ଲୋକଙ୍କ ଭିଡ଼ରେ ରାହୁଲ ଗାନ୍ଧୀ, ରାସ୍ତା କଡ଼ ଗୁପଚୁପ୍ - ଚାଟ ର ନେଲେ ମଜା
ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ହରାଇବା ପରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ପଡ଼ିଛି । ବର୍ତ୍ତମାନ ବାସହରା ହେବା ପରେ ଭିନ୍ନ ଶୈଳୀରେ ଦେଖାଦେଇଛନ୍ତି ରାହୁଲ । କଂଗ୍ରେସ ନେତା ହଠାତ୍ ରାସ୍ତାକୁ ଆସି ଲୋକଙ୍କ ଭିଡ଼ରେ ସାମିଲ ହୋଇଥିଲେ । ଲୋକଙ୍କ ସହ କଥାବାର୍ତ୍ତା କରିବା ସହ ଷ୍ଟିଟ୍ ଫୁଡ୍ ର ମଜା ନେଇଛନ୍ତି । ଏପରିକି ଦିଲ୍ଲୀରେ ମହୋବତ୍ କି ସରବତ୍ ପିଉଥିବାର ନଜର ଆସିଛନ୍ତି ରାହୁଲ ।

ରାହୁଲ ଗାନ୍ଧୀ ଚାନ୍ଦିନୀ ଚୌକରେ ଅବସ୍ଥିତ ବଙ୍ଗଳା ବଜାର ନିକଟରେ ଏକ ଚାଟ୍ ଦୋକାନରେ ପହଞ୍ଚିଥିଲେ । ଏଠାରେ ସେ ଗୁପଚୁପ୍ ଖାଇଥିଲେ । ଏହି ସମୟରେ ତାଙ୍କୁ ଦେଖି ଅନେକ ଲୋକ ତାଙ୍କୁ ଭେଟିବାକୁ ତାଙ୍କ ପାଖକୁ ଆସିତିଲେ ଏବଂ ସେଲଫି ନେଇଥିଲେ ।
ଗୁପଚୁପ୍ ଖାଇବା ପରେ ରାହୁଲ ଗାନ୍ଧୀ ଚାନ୍ଦନୀ ଚୌକରେ ଏକ ସରପବତ୍ ଦୋକାନରେ ପହଞ୍ଚିଥିଲେ । ରମଜାନ ଯୋଗୁଁ ଏଠାରେ ପରିବେଶ ଅତ୍ୟନ୍ତ ମନୋରମ ଥିଲା । ରାହୁଲ ଗାନ୍ଧୀ ଏଠାରେ ମୋହବତ୍ କା ସରବତ୍ ଷ୍ଟଲରେ ପହଞ୍ଚି ସରବତ୍ ପିଇଥିଲେ ।
ଏହା ପରେ ରାହୁଲ ଗାନ୍ଧୀ ସିଧା ଜବାହର ରେଷ୍ଟୁରାଣ୍ଟକୁ ଯାଇ ଏଠାରେ କବାବ ଖାଇଥିଲେ । ଏହି ସମୟରେ ରାହୁଲ ଙ୍କ ପାଖରେ ଫୁଡ୍ ବ୍ଲଗର ବିଜୟକର ଥିଲେ । ରାହୁଲ ଗାନ୍ଧୀ ଲୋକଙ୍କ ସହ ସମୟ ଅତିବାହିତ କରିଥିଲେ, ସେମାନଙ୍କ ସହ କଥାବାର୍ତ୍ତା କରିଥିଲେ ।
ଆପଣଙ୍କୁ କହି ରଖୁଛୁ ରାହୁଲ ଗାନ୍ଧୀ ଆଜିକାଲି କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବ୍ୟସ୍ତ ଅଛନ୍ତି । ଦଳ ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ଦଳର ଅଭିଯାନର ରଣନୀତି ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଏଠାରେ ବ୍ୟସ୍ତ ଅଛନ୍ତି । ଯଦି କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସେ ତେବେ ରାହୁଲ ଗାନ୍ଧୀ ଅନେକ ପ୍ରତିଶ୍ରୁତି ପୂରଣ କରିବାକୁ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ରାହୁଲ ଗାନ୍ଧୀ ମଧ୍ୟ କ୍ରମାଗତ ଭାବେ ଅନ୍ୟ ଦଳର ନେତାମାନଙ୍କୁ ଟିଛନ୍ତି । ଏହା ବାଦ୍ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ପାଇଁ ୟୁପିଏକୁ ମଜବୁତ କରିବାକୁ ପ୍ରୟାସ କରୁଛନ୍ତି ରାହୁଲ ।
ଉଲ୍ଲେଖ ଥାଉକି, ନିକଟରେ ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ଚାଲିଯାଇଛି । ମୋଦୀ ସରନେମ୍ ମାନହାନୀ ମାମଲାରେ ଗୁଜରାଟର ସୁରଟ କୋର୍ଟ ତାଙ୍କୁ 2 ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ।












Click it and Unblock the Notifications