ସରକାରୀ ବଙ୍ଗଳାରୁ ଜିନିଷ ଖାଲି କରୁଛନ୍ତି ରାହୁଲ, ଜାଣନ୍ତୁ କେଉଁଠି ହେବ ନୂଆ ଠିକଣା
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦବୀ ରଦ୍ଦ ହେବା ପରେ ସରକାରୀ ବଙ୍ଗଳା ଖାଲି କରିବାକୁ ଆଦେଶ ମିଳିଥିଲା । ଏହା ପରେ ବର୍ତ୍ତମାନ ସେ 12 ତୁଗଲକ ଲେନରେ ଥିବା ସରକାରୀ ବଙ୍ଗଳାରୁ ନିଜ ଜିନିଷ ଖାଲି କରୁଛନ୍ତି । ତାଙ୍କ ଜିନିଷପତ୍ର ନେବା ପାଇଁ ତାଙ୍କ ସରକାରୀ ବାସଭବନରେ ଟ୍ରକ୍ ଆସିଥିବାର ଦେଖିବାକୁ ମିଳିଛି । ସେଠାରୁ ସମସ୍ତ ସାମଗ୍ରୀ 10 ଜନପଥ ଅର୍ଥାତ୍ ସୋନିଆ ଗାନ୍ଧୀଙ୍କ ବାସଭବନକୁ ନିଆଯାଉଛି ।

ରାହୁଲ ଗାନ୍ଧୀ ବର୍ତ୍ତମାନ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ବାସଭବନରେ ରହିବେ । ଏହା ତାଙ୍କର ନୂଆ ଠିକଣା ହେବ । ନିର୍ବାଚନ ସହ ଜଡିତ ସମସ୍ତ କାର୍ଯ୍ୟ ସେ ଏଠାରୁ କରିବେ ।
ଉତ୍ତରପ୍ରଦେଶର ଆମେଠି ରୁ ପ୍ରଥମ ଲୋକସଭା ନିର୍ବାଚନରେ ଜିତିବା ପରେ ଗାନ୍ଧୀଙ୍କୁ 2005 ରେ 12 ତୁଗଲକ୍ ଲେନ୍ ବଙ୍ଗଳା ଆବଣ୍ଟନ କରାଯାଇଥିଲା । କଂଗ୍ରେସ ନେତାଙ୍କୁ 23 ମାର୍ଚ୍ଚ 2023 ରେ ଲୋକସଭାରୁ ଅଯୋଗ୍ୟ କରାଯାଇଥିଲା ଏବଂ ନିୟମ ଅନୁଯାୟୀ ସରକାରୀ ବଙ୍ଗଳା ଖାଲି କରିବାକୁ 30 ଦିନ ଦିଆଯାଇଥିଲା ।
#WATCH | Trucks at the premises of Delhi residence of Congress leader Rahul Gandhi. He is vacating his residence after being disqualified as Lok Sabha MP. pic.twitter.com/BZBpesy339
— ANI (@ANI) April 14, 2023
ରାହୁଲ ଗାନ୍ଧୀ ଲୋକସଭା ସଚିବଙ୍କୁ ଦେଇଥିବା ଉତ୍ତରରେ ଲେଖିଛନ୍ତି ଯେ ସେ 4 ଥର ଲୋକସଭା ସାଂସଦ ଭାବରେ ନିର୍ବାଚିତ ହୋଇଛନ୍ତି । ଏହା ହେଉଛି ଲୋକମାନଙ୍କର ଆଦେଶ, ଯାହା ପାଇଁ ମୁଁ କୃତଜ୍ଞ । ଏହି ଘର ସହିତ ମୋର ଅନେକ ଭଲ ସ୍ମୃତି ରହିଛି । ମୁଁ ନୋଟିସରେ ଦିଆଯାଇଥିବା ଆଦେଶକୁ ପାଳନ କରିବି ।
ମୋଦୀ ସରନେମ୍ ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ବିରୋଧରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ଶୁଣାଣି ଗୁରୁବାର ଦିନ ସୁରଟ ସେସନ କୋର୍ଟରେ ଶେଷ ହୋଇଛି । ଅପ୍ରେଲ 20 ରେ ଏହାର ରାୟ ଆସିବ । ବର୍ତ୍ତମାନ କୋର୍ଟ ଏହାର ରାୟ ସଂରକ୍ଷିତ ରଖିଛନ୍ତି ।












Click it and Unblock the Notifications