ଡ ସୀମା ଅତିକ୍ରମକରି ଓଡ଼ିଶାରେ ପ୍ରବେଶ କରିବେ । ସୀମାନ୍ତ ବାଂଶଯୋର୍‌ରେ ରାଜ୍ୟ କଂଗ୍ରେସର ଶୀର୍ଷ ନେତୃତ୍ବ, ବରିଷ୍ଠ ନେତା ହଜାରହଜାର କର୍ମୀଙ୍କ ଉପସ୍ଥିତିରେ ତାଙ୍କୁ ସ୍ୱାଗତ କରିବେ । ଏହାପରେ ରାହୁଲ ବାଂଶଯୋରରେ ଏକ ଜନ ସମାବେଶରେ ଉଦ୍‌ବୋଧନ ଦେବେ ।

ବୀରମିତ୍ରପୁର ବିଜାବାହାଲ ରାମପାଲ ପଡ଼ିଆରେ ରାତ୍ରିଯାପନ କରିବେ । ବୁଧବାର ସକାଳେ ରାମପାଲରୁ ବାହାରି ରାଉରକେଲା ଉଦିତନଗରରେ ପହଞ୍ଚିବେ । ପୂର୍ବାହ୍ନ ସାଢ଼େ 9ଟାରେ ସ୍ଥାନୀୟ ଏସ୍‌ପି ଅଫିସ ସମ୍ମୁଖରୁ ପଦଯାତ୍ରା ବାହାରିବ । ପ୍ରାୟ 3.4 କିଲୋମିଟର ପଦଯାତ୍ରା ପାନପୋଷ ଛକରେ ପହଞ୍ଚିବାପରେ ପୂର୍ବାହ୍ନ 10 ଟାରେ ଜନସମାବେଶରେ ସେ ଯୋଗଦେବେ ।

ପୁନର୍ବାର ଯାତ୍ରା ଆରମ୍ଭ ହେବାସହ ରାଣୀବନ୍ଧ (ରାଜଗାଙ୍ଗପୁର)ରେ ମଧ୍ୟାହ୍ନଭୋଜନ କରିବେ । ସେଠାରେ ଜନ ସମାବେଶକୁ ଉଦ୍‌ବୋଧନ, କୁତ୍ରା ଓ ବଡ଼ଗାଁରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି । ଯାତ୍ରା ଅପରାହ୍ନ ସାଢ଼େ 4ଟାରେ ସୁନ୍ଦରଗଡ଼ ସହରରେ ପହଞ୍ଚିବାପରେ ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରୁ ନ୍ୟାୟଯାତ୍ରା ବାହାରି ଷ୍ଟାଡିୟମ ଛକଦେଇ ଏସ୍‌ବିଆଇ ଛକରେ ପହଞ୍ଚିବ । ସେଠାରେ ହେବାକୁ ଥିବା ଜନସମାବେଶରେ ଯୋଗଦେବେ । ଏହାପରେ ସେଠାରୁ ଝାରସୁଗୁଡ଼ା ଗସ୍ତ କରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+