For Quick Alerts
Turn On Notification  
For Daily Alerts
Oneindia App Download

ଦିଗବିଜୟଙ୍କ ସହ ସହମତ ନୁହଁ କଂଗ୍ରେସ, ସେନାକୁ ପ୍ରମାଣ ଦେବାର ଆବଶ୍ୟକତା ନାହିଁ - ରାହୁଲ ଗାନ୍ଧୀ

ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ଦିଗବିଜୟ ସିଂହଙ୍କ ପ୍ରଶ୍ନକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦିଗବିଜୟଙ୍କ ସହ କଂଗ୍ରେସ ଅସହମତ । ସେନାକୁ ପ୍ରମାଣ ଦେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରାହୁଲ ।

|
congress

ନୂଆଦିଲ୍ଲୀ: ଭାରତ ଯୋଡ଼ୋ ଯାତ୍ରା ସମୟରେ ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇଥିବା ବରିଷ୍ଠ ନେତା ଦିଗବିଜୟଙ୍କୁ ବର୍ତ୍ତମାନ କଂଗ୍ରେସ ସମର୍ଥନ କରୁନାହିଁ । ଯାତ୍ରା ସମୟରେ ଏହି ପ୍ରଶ୍ନ ଉଠାଇଥିବା ସମୟରେ ଜୟରାମ ରମେଶ, ଦିଗବିଜୟ ସିଂହଙ୍କୁ ଫଛକୁ ଠେଲିଦେଇ ପ୍ରଶ୍ନକୁ ଏଡ଼ାଇବାକୁ ଚେଷ୍ଟା କରିବା ପରେ ବର୍ତ୍ତମାନ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ତାଙ୍କ ସମର୍ଥନରେ ବାହାରି ନାହାଁନ୍ତି । ଏପରିକି ଏହା ତାଙ୍କର ବ୍ୟକ୍ତିଗତ ମନତ ବୋଲି କହିଛି କଂଗ୍ରେସ ।

ଭାରତ ଯୋଡ଼ୋ ଯାତ୍ରା ସମୟରେ ସର୍ଜିକାଲ ଷ୍ଟ୍ରାଇକ ଓ ପୁଲୱାମା ଆକ୍ରମଣର ରିପୋର୍ଟ କେନ୍ଦ୍ର ଦେଇନାହିଁ । ଏହି ଘଟଣା ମିଛ ନୁହେଁ ତ ? ଏଭଳି ପ୍ରଶ୍ନ କରି କେନ୍ଦ୍ରକୁ ଟା‌ର୍ଗେଟ କରିଥିଲେ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂହ । ଏହାକୁ ନେଇ ବିବାଦ ଆରମ୍ଭ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦିଗବିଜୟଙ୍କ ସହ କଂଗ୍ରେସ ଅସହମତ । ସେନାକୁ ପ୍ରମାଣ ଦେବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ରାହୁଲ ।
ରାହୁଲ ଆହୁରି କହିଛନ୍ତି ଯେ, ଦିଗବିଜୟ ସିଂହ ଯାହା କହିଛନ୍ତି ମୁଁ ତାଙ୍କ ସହ ସହମତ ନୁହେଁ । ସେନା ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି । ଦେଶର ସେନା ଯାହା ବି କରନ୍ତି, ଦେଶର ଭଲ ପାଇଁ କରନ୍ତିୁ । ସେମାନଙ୍କୁ ଏହାର ପ୍ରମାଣ ଦେବାର ଆବଶ୍ୟକତା ନାହିଁ ।

ଉଲ୍ଲେଖଯୋଗ୍ୟ, ଦିଗବିଜୟ ସିଂହ ସୋମବାର ଭାରତ ଯୋଡ଼ୋ ଯାତ୍ରା ସମୟରେ କହିଥିଲେ ଯେ, "ଆମର 40 ଜଣ ସିଆରପିଏଫ ଯବାନ ପୁଲୱାମାରେ ସହିଦ ହୋଇଥିଲେ । ସିଆରପିଏଫ ଯବାନଙ୍କୁ ବିମାନରେ ନିଆଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରାଯାଇଥିଲା ।କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ଏଥିରେ ସହମତି ପ୍ରକାଶ କରି ନଥିଲେ । ଫଳରେ ଯବାନଙ୍କୁ ଗାଡ଼ିରେ ଯିବାକୁ ପଡ଼ିଥିଲା । ଏହା ପରେ ଆତଙ୍କବାଦୀମାନେ ସିଆରପିଏଫ ଯବାନଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ କେନ୍ଦ୍ର ଅନେକ ବଡ଼ ବଡ଼ ଦାବି କରୁଥିଲେ ବି ଆଜି ପର୍ଯ୍ୟନ୍ତ ପୁଲୱାମା ଆକ୍ରମଣକୁ ନେଇ କୌଣସି ରିପୋର୍ଟ ସଂସଦରେ ରଖାଯାଇ ନାହିଁ । ସେମାନେ ଏକ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିବା ନେଇ ମଧ୍ୟ ଦାବି କରୁଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଏହାର ପ୍ରମାଣ ଦେଖାଇ ନାହାଁନ୍ତି । ସେମାନେ କେବଳ ମିଛ ପ୍ରଚାର କରୁଛନ୍ତି ।"

ଠିକ୍ ଏହି ସମୟରେ କଂଗ୍ରେସ ନେତା ଜୟରାମ ରମେଶ ଆସି ଦିଗବିଜୟଙ୍କୁ ପଛକୁ କରି ଦେଇ ଗଣମାଧ୍ୟମକୁ ଏ ପ୍ରଶ୍ନକୁ ଏଡ଼ାଇବାକୁ ଚେଷ୍ଟା କରିଥିଲେ । ଆମେ ନିଜ କଥା କହି ସାରିଛୁ, ବାକି ପ୍ରଶ୍ନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଚାରିବାକୁ କହି ସାମ୍ବାଦିକଙ୍କୁ ଏଡ଼ାଇ ଦେଇଥିଲେ । ଏହା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Rahul Gandhi over Digvijay Singh's Question On Surgical Strikes, Says Army No Need To Give Prove
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X