Get Updates
Get notified of breaking news, exclusive insights, and must-see stories!

'ଯୀଶୁ ହେଉଛନ୍ତି ପ୍ରକୃତ ଭଗବାନ', ବିବାଦୀୟ ପାଦ୍ରୀଙ୍କୁ ଭେଟିଲେ ରାହୁଲ ଗାନ୍ଧୀ, ଟାର୍ଗେଟ୍ କଲା ବିଜେପି

ଭିଡିଓରେ ଯୀଶୁ ଇଶ୍ୱରଙ୍କ ରୂପ କି ? ଏହା ଠିକ୍ କି ? ବୋଲି ରାହୁଲ ଗାନ୍ଧୀ ପୁରୋହିତଙ୍କୁ ପଚାରୁ ଥିବା ଦେଖିାକୁ ମିଳିଛି । ଯାହାର ଉତ୍ତରରେ ପାଦ୍ରୀ ପୋନ୍ନାୟା ଉତ୍ତର ଦେଇଛନ୍ତି ଯେ ସେ ହେଉଛନ୍ତି ପ୍ରକୃତ ଭଗବାନ ।

କନ୍ୟାକୁମାରୀ : କଂଗ୍ରେସର 'ଭାରତ ଯୋଡୋ ଯାତ୍ରା' ଆରମ୍ଭ ହେବା ମାତ୍ରେ ଏହାକୁ ନେଇ ବିବାଦ ଲାଗି ରହିଛି । ଏହି ଗସ୍ତ ସମୟରେ ରାହୁଲ ଗାନ୍ଧୀ ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲାର ବିବାଦୀୟ କ୍ୟାଥୋଲିକ ପୁରୋହିତ ଜର୍ଜ ପୋନ୍ନାୟାଙ୍କୁ ଭେଟିଥିଲେ । ଯାହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହିନ୍ଦୁଙ୍କ ବିରୋଧରେ ଉତ୍ତେଜନାମୂଳକ ବକ୍ତବ୍ୟ ରଖୁଥିବା ନେଇ ପାଦ୍ରୀଙ୍କ ବିରୋଧରେ ଅଭିଯୋଗ ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହାଙ୍କ ପରି ବହୁ ବଡ ନେତାଙ୍କ ବିରୋଧରେ ଅଶାଳୀନ ଭାଷା ବ୍ୟବହାର ନେଇ ସେ ଗିରଫ ହୋଇଥିଲେ । ଏଥି ସହିତ, ଏହି ବୈଠକରେ ରାହୁଲ ପାଦ୍ରୀଙ୍କୁ ଏପରି ପ୍ରଶ୍ନ ପଚାରିଥିଲେ, ଯାହାକୁ ନେଇ ବିଜେପି କଂଗ୍ରେସ ଉପରେ ଆକ୍ରମଣାତ୍ମକ ହୋଇ ଉଠିଛି ।

rahul gandhi

ଯୀଶୁ ଏକମାତ୍ର ଇଶ୍ୱର

ଭିଡିଓରେ ଯୀଶୁ ଇଶ୍ୱରଙ୍କ ରୂପ କି ? ଏହା ଠିକ୍ କି ? ବୋଲି ରାହୁଲ ଗାନ୍ଧୀ ପୁରୋହିତଙ୍କୁ ପଚାରୁ ଥିବା ଦେଖିାକୁ ମିଳିଛି । ଯାହାର ଉତ୍ତରରେ ପାଦ୍ରୀ ପୋନ୍ନାୟା ଉତ୍ତର ଦେଇଛନ୍ତି ଯେ ସେ ହେଉଛନ୍ତି ପ୍ରକୃତ ଭଗବାନ । ସେ ଆହୁରି କହିଛନ୍ତି- ଭଗବାନ ନିଜକୁ ଜଣେ ମଣିଷ ଭାବରେ ପ୍ରକଟ କରିଛନ୍ତି । ଜଣଏ ବାସ୍ତବିକ ମଣିଷ, କୌଣସି ଶକ୍ତି ପରି ନୁହେଁ ... ତେଣୁ ଆମେ ତାଙ୍କ ବ୍ୟକ୍ତିତ୍ୱକୁ ମଣିଷ ଭାବରେ ଦେଖୁ । ପାଦ୍ରୀଙ୍କ ଏହି ବିବୃତ୍ତି ପରେ ଏହି ପ୍ରସଙ୍ଗରେ ରାଜନୀତି ମଧ୍ୟ ଆରମ୍ଭ ହୋଇଛି ।

ଟାର୍ଗେଟ୍ କଲା ବିଜେପି

ବିଜେପି ମୁଖପାତ୍ର ଶାହାଜାଦ ପୁନାୱାଲା ଟ୍ୱିଟ୍ କରି କହିଛନ୍ତି ଯେ ରାହୁଲଙ୍କ ସହ ସାକ୍ଷାତ ସମୟରେ ପୋନ୍ନାୟା କହିଛନ୍ତି ଯେ ଶକ୍ତି (ଏବଂ ଅନ୍ୟ ହିନ୍ଦୁ ଦେବତା) ଙ୍କ ତୁଳନାରେ ଯୀଶୁ ହେଉଛନ୍ତି ଏକମାତ୍ର ଭଗବାନ । ହିନ୍ଦୁ ବିରୋଧୀ ଭାଷଣ ପାଇଁ ଏହି ବ୍ୟକ୍ତିଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ସେ ସେତେବେଳେ କହିଥିଲେ ଯେ ମୁଁ ଜୋତା ପିନ୍ଧୁଛି, କାରଣ ମୁଁ ଚାହୁଁ ନାହିଁ ଯେ ଭାରତ ମାତାର ଅପବିତ୍ରତା ଆମକୁ ଦୂଷିତ କରୁ । 'ଭାରତ ତୋଡ଼ୋ' ଆଇକନ୍ ସହିତ ଭାରତ ଯୋଡ଼ୋ ?

ଏଥି ସହ ଏହି ପ୍ରସଙ୍ଗରେ ରାହୁଲଙ୍କୁ ରକ୍ଷା କରି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ଟ୍ୱିଟ କରି ଲେଖିଛନ୍ତି ଯେ ବିଜେପିର ଘୃଣା କାରଖାନା ଏକ ଟ୍ୱିଟ୍ ଭାଇରାଲ କରିବାକୁ ଚେଷ୍ଟା କରୁଛି । ଅଡିଓରେ ରେକର୍ଡ ହୋଇଥିବା ସହିତ ଏହାର କୌଣସି ସମ୍ପର୍କ ନାହିଁ । ଏହା ବିଜେପି ରାଜନୀତିର ଏକ ତୁଚ୍ଛ ରୂପ । ଭାରତ ଯୋଡ଼ାର ସଫଳତାର ଆରମ୍ଭ ଦେଖି ବିଜେପି ହତାଶ ହୋଇପଡ଼ିଛି, ତେଣୁ ଏହା ସବୁ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+