ଜେରା ପରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ରାହୁଲ ଗାନ୍ଧୀ
ଜେରା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅଫିସ୍ରୁ ବାହାରିଛନ୍ତି କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚୁରା ପାଇଁ ସେ ଆଜି ଇଡି ନିକଟରେ ହାଜର ହୋଇଥିଲେ ।
ନୂଆଦିଲ୍ଲୀ : ଜେରା ପରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଅଫିସ୍ରୁ ବାହାରିଛନ୍ତି କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ । ନ୍ୟାସନାଲ ହେରାଲ୍ଡ ମାମଲାରେ ପଚରାଉଚୁରା ପାଇଁ ସେ ଆଜି ଇଡି ନିକଟରେ ହାଜର ହୋଇଥିଲେ । ତିନି ଘଣ୍ଟାର ପଚରାଉଚୁରା ପରେ ଇଡି ତାଙ୍କୁ ଛାଡ଼ି ଦେଇଛି । ତାଙ୍କ ସହିତ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଯାଇଥିଲେ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପ୍ରଶ୍ନଗୁଡ଼ିକର ସତ ସତ ଉତ୍ତର ଦେବେ ବୋଲି ରାହୁଲ୍ ଗାନ୍ଧୀ ଶପଥ ନେବା ପରେ ପଚରାଉଚରା କାର୍ଯ୍ୟ ଆରମ୍ଭ ହୋଇଥିଲା । ଇଡିର 2 ଜଣ ଶୀର୍ଷସ୍ତରୀୟ ଅଧିକାରୀ ରାହୁଲ୍ଙ୍କ ବୟାନ ରେକର୍ଡ କରିଛନ୍ତି । 'ପିଏମ୍ଏଲ୍ଏ' ଆକ୍ଟ ଧାରା 50 ଅନୁସାରେ ତାଙ୍କ ବୟାନ ରେକର୍ଡ କରାଯାଇଛି । ଜଣେ ସହକାରୀ ନିର୍ଦ୍ଦେଶକ ତାଙ୍କୁ ପ୍ରଶ୍ନ ପଚାରିଥିବା ବେଳେ ଜଣେ ଉପ ନିର୍ଦ୍ଦେଶକ ପଚରାଉଚରାର ତତ୍ୱାବଧାନ କରିଥିଲେ ଓ ଅଉ ଜଣେ ଅଧିକାରୀ ତାଙ୍କ ବୟାନକୁ ଟାଇପ୍ କରିଥିଲେ ବୋଲି ସୂଚନା ରହିଛି ।
ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡ୍ରିଂ ମାମଲାରେ ଇଡି ନିକଟରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ଜୁନ୍ 2 ରେ ନୋଟିସ୍ ଜାରି କରାଯାଇଥିଲା । ପ୍ରଥମେ ଜୁନ୍ 8 ରେ ହାଜର ହେବାକୁ ଇଡି ନୋଟିସ୍ ଦେଇଥିଲା । କିନ୍ତୁ ସେ ସମୟରେ ରାହୁଲ ବିଦେଶ ଗସ୍ତରେ ଥିବାରୁ ହାଜ ହେବାକୁ ସେ ଅଧିକ ସମୟ ମାଗିଥିଲେ । ଏହା ପରେ ସେ ଆଜି ଇଡି ନିକଟରେ ହାଜର ହୋଇଥିଲେ ।
ଆପଣଙ୍କୁ କହି ରଖୁଛୁ ରାହୁଲଙ୍କୁ ଇଡିର ନୋଟିସକୁ ବିରୋଧ କରି କଂଗ୍ରେସ କର୍ମୀ ମାନେ ବିରୋଧ ପ୍ରଦର୍ଶନ କରିବା ସହ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରା ଇଡି ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ହୋଇଥିଲା । ଏଥିଲେ ସାମିଲ ହୋଇଥିବା ଅନେକ ବରିଷ୍ଠ ନେତା ଏବଂ କଂଗ୍ରେସ କର୍ମୀଙ୍କୁ ପୋଲିସି ଗିରଫ କରିଛି ।
ଆଜି ସକାଳେ ଆରମ୍ଭ ହୋଇଥିବା ପ୍ରତିବାଦ ପଦଯାତ୍ରାର ରାହୁଲ୍ ଗାନ୍ଧୀ ନେତୃତ୍ବ ନେଇଥିଲେ। କିନ୍ତୁ, ନିରାପତ୍ତା ଦୃଷ୍ଟିରୁ ରାହୁଲ୍ ଓ ପ୍ରିୟଙ୍କାଙ୍କୁ କାର୍ରେ ବସିବାକୁ ପଡ଼ିଥିଲା। ପ୍ରତିବାଦ ପ୍ରଦର୍ଶନପୂର୍ବକ ସମ୍ପ୍ରତି କଂଗ୍ରେସ କର୍ମୀମାନେ ପ୍ରବର୍ତ୍ତନ ନିର୍ଦେଶାଳୟ ସମ୍ମୁଖରେ ଧାରଣା ଦେଇଥିଲେ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications