କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ରାହୁଲ ଗାନ୍ଧୀ : ଉତ୍ସ

ପୂର୍ବ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ କରିବା ନେଇ ଦାବି ଜୋର୍ ଧରିଛି । ଏହି ସମୟରେ ଖବର ଆସୁଛି ଯେ ରାହୁଲ ଗାନ୍ଧୀ ଦଳ ଅଧ୍ୟକ୍ଷ ପଦର ପୋଷ୍ଟ ପାଇଁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ନେଇ ସମ୍ଭାବନା ନାହିଁ ।

ନୂଆଦିଲ୍ଲୀ : ପୂର୍ବ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପୁଣି ଥରେ ଦଳର ଅଧ୍ୟକ୍ଷ କରିବା ନେଇ ଦାବି ଜୋର୍ ଧରିଛି । ଏହି ସମୟରେ ଖବର ଆସୁଛି ଯେ ରାହୁଲ ଗାନ୍ଧୀ ଦଳ ଅଧ୍ୟକ୍ଷ ପଦର ପୋଷ୍ଟ ପାଇଁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିବା ନେଇ ସମ୍ଭାବନା ନାହିଁ । ନ୍ୟୁଜ୍ ଏଜେନ୍ସି ANI କଂଗ୍ରେସ ସୂତ୍ରରୁ ଏନେଇ ପ୍ରକାଶ କରିଛି ।

rahul Gandhi

କଂଗ୍ରେସର ଉତ୍ସରୁ ମିଳିଥିବା ସୂଚନା ଅନୁସାରେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବାର ସମ୍ଭାବନା ନାହିଁ । କାରଣ ସେ ଭାରତ ଯୋଡ଼ୋ ଯାତ୍ରା ମଧ୍ୟରେ ଦିଲ୍ଲୀ ଫେରିବେ ନାହିଁ । ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରାରେ ବର୍ତ୍ତମାନ କେରଳରେ ଅଛନ୍ତି ଏବଂ 29 ସେପ୍ଟେମ୍ବରରେ କର୍ଣ୍ଣାଟକରେ ପହଞ୍ଚିବେ । କିନ୍ତୁ ଅଧ୍ୟକ୍ଷ ପଦବୀ ନିର୍ବାଚନର ନାମାଙ୍କନ ଶେଷ ତାରିଖ ହେଉଛି 30 ସେପ୍ଟେମ୍ବର । ଏପରି ପରିସ୍ଥିତିରେ ରାହୁଲ ଗାନ୍ଧୀ ଅଧ୍ୟକ୍ଷ ହେବା ନେଇ ଆସୁଥିବା ଖବର ଉପରେ ବିରାମ ଲାଗିଛି ।

ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଦଳର ଅଧ୍ୟକ୍ଷ କରିବା ନେଇ ଗୁଜୁରାଟ, ରାଜସ୍ଥାନ, ଛଡିଶଗଡ଼, ବିହାର ଓ ଉତ୍ତର ପ୍ରଦେଶର କଂଗ୍ରେସ ୟୁନିଟ୍ ପ୍ରସ୍ତାବ ପାରିତ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+