71 ଲକ୍ଷ ପିଏଫ୍ ଆକାଉଣ୍ଟ ବନ୍ଦ ହେବା ନେଇ ରାହୁଲଙ୍କ ମନ୍ତବ୍ୟ, କେନ୍ଦ୍ରର ରୋଜଗାର ହଟାଅ ଅଭିଯାନର ଆଉ ଏକ ଉପଲବ୍ଧି

ଗତ 9 ମାସ ମଧ୍ୟରେ 75 ଲକ୍ଷରୁ ଅଧିକ PF ଆକାଉଣ୍ଟ ବନ୍ଦ ହୋଇଯାଇଛି । ଏହି ରିପୋର୍ଟ ସହିତ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ସେ ଚାକିରି ଗଲା ଓ EPF ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଗଲା । କେନ୍ଦ୍ର ସରକାରଙ୍କ ନିଯୁକ୍ତି ବିଲୋପ ଅଭିଯାନର ଆଉ ଏକ ସଫଳତା ।

ନୂଆଦିଲ୍ଲୀ : ଗତ ବର୍ଷ ଫେବୃଆରୀରେ କରୋନା ମହାମାରୀ ସାରା ଦେଶରେ ବ୍ୟାପିହା ଫଳରେ ମାର୍ଚ୍ଚରେ ଲକଡାଉନ୍ ଘୋଷଣା କରାଯାଇଥିଲା । ଏହା ପରେ ମେ ମାସ ଶେଷ ସୁଦ୍ଧା ଲକଡାଉନକୁ କଡ଼ାକଡ଼ି କରିଦିଆଯାଇଥିଲା । ଫଳରେ ବହୁ ସଂଖ୍ୟକ ଉଦ୍ୟୋଗ ଓ କମ୍ପାନୀ ବନ୍ଦ ହୋଇଯାଇଥିଲା । ଏହା ପରେ, ଧୀରେ ଧୀରେ ଜୁନ୍ ଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଚାକିରୀ କ୍ଷେତ୍ରରେ ପରିସ୍ଥିତି ପୂର୍ବ ପରି ସମାନ ହୋଇନଥିଲା । ଆଜି ବି ଲକ୍ଷ ଲକ୍ଷ ଲୋକ ବେକାର ବୁଲୁଛନ୍ତି, ଯାହାକୁ ପ୍ରସଙ୍ଗ କରି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମୋଦୀ ସରକାରକୁ ଟାର୍ଗେଟ୍ କରିଛନ୍ତି ।

Rahul-Gandhi

ରାହୁଲ ଗାନ୍ଧୀ ଟ୍ୱିଟରରେ ଏକ ରିପୋର୍ଟ ସେୟାର କରିଛନ୍ତି ଯେଉଁଥିରେ ଦର୍ଶାଯାଇଛି ଯେ, 'ଗତ 9 ମାସ ମଧ୍ୟରେ 75 ଲକ୍ଷରୁ ଅଧିକ PF ଆକାଉଣ୍ଟ ବନ୍ଦ ହୋଇଯାଇଛି । ଏହି ରିପୋର୍ଟ ସହିତ ରାହୁଲ ଗାନ୍ଧୀ ଲେଖିଛନ୍ତି ଯେ, ସେ ଚାକିରି ଗଲା ଓ EPF ଆକାଉଣ୍ଟ ମଧ୍ୟ ବନ୍ଦ ହୋଇଗଲା । କେନ୍ଦ୍ର ସରକାରଙ୍କ ନିଯୁକ୍ତି ବିଲୋପ ଅଭିଯାନର ଆଉ ଏକ ସଫଳତା ।'

ଗତକାଲି ରାହୁଲ ଗାନ୍ଧୀ ଆଉ ଏକ ଟ୍ୱିଟ୍ ପୋଷ୍ଟରେ ମୋଦୀ ସରକାରକୁ ବେରୋଜଗାର ଓ ନିଯୁକ୍ତିକୁ ନେଇ ଟାର୍ଗେଟ୍ କରିଥିଲେ । ସେ ଟ୍ୱିଟ୍ କରି ଲେଖିଥିଲେ ଶିକ୍ଷିତ ଯୁବକମାନେ ଚାକିରୀ ସନ୍ଧାନରେ ବୁଲୁଛନ୍ତି । ଏପରି ଲାଗୁଛି, ସରକାର ପ୍ରକୃତ ଡିଗ୍ରୀ ରଖିଥିବା ଏସସି, ଏସଟି ଓ ଓବିସି ବର୍ଗଙ୍କୁ ପ୍ରତାଡ଼ିତ କରୁଛନ୍ତି । ସେ ଏହି ଟ୍ୱିଟରେ ଏକ ରିପୋର୍ଟ ସେୟାର କରିଥିଲେ, ଯେଉଁଥିରେ ଆଇଆଇଟି, ଏନଆଇଟି ପରି ଅନୁଷ୍ଠାନରେ ଖାଲିଥିବା ପଦବୀକୁ ଦର୍ଶାଯାଇଛି ।

ସମ୍ପ୍ରତି ଏକ ରିପୋର୍ଟ ପ୍ରକାଶ ପାଇଛି ଯେଉଁଥିରେ ଦର୍ଶାଯାଇଛି ଯେ ଚଳିତ ଆର୍ଥିକ ବର୍ଷର ପ୍ରଥମ 9 ମାସରେ ବନ୍ଦ ହୋଇଥିବା PF ଆକାଉଣ୍ଟ ସଂଖ୍ୟା 6.5% ବୃଦ୍ଧି ହୋଇ 71 ଲକ୍ଷରେ ପହଞ୍ଚିଛି । 2019-20 ର ପ୍ରଥମ ନଅ ମାସରେ, ଏହି ସଂଖ୍ୟା 66.7 ଲକ୍ଷ ଥିଲା । ଏଥିରେ ଅବସର, ଚାକିରି ହରାଇବା, ଚାକିରି ପରିବର୍ତ୍ତନ ଇତ୍ୟାଦି କାରଣ ଅନ୍ତର୍ଭୁକ୍ତ ରହିଛି । ବର୍ତ୍ତମାନ ଦେଶରେ 5 କୋଟିରୁ ଅଧିକ PF ଆକାଉଣ୍ଟ ଅଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+