କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ମିଳିବା ନେଇ ଗୁଜୁରାଟ ସରକାରକୁ ରାହୁଲଙ୍କ ପ୍ରଶ୍ନବାଣ

ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର (କେନ୍ଦ୍ର ତଥା ରାଜ୍ୟରେ ବିଜେପି ସରକାର) କୁ ମୋର ଏକ ପ୍ରଶ୍ନ ଯେ, ଡ୍ରଗ୍ସ-ମଦ ମାଫିଆକୁ ନିରନ୍ତର ସୁରକ୍ଷା ଦେଉଥିବା ଲୋକ କିଏ ?

ଅହମ୍ମଦାବାଦ : କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଶାସକ ବିଜେପିକୁ ଲଗାତାର ଟାର୍ଗେଟ୍ କରି ଆସୁଛନ୍ତି । ବର୍ତ୍ତମାନ ରାହୁଲ ଗୁଜୁରାଟ ସରକାରଙ୍କ ଉପରେ ପ୍ରଶ୍ନବାଣ ମାରିଛନ୍ତି । ରାଜ୍ୟରେ ବାରମ୍ବାର କୋଟି କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ମିଳିବା ପରେ ରାହୁଲ ଗାନ୍ଧୀ ଗୁଜୁରାଟର ବିଜେପି ସରକାର ଉପରେ ଆକ୍ରମଣ କରିଛନ୍ତି ।

rahul gandhi

ରାହୁଲ ଗାନ୍ଧୀ ଆଜି କହିଛନ୍ତି ଯେ ଡବଲ ଇଞ୍ଜିନ ସରକାର (କେନ୍ଦ୍ର ତଥା ରାଜ୍ୟରେ ବିଜେପି ସରକାର) କୁ ମୋର ଏକ ପ୍ରଶ୍ନ ଯେ, ଡ୍ରଗ୍ସ-ମଦ ମାଫିଆକୁ ନିରନ୍ତର ସୁରକ୍ଷା ଦେଉଥିବା ଲୋକ କିଏ ? ଗୋଟିଏ ବନ୍ଦରରେ ତିନି ଥର ଡ୍ରଗ୍ସ ଜବତ କରାଯିବା ସତ୍ତ୍ୱେ ସେହି ବନ୍ଦରରେ କ୍ରମାଗତ ଭାବରେ ଡ୍ରଗ୍ସ କିପରି ମିଳୁଛି ?

ଜୁଲାଇରେ ମୁଣ୍ଡ୍ରା ବନ୍ଦରରେ ଜବତ ହୋଇଥିବା ଡ୍ରଗ୍ସକୁ ନେଇ ରାହୁଲ ଗାନ୍ଧୀ ସରକାରଙ୍କୁ ପ୍ରଶ୍ନ କରିଥିଲେ । ରାହୁଲ କହିଛନ୍ତି, ଗୁଜୁରାଟରେ ଆଇନ ଶୃଙ୍ଖଳା ଶେଷ ହୋଇଛି କି ? ମାଫିଆଙ୍କର ଆଇନକୁ ଭୟ ନାହିଁ ନା ଏହା ମାଫିଆର ସରକାର ?

ରାହୁଲ ଟ୍ୱିଟ୍ କରି କହିଛନ୍ତି ଯେ ଗତ ବର୍ଷ ସେପ୍ଟେମ୍ବରରେ ଗୁଜୁରାଟର ମୁଣ୍ଡ୍ରା ବନ୍ଦରରେ 3000 କିଲୋଗ୍ରାମ ଡ୍ରଗ୍ସ ମିଳିଥିଲା । ଏହାର ମୂଲ୍ୟ ପ୍ରାୟ 21 ହଜାର କୋଟି ଟଙ୍କା । ପୁଣି ଚଳିତ ବର୍ଷ ମେ ମାସରେ ସେଠାରୁ 500 କୋଟି ଟଙ୍କାର 56 କିଲୋଗ୍ରାମ ଡ୍ରଗ୍ସ ମିଳିଥିଲା । ବର୍ତ୍ତମାନ 75 କିଲୋଗ୍ରାମ ଡ୍ରଗ୍ସ ମିଳିଛି, ଯାହାର ମୂଲ୍ୟ 375 କୋଟି ବୋଲି କୁହାଯାଉଛି । ମୁଁ ପଚାରିବାକୁ ଚାହେଁ କ'ଣ ଘଟୁଛି .. ଗୁଜୁରାଟର ଯୁବକମାନଙ୍କୁ କାହିଁକି ଡ୍ରଗ୍ସରେ ପକାଯାଉଛି ?

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+