ଆମେରିକାର ଭାରତ ବିରୋଧୀ ମନ୍ତବ୍ୟ ଦେଲେ ରାହୁଲ ଗାନ୍ଧୀ, ନୂତନ ସଂସଦ ଉଦଘାଟନକୁ କହିଲେ ଡ୍ରାମା

ସାନ୍ଫ୍ରାନସିସ୍କୋ: ବିଦେଶ ମାଟିରେ ସ୍ୱଦେଶକୁ ପୁଣି ନିନ୍ଦା କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ନିକଟରେ ଉଦ୍ଘାଟିତ ହୋଇଥିବା ନୂତନ ସଂସଦ ଭବନକୁ ବୋଗସ୍ କହିବା ସହ ଭାରତରେ ମୁସଲିମ୍, ଖ୍ରୀଷ୍ଟିୟାନ, ଶିଖ୍ କେହି ମଧ୍ୟ ସୁରକ୍ଷିତ ନୁହନ୍ତି ବୋଲି ମନ୍ତବ୍ୟ ଦେଇଛନ୍ତି ରାହୁଲ୍ ।
ଆମେରିକାର ସାନଫ୍ରାନସିସ୍କୋଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାହୁଲ୍ ଭାରତ ସରକାରଙ୍କ ବିଭିନ୍ନ ନୀତିକୁ ସମାଲୋଚନା କରିଛନ୍ତି । ସେହିପରି ସେନଗୋଲ ପ୍ରତିଷ୍ଠା କରିବା ଭାରତ ସରକାରଙ୍କ ଏକ ନାଟକ ବୋଲି ଆକ୍ଷେପ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏପରିକି ନୂତନ ସଂସଦ ଉଦଘାଟମ ଏବଂ ସେନଗୋଲ ସ୍ଥାପନକୁ ପ୍ରକୃତ ପ୍ରସଙ୍ଗରୁ ଦୂରେଇ ଯିବା କହି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ।
ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ ବେକାରୀ, ମୂଲ୍ୟ ବୃଦ୍ଧି ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦୀ ନୂତନ ସଂସଦର ଉଦଘାଟନ, ସେନଗୋଲ ଦ୍ୱାରା ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ।
କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣି ଥରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଦେଶୀ ମାଟିରେ ଆକ୍ରମଣ କରିଛନ୍ତି ଏବଂ ଏଥର ନୂତନ ସଂସଦ ଏବଂ ସେନଗୋଲ ପ୍ରସଙ୍ଗ ଉଠାଇଛନ୍ତି । ବୁଧବାର ଦିନ ସାନ ଫ୍ରାନ୍ସିସ୍କୋରେ ଚାଲିଥିବା 'ମୋହବତ୍ କି ଦୁକାନ୍' କାର୍ଯ୍ୟକ୍ରମରେ ଭାରତୀୟଙ୍କୁ ସମ୍ବୋଧିତ କରୁଥିବାବେଳେ ଗାନ୍ଧୀ ନୂତନ ସଂସଦର ଉଦଘାଟନ ଏବଂ ସେନଗୋଲ ସ୍ଥାପନକୁ ନେଇ ଭାରତ ସରକାରଙ୍କୁ ନିନ୍ଦା କରିଛନ୍ତି ଯେ ଏହା ଲୋକଙ୍କୁ ପ୍ରକୃତ ପ୍ରସଙ୍ଗରୁ ଦୂରେଇ ରଖିବା ପାଇଁ ଏକ ଡ୍ରାମା ବୋଲି କହିଛନ୍ତି ।
ବେକାରି, ମୂଲ୍ୟ ବୃଦ୍ଧି ଏବଂ ଶିକ୍ଷା ପରି ବିଜେପି ଦେଶର ପ୍ରକୃତ ପ୍ରସଙ୍ଗ ଉପରେ ଆଲୋଚନା କରିପାରିବ ନାହିଁ । ରାହୁଲ ଗାନ୍ଧୀ କହିଛନ୍ତି ଯେ ମୁସଲମାନ, ଶିଖ, ଖ୍ରୀଷ୍ଟିଆନ ଏବଂ ଦଳିତଙ୍କ ପରି ସମ୍ପ୍ରଦାୟ ଆକ୍ରମଣର ଶିକାର ହେଉଛନ୍ତି ।
ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପରୋକ୍ଷରେ ଟାର୍ଗେଟ୍ କରି ରାହୁଲ କହିଛନ୍ତି ଯେ ଭାରତରେ କିଛି ଲୋକ ସଂପୂର୍ଣ୍ଣ ଭାବେ ବିଶ୍ୱାସ କରନ୍ତି ଯେ ସେମାନେ ସବୁକିଛି ଜାଣିଛନ୍ତି ଏବଂ ଅନ୍ୟ କାହା କଥା ଶୁଣିବେ ନାହିଁ । "ସେମାନେ ଭାବନ୍ତି ସେମାନେ ଐତିହାସିକମାନଙ୍କୁ ଇତିହାସ, ବୈଜ୍ଞାନିକଙ୍କୁ ବିଜ୍ଞାନ ଏବଂ ସେନାକୁ ଯୁଦ୍ଧ ବିଷୟରେ ବୁଝାଇ ପାରିବେ । କିନ୍ତୁ ସେମାନେ ଶୁଣିବାକୁ ପ୍ରସ୍ତୁତ ନୁହଁନ୍ତି ।"












Click it and Unblock the Notifications