Get Updates
Get notified of breaking news, exclusive insights, and must-see stories!

‘ମୋର ଏବଂ ଅନେକ ନେତାଙ୍କ ଫୋନରେ ପେଗାସସ୍ ଥିଲା' - କେମ୍ବ୍ରିଜରେ କହିଲେ ରାହୁଲ ଗାନ୍ଧୀ

କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ସମ୍ବୋଧିତ କରିବା ସମୟରେ ରାହୁଲ ତାଙ୍କ ଫୋନରେ ପେଗାସସ୍ ଥିବା ଦାବି କରିଥିଲେ । ରାହୁଲ କହିଛନ୍ତି ଯେ ତାଙ୍କ ଫୋନରେ ପେଗାସସ୍ ଥିବାରୁ ଫୋନରେ କଥା ହେବାବେଳେ ଅଧିକାରୀମାନେ ତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ।

Rahul Gandhi

କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବ୍ରିଟେନ ଗସ୍ତରେ ଅଛନ୍ତି । ଏହି ସମୟରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ମଧ୍ୟ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ତାଙ୍କ ଫୋନରେ ପେଗାସସ୍ ଥିବା ଦାବି କରିଥିଲେ । ରାହୁଲ କହିଛନ୍ତି ଯେ ତାଙ୍କ ଫୋନରେ ପେଗାସସ୍ ଥିବାରୁ ଫୋନରେ କଥା ହେବାବେଳେ ଅଧିକାରୀମାନେ ତାଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । ରାହୁଲ ଗାନ୍ଧୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ଭାରତର ଗଣତନ୍ତ୍ର ବିପଦରେ ଅଛି, ଭାରତର ଅନେକ ନେତାଙ୍କ ଫୋନରେ ପେଗାସସ୍ ଥିଲା, ଫୋନ୍ ରେକର୍ଡ କରାଯାଉଛି ।

ରାହୁଲ ଗାନ୍ଧୀ ସୋଶାଲ ମିଡିଆରେ ବ୍ରିଟେନ ଗସ୍ତର 12 ଟି ଫଟୋ ସେୟାର କରିଛନ୍ତି । ଏହି ଫଟୋ ସେୟାର କରି ରାହୁଲ ଗାନ୍ଧୀ ଲେଖିଛନ୍ତି, କେମ୍ବ୍ରିଜ୍ ଜଜ୍ ବିଜନେସ୍ ସ୍କୁଲର ଛାତ୍ର ତଥା ଅଧ୍ୟାପକମାନଙ୍କ ସହ କଥାବାର୍ତ୍ତା କରିବା ଏକ ଭଲ ଅନୁଭୂତି, ମୁଁ ଏଠାରେ ଜଣେ ଭ୍ରମଣକାରୀ ସାଥୀ ଥିଲି, ମୁଁ ଏଠାରେ ଭାଷଣ ଦେଇଥିଲି, ଯାହାର ବିଷୟ 'ଲର୍ଣ୍ଣିଂ ଟୁ ଲିସିନ୍ ଇନ୍ 21 ସେନ୍ଚୁରୀ' ଥିଲା । ଯେତେବେଳେ ଶୁଣିବାର କଳା କ୍ରମାଗତ ଭାବରେ ଅଭ୍ୟାସ କରାଯାଏ, ଏହା ବିଶ୍ୱ ସ୍ତରରେ ଯୋଗାଯୋଗର ସବୁଠାରୁ ଶକ୍ତିଶାଳୀ ମାଧ୍ୟମ ହୋଇଯାଏ । ଭାରତ ଯୋଡା ଯାତ୍ରା ସମୟରେ ଆମେ ଏହା ଭଲ ବାବେ ଅନୁଭବ କରିଥିଲୁ ।

ରାହୁଲ ଗାନ୍ଧୀ କହିଛନ୍ତି ଯେ ଆମେ ନିରନ୍ତର ଚାପ ଅନୁଭବ କରୁଛୁ, ବିରୋଧୀ ଦଳର ନେତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ମୋ ବିରୁଦ୍ଧରେ ଅନେକ ମାମଲା ଅଛି, ଏପରି ମାମଲା ପଞ୍ଜିକୃତ ହୋଇଛି ଯାହା ହେବା କଥା ନୁହଁ, କିନ୍ତୁ ଏସବୁ ମଧ୍ୟରେ ଆମେ ନିଜକୁ ରକ୍ଷା କରିବାକୁ ଚେଷ୍ଟା କରୁଛୁ ।
ରାହୁଲ କହିଛନ୍ତି ଯେ ଲୋକମାନେ ଶୁଣିବା କଳା ଉପରେ ଧ୍ୟାନ ଦେବା ଉଚିତ୍ । ସମଗ୍ର ବିଶ୍ୱରେ ଗଣତାନ୍ତ୍ରିକ ପରିବେଶ ବୃଦ୍ଧି ଉପରେ ଆମେ ଧ୍ୟାନ ଦେବା ଉଚିତ୍ । ଆମେରିକା ଏବଂ ଭାରତରେ ଉତ୍ପାଦନ କିପରି ହ୍ରାସ ପାଇଛି, ଏହାର ବ୍ୟାପକ ପ୍ରଭାବ ଦେଖାଯାଉଛି, ଏହା ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି କରିଛି, ଅସମାନତା ବୃଦ୍ଧି ପାଇଛି, ଆମକୁ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।

ଭାରତୀୟ ଗଣତନ୍ତ୍ର ହେଉଛି ବିଶ୍ୱର ସବୁଠୁ ବଡ ଗଣତନ୍ତ୍ର, ତେଣୁ ଏହାକୁ ବଞ୍ଚାଇବାର ବହୁତ ଆବଶ୍ୟକତା ଅଛି । ଏହା କେବଳ ଭାରତକୁ ବଞ୍ଚାଇବା ନୁହେଁ ବରଂ ସମଗ୍ର ବିଶ୍ୱରେ ଗଣତନ୍ତ୍ରର ସଂରଚନାକୁ ବଞ୍ଚାଇ ରଖିବା । ରାହୁଲ କହିଛନ୍ତି ଯେ ସମସ୍ତେ ଜାଣନ୍ତି ଯେ ଭାରତୀୟ ଗଣତନ୍ତ୍ର ଚାପରେ ଅଛି । ଭାରତର ମୌଳିକ ଗଣତାନ୍ତ୍ରିକ ଗଠନ ଉପରେ ଆକ୍ରମଣ ହେଉଛି । ଦେଶର ଗଣମାଧ୍ୟମ ଉପରେ ଆକ୍ରମଣ ଚାଲିଛି । କେବଳ ଏତିକି ନୁହେଁ ଗଣମାଧ୍ୟମ, ନ୍ୟାୟପାଳିକାକୁ ନିୟନ୍ତ୍ରଣ କରାଯାଇଛି ବୋଲି ରାହୁଲ କହିଛନ୍ତି ।

ଭାରତ ଯୋଡା ଯାତ୍ରା ବିଷୟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ବ୍ରିଟିଶଙ୍କ ବିରୁଦ୍ଧରେ ଆରମ୍ଭ କରିଥିବା ଯାତ୍ରା ଆରମ୍ଭ କରିଛୁ, ଯାହାକି ଦାଣ୍ଡି ଯାତ୍ର ନାମରେ ଜଣାଶୁଣା । ଭାରତ ଯୋଡୋ ଯାତ୍ରା କେବଳ ଏକ ଯାତ୍ରା ନୁହେଁ ବରଂ ଏହା ଏକ ଏପରି ଯାତ୍ରା ଥିଲା ଯାହା ମାଧ୍ୟମରେ ଲୋକଙ୍କୁ ଶୁଣିବାର ଥିଲା । ଆମେ ଏହି ଯାତ୍ରା କନ୍ୟାକୁମାରୀ ଠାରୁ ଶ୍ରୀନଗର ପର୍ଯ୍ୟନ୍ତ ସାଢେ ଚାରି ମାସ ଧରି 14 ଟି ରାଜ୍ୟକୁ ଅତିକ୍ରମ କରିଛୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+