ବିଦେଶରୁ ଫେରି ସରକାର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ, କହିଲେ, ‘ଆଦାନୀ ପ୍ରସଙ୍ଗରେ ସରକାର ଡରୁଛନ୍ତି'
ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆଜି ସକାଳେ ମୁଁ ସଂସଦକୁ ଯାଇ ସ୍ପିକରଙ୍କୁ କହିଥିଲି ଯେ ମୁଁ ସଂସଦରେ ମୋର ମତାମତ ଉପସ୍ଥାପନ କରିବାକୁ ଚାହୁଁଛି । ସରକାରଙ୍କ ଚାରିଜଣ ମନ୍ତ୍ରୀ ମୋ ବିରୋଧରେ ଗୃହରେ ଅଭିଯୋଗ କରିଛନ୍ତି, ତେଣୁ ସଂସଦରେ କହିବାକୁ ମୋର ଅଧିକାର ଅଛି ।

ନୂଆଦିଲ୍ଲୀ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିଦେଶ ଗସ୍ତରୁ ଫେରିବା ପରେ ସଂସଦରେ ପହଞ୍ଚିଥିଲେ । କିନ୍ତୁ ଗୃହ ମୁଲତବୀ ରହିବା ପରେ ରାହୁଲ ଗାନ୍ଧୀ ଅପରାହ୍ନ 3.40 ରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ । ଏହି ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଆଦାନୀ ପ୍ରସଙ୍ଗକୁ ନେଇ ସରାକର ଉପରେ ବର୍ଷିଛନ୍ତି ।
ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆଜି ସକାଳେ ମୁଁ ସଂସଦକୁ ଯାଇ ସ୍ପିକରଙ୍କୁ କହିଥିଲି ଯେ ମୁଁ ସଂସଦରେ ମୋର ମତାମତ ଉପସ୍ଥାପନ କରିବାକୁ ଚାହୁଁଛି । ସରକାରଙ୍କ ଚାରିଜଣ ମନ୍ତ୍ରୀ ମୋ ବିରୋଧରେ ଗୃହରେ ଅଭିଯୋଗ କରିଛନ୍ତି, ତେଣୁ ସଂସଦରେ କହିବାକୁ ମୋର ଅଧିକାର ଅଛି । କିନ୍ତୁ ମୁଁ ଭାବୁନାହିଁ ସେ ମୋତେ କହିବାକୁ ଦେବେ । ମୋର ପହଞ୍ଚିବାର ଏକ ମିନିଟ୍ ପରେ ଆଜି ସେ ଗୃହକୁ ମୁଲତବୀ କରିଦେଇଥିଲେ । ମୁଁ ଆଶା କରୁଛି ସେ ମୋତେ ଆସନ୍ତାକାଲି କହିବାକୁ ଅନୁମତି ଦେବେ । ଆଦାନୀଙ୍କ ପ୍ରସଙ୍ଗରୁ ଧ୍ୟାନ ହଟଇବା ନେଇ ଏସବୁ କରାଯାଉଛି ବୋଲି କହିଛନ୍ତି ରାହୁଲ ।
ରାହୁଲ ଗାନ୍ଧୀ ଆହୁରି କହିଛନ୍ତି ଯେ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୌତମ ଆଦାନୀଙ୍କ ବିଷୟରେ ଯାହା କହିଥିଲି ତାହା ଗୃହର ପ୍ରକ୍ରିୟାରୁ ହଟାଇ ଦିଆଯାଇଛି । ଏହି ସମଗ୍ର ବିଷୟ ହେଉଛି ଏହି ପ୍ରସଙ୍ଗରୁ ଧ୍ୟାନ ହଟାଇବା । ଆଦାନୀ ପ୍ରସଙ୍ଗରେ ସରକାର ଏବଂ ଏହାର ମନ୍ତ୍ରୀମାନେ ଭୟଭୀତ ଅଛନ୍ତି । ସେଥିପାଇଁ ସେମାନେ ଡ୍ରାମା କରୁଛନ୍ତି । ମୁଁ ଭାବୁଛି ସେମାନେ ମୋତେ ସଂସଦରେ କହିବାକୁ ଦେବେ ନାହିଁ । ଆଦାନୀ ଏବଂ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ କ'ଣ ? ପ୍ରତିରକ୍ଷା ଚୁକ୍ତି ଆଦାନୀଙ୍କୁ କାହିଁକି ଦିଆଯାଉଛି ? ରାହୁଲ ଗାନ୍ଧୀ କହିଛନ୍ତି ଯେ, କିଛି ଦିନ ପୂର୍ବରୁ ମୁଁ ମୋଦୀ ଏବଂ ଆଦାନୀଙ୍କ ଉପରେ ପ୍ରଶ୍ନ ଉଠାଇ ଗୃହରେ ଏକ ଭାଷଣ ଦେଇଥିଲି, ସେହି ଭାଷଣକୁ ଡିଲିଟ କରାଯାଇଥିଲା ।
ସେ କହିଛନ୍ତି ଯେ ମୁଁ ସଂସଦର ଜଣେ ସଦସ୍ୟ । ଯେହେତୁ ଚାରିଜଣ ମନ୍ତ୍ରୀ ସଂସଦରେ ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି, ତେଣୁ ସେମାନଙ୍କୁ ଗୃହରେ ଉତ୍ତର ଦେବା ମୋର ଅଧିକାର । ଏହା ମୋର ଗଣତାନ୍ତ୍ରିକ ଅଧିକାର । ଯଦି ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥା ଚାଲିଛି, ତେବେ ମୁଁ ଲୋକସଭାରେ ମୋର ମତ ରଖିପାରିବି । ଆପଣ ଯାହା ଦେଖୁଛନ୍ତି ତାହା ହେଉଛି ଭାରତୀୟ ଗଣତନ୍ତ୍ରର ପରୀକ୍ଷା . ଚାରିଜଣ ବିଜେପି ନେତା ମୋ ବିରୋଧରେ ଅଭିଯୋଗ ଆଣିଛନ୍ତି, ତେଣୁ ସେହି ଚାରିଜଣ ମନ୍ତ୍ରୀଙ୍କୁ ଯେତିକି ସ୍ଥାନ ଦିଆଯାଇଛି ମତେ ମଧ୍ୟ ସେତିକି ସ୍ଥାନ ଦିଆଯିବା ଉଚିତ୍ । ନଚେତ୍ ମତେ ଚୁପ୍ କରାଇଦେବେ । ଦେଶ ସାମ୍ନାରେ ଏହା ହେଉଛି ପ୍ରକୃତ ପ୍ରଶ୍ନ ।












Click it and Unblock the Notifications