ମୋଦୀ ସରନେମ୍ ମାମଲା: ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ରାହୁଲ

ନୂଆଦିଲ୍ଲୀ : ମୋଦୀ ସରନେମ୍ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାହୁଲ ଦଣ୍ଡାଦେଶକୁ ସ୍ଥଗିତ ରଖିବା ଦାବି ନେଇ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ଏହା ପୂର୍ବରୁ ନିମ୍ନ ଅଦାଲତର ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ସେସନ୍ କୋର୍ଟ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଆଶ୍ୱସ୍ତି ମିଳି ନଥିଲା । ବର୍ତ୍ତମାନ ନିମ୍ନ ଅଦାଲତର ନିଷ୍ପତ୍ତି ବିରୋଧରେ ରାହୁଲ ଗୁଜୁରାଟ ହାଇକୋର୍ଟରେ ପହଞ୍ଚିଛନ୍ତି । ଅଧିବେଶନ କୋର୍ଟରେ ରାହୁଲଙ୍କ ଆବେଦନକୁ ଅପ୍ରେଲ 20 ରେ ଖାରଜ କରାଯାଇଥିଲା ।
ମାର୍ଚ୍ଚ 23 ରେ, ରାହୁଲ ଗାନ୍ଧୀଙ୍କୁ ମୋଦୀ ସରନେମ୍ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । 2019 ଲୋକସଭା ନିର୍ବାଚନ ପୂର୍ବରୁ ଦେଇଥିବା ମନ୍ତବ୍ୟ ଯୋଗୁଁ ତାଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହାପରେ ରାହୁଲ ଗାନ୍ଧୀ ସଂସଦର ସଦସ୍ୟତା ପଦ ହରାଇଥିଲେ ।












Click it and Unblock the Notifications