ରାହୁଲ ଗାନ୍ଧୀ ଅବିବାହିତ .... ଝିଅମାନେ ତାଙ୍କ ନିକଟକୁ ଯାଆନ୍ତୁ ନାହିଁ : ପୂର୍ବ ସାଂସଦଙ୍କ ବୟାନରେ କେରଳ ରାଜନୀତିରେ ଝଡ଼
"ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ କେବଳ ମହିଳା କଲେଜରେ ହୋଇଥାଏ । ସେ ସେଠାକୁ ଯାଇ ଝିଅମାନଙ୍କୁ କିପରି ଠିଆ ହେବ ଏବଂ କିପରି ପ୍ରଣାମ କରିବେ ଶିଖାନ୍ତି । ମୋର ପ୍ରିୟ ପିଲାମାନେ ସେମାନଙ୍କ ନିକଟକୁ ଯାଅ ନାହିଁ ଏବଂ ଏପରି କାମ କର ନାହିଁ ... ସେ ଅବିବାହିତ... । ''
ଥିରୁଅନନ୍ତପୁରମ୍ : କେରଳରେ ବାମଦଳ ସମର୍ଥିତ ଜଣେ ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ବିପକ୍ଷରେ ଦେଇଥିବା ଟିପ୍ପଣୀକୁ ନେଇ କଂଗ୍ରେସ ଏବେ ଆକ୍ରୋଶମୂଳକ ହୋଇପଡ଼ିଛି । କେରଳର ଇଡ୍ଡୁକିର ପୂର୍ବ ସାଂସଦ ଜଏସ୍ ଜର୍ଜ କହିଥିଲେ, କଂଗ୍ରେସ ନେତା କେବଳ ମହିଳା ମହାବିଦ୍ୟାଳୟରେ କାର୍ଯ୍ୟକ୍ରମ କରୁଛନ୍ତି ଏବଂ ସେଠାରେ ଝିଅମାନଙ୍କୁ ଛିଡ଼ା ହେବା ଏବଂ ନଇଁବାର ତାଲିମ୍ ଦେଉଛନ୍ତି । ସେ ଝିଅମାନଙ୍କୁ ଚେତାବନା ଦେଇ କହିଛନ୍ତି, ରାହୁଲ ଅବିବାହିତ, ଝିଅମାନଙ୍କୁ ତାଙ୍କ ନିକଟକୁ ଯିବା ଠାରୁ ଦୂରେଇ ରହିବା ଉଚିତ୍ । ଜର୍ଜ ସେଠାରେ ରାଜ୍ୟର ମନ୍ତ୍ରୀ ଏମ୍ଏମ୍ ମଣିଙ୍କ ପାଇଁ ନିର୍ବାଚନ ପ୍ରଚାର କରୁଛନ୍ତି । ତାଙ୍କର ଏପରି ବିବାଦୀୟ ଭାଷଣ ପରେ କଂଗ୍ରେସ ଆକ୍ରୋଶମୂଳକ ହେବା ସହ ଏହାକୁ ମହିଳା ବିରୋଧୀ ମାନସିକତା ବୋଲି କହିଛି । ଏହାକୁ ବିରୋଧ କରି ଜର୍ଜଙ୍କର ଗିରଫଦାବି କରି ପ୍ରଦର୍ଶନ କରିବାକୁ ମଧ୍ୟ ପ୍ରସ୍ତୁତି କରୁଛି ।

'ରାହୁଲ ଗାନ୍ଧୀ ଅବିବାହିତ... ଝିଅମାନେ ନିକଟତର ହେବା ଉଚିତ୍ ନୁହେଁ'
ଇଡ୍ଡୁକୀର ପୂର୍ବତନ ସାଂସଦ ଜଏସ୍ ଜର୍ଜ କେରଳର ୱାୟାନାଡ ସାଂସଦ ତଥା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିଷୟରେ କହିଛନ୍ତି, "ରାହୁଲ ଗାନ୍ଧୀଙ୍କ କାର୍ଯ୍ୟକ୍ରମ କେବଳ ମହିଳା କଲେଜରେ ହୋଇଥାଏ । ସେ ସେଠାକୁ ଯାଇ ଝିଅମାନଙ୍କୁ କିପରି ଠିଆ ହେବ ଏବଂ କିପରି ପ୍ରଣାମ କରିବେ ଶିଖାନ୍ତି । ମୋର ପ୍ରିୟ ପିଲାମାନେ ସେମାନଙ୍କ ନିକଟକୁ ଯାଅ ନାହିଁ ଏବଂ ଏପରି କାମ କର ନାହିଁ ... ସେ ଅବିବାହିତ... । ''
ସୂଚନାଯୋଗ୍ୟ, ଜର୍ଜ ଇଡ୍ଡୁକୀର ଏଲଡିଏଫ୍ ସମର୍ଥିତ ପୂର୍ବ ନିର୍ଦଳୀୟ ସାଂସଦ । 50 ବର୍ଷୀୟ ଏହି ନେତା ପେଶାରେ ଝଣେ ଓକିଲ । କିନ୍ତୁ, ସବୁଠାରୁ କୌତୁହଳପ୍ରଦ କଥା ହେଉଛି, ପୂର୍ବରୁ ସେ କଂଗ୍ରେସ କର୍ମୀ ଭାବେ କାର୍ଯ୍ୟ କରିଛନ୍ତି ଏପରିକି 2011 ବିଧାନସଭା ନିର୍ବାଚନ ସମୟରେ ରାହୁଲ ଗାନ୍ଧୀଙ୍କ ବକ୍ତବ୍ୟ ଅନୁବାଦ କରି ଲୋକଲୋଚନକୁ ଆସିଥିଲେ ।

ପୂର୍ବତନ ସାସଂଦଙ୍କ ଗିରଫ ଦାବି
କେରଳର ବିରୋଧୀ ନେତା ରମେଶ ଚୌନିତାଲା କହିଛନ୍ତି ଯେ, ସେ ମଙ୍ଗଳବାର ସନ୍ଧ୍ୟା ରେ ଏହି ଟିପ୍ପଣୀ ବିରୋଧରେ ସାରା ରାଜ୍ୟରେ ପ୍ରଦର୍ଶନ କରିବେ । ସେ ଆହୁରି ମଧ୍ୟ କହିଛନ୍ତି, " ଏପରି ଟିପ୍ପଣୀରୁ ମଣିଷର ନୀଚ୍ଚ ମାନସିକତା ଜଣାପଡ଼ୁଛି । ଏହି ଅଶ୍ଳୀଳ ମନ୍ତବ୍ୟ ପାଇଁ ତାଙ୍କୁ ଗିରଫ କରାଯିବା ଉଚିତ୍ । ଏହାଠାରୁ ଅଧିକ ଖରାପ ହେଉଛି ମନ୍ତ୍ରୀ ମଣି ମଧ୍ୟ ମଞ୍ଚରେ ଉପସ୍ଥିତ ଥାଇ ଏହି କଥାର ମଜା ନେଉଥିଲେ । 2019 ଲୋକସଭା ନିର୍ବାଚନରେ ଜଏସକୁ ହରାଇଥିବା ଇଡ୍ଡୁକୀର କଂଗ୍ରେସ ସାସଂଦ ଡିନ୍ କୁରିଆକୋସେ କହିଛନ୍ତି, ଏହି ଟିପ୍ପଣୀରୁ ଜଣାପଡ଼ୁଛି ସେ ଲୋକର ମନରେ କଣ ଅଛି । ଅପରପକ୍ଷରେ କେରଳର ମନ୍ତ୍ରୀ ଏମ୍ଏମ୍ ମଣି ଜର୍ଜଙ୍କ କଥାରେ ତାଙ୍କୁ ସୁରକ୍ଷା ଦେଇ କହିଛନ୍ତି, ଜଏସଙ୍କ ବୟାନ ଆପତ୍ତିଜନକ ନୁହେଁ । ଏହା ରାହୁଲ ଗାନ୍ଧୀଙ୍କର ସମାଲୋଚନା ଥିଲା ।












Click it and Unblock the Notifications