Congress : ଜନ ଆନ୍ଦୋଳନ କରିବ କଂଗ୍ରେସ, ଓଡ଼ିଶା ଆସିବେ ପ୍ରିୟଙ୍କା-ରାହୁଲ
Rahul Gandhi Odisha Visit : ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ପ୍ରସ୍ତୁତି କରୁଛି କଂଗ୍ରେସ । ଅସନ୍ତୁଷ୍ଟ ନେତାଙ୍କୁ ମନାଇବା ସହ ତୃଣମୂଳ ସ୍ତରରେ ଦଳକୁ ସଜାଡ଼ିବାକୁ ପ୍ରୟାସ କରୁଛି କଂଗ୍ରେସ । ସେପଟେ ଦିଲ୍ଲୀରେ କିଛି କଂଗ୍ରେସ ନେତା ଡେରା ପକେଇଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ଦିଲ୍ଲୀରେ ଏଆଇସିସି କାର୍ଯ୍ୟାଳୟ ଅଛି । ଯେଉଁ ନେତା ଦିଲ୍ଲୀ ଯାଆନ୍ତି ସେମାନେ ସେଠାରେ ବରିଷ୍ଠ ନେତାଙ୍କୁ ଭେଟନ୍ତି । ଏଥିରେ ବ୍ୟତିକ୍ରମ କେଉଁଠି ରହିଲା । ସମସ୍ତ ଜିଲ୍ଲା ସହ 147 ନିର୍ବାଚନ ମଣ୍ଡଳୀରେ ସଂଗଠନ ମଜବୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟର 37 ହଜାର ବୁଥରୁ ଜିଲ୍ଲା ସଭାପତି ନେଇଥିବା କାର୍ଯ୍ୟକ୍ରମ ଉପରେ ଅଗଷ୍ଟ ଶେଷ ସୁଦ୍ଧା ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାପରେ ପଞ୍ଚାୟତକୁ ମଧ୍ୟ ମଜବୁତ କରିବାକୁ କାର୍ଯ୍ୟକ୍ରମ କରାଯିବ । ସେପ୍ଟେମ୍ବର ମାସରେ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିରାଟ ଆନ୍ଦୋଳନ ହେବ ବୋଲି ସେ କହିଛନ୍ତି ।
ଏହା ସହିତ ଓଏସଏସସି ପରୀକ୍ଷା ପ୍ରଶ୍ନପତ୍ର ତ୍ରୁଟି ପ୍ରସଙ୍ଗରେ ବିଜେପି ଏବଂ ବିଜେଡି ଭାଈ ଭାଈ ବୋଲି କହିଛନ୍ତି । ପ୍ରଶ୍ନପତ୍ର ଲିକ୍ ଏବେ ନୁହେଁ ଆଗରୁ ମଧ୍ୟ ହୋଇଛି । କିନ୍ତୁ ସରକାର କାହିଁକି ଚୁପ ହୋଇ ବସିଛନ୍ତି । ସରକାରଙ୍କୁ ଛାତ୍ରଛାତ୍ରୀ କେବେ କ୍ଷମା କରିବେ ନାହିଁ । ତାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସରକାର । ବିଜେପି ସିବିଆଇ ତଦନ୍ତ କଥା ଉଠାଉଛି ଏଥିରେ କ'ଣ ସମସ୍ୟାର ସମାଧାନ ହେବ ବୋଲି ଶରତ କହିଛନ୍ତି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ତ ନଷ୍ଟ ହେଇଗଲା । ବିଜେପି ଓ ବିଜେଡି ଖାଲି ଦାବି କରିଲେ କିଛି ହେବ ନାହିଁ । ମୂଳରୁ ସମସ୍ୟାର ସମାଧାନ କରିବା ଆବଶ୍ୟକ ।
ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ବିଜେଡି କାହିଁକି ଚୁପ୍ ବସିଛି । ନାରୀ ସଶକ୍ତିକରଣ ଏବଂ ମା'କୁ ସମ୍ନାନ କଥା କହୁଛନ୍ତି । କିନ୍ତୁ ମଣିପୁର ପ୍ରସଙ୍ଗରେ ପଦଟିଏ ମଧ୍ୟ କହୁନାହାଁନ୍ତି ।












Click it and Unblock the Notifications