ରାଜ୍ୟସଭାର 12 ଜଣ ସାଂସଦଙ୍କ ନିଲମ୍ବନ ବିରୋଧରେ ଧାରଣାରେ ବସିଲେ ବିରୋଧୀ ଦଳ ସାଂସଦ, ସାମିଲ ହେଲେ ରାହୁଲ ଗାନ୍ଧୀ
ଗୁରୁବାର ସଂସଦର ଶୀତକାଳୀନ ଅଧିବେଶନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ନେତାମାନେ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣାରେ ବସିଛନ୍ତି ।
ନୂଆଦିଲ୍ଲୀ : ଗୁରୁବାର ସଂସଦର ଶୀତକାଳୀନ ଅଧିବେଶନରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏବଂ ଦଳର ନେତାମାନେ ସଂସଦ ପରିସରରେ ଗାନ୍ଧୀ ପ୍ରତିମୂର୍ତ୍ତି ସମ୍ମୁଖରେ ଧାରଣାରେ ବସିଛନ୍ତି । ରାଜ୍ୟସଭାରୁ ନିଲମ୍ବିତ 12ଜଣ ସାଂସଦଙ୍କ ସପକ୍ଷରେ ବିରୋଧୀ ସାଂସଦ ମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଅଶୋଭନୀୟ ଆଚରଣ ପାଇଁ ରାଜ୍ୟସଭାରୁ ନିଲମ୍ବିତ ହୋଇଥିବା 12 ଜଣ ବିଧାୟକଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ବିରୋଧୀ ଆରମ୍ଭରୁ ଦାବି କରି ଆସୁଛନ୍ତି ।

ରାହୁଲ ଗାନ୍ଧୀଙ୍କ ସମେତ ବରିଷ୍ଠ ନେତାମାନେ ହାତରେ କଳା ବ୍ୟାଚ୍ ବାନ୍ଧି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ । କଂଗ୍ରେସ ଘୋଷଣା କରିଛି ଯେ ବିଜେପିର ଅନ୍ଧକାର ଉଦ୍ଦେଶ୍ୟ ବିରୋଧରେ ଆମର ସଂଗ୍ରାମ ଜାରି ରହିଛି । ଲୋକଙ୍କ ସ୍ୱର ଉତ୍ତୋଳନ କରିବା ଆମର ଦାୟିତ୍ୱ ବୋଲି କଂଗ୍ରେସ କହିଛି ।
ସୂଚନାଯୋଗ୍ୟ, ଗତ ମୌସୁମୀ ଅଧିବେଶନ ସମୟରେ ଅଶୋଭନୀୟ ଆଚରଣ ପାଇଁ ଚଳିତ ଶୀତ ଅଧିବେଶରେ 12 ଜଣ ରାଜ୍ୟସଭା ସାସଂଦଙ୍କୁ ନିଲମ୍ବିନ କରାଯାଇଛି । ଏହି ନିଲମ୍ବନକୁ ପ୍ରତ୍ୟାହାର କରିବା ଦାବି କରି ବିରୋଧୀ ସାସଂଦ ମାନେ ଗତ ଦୁଇ ଦିନ ଧରି ଉଭୟ ଗୃହରେ ନାରାବାଜି କରୁଛନ୍ତି । ଏପରିକି ଅଧ୍ୟକ୍ଷ ଏମ୍ ଭେଙ୍କେୟାନାଇଡୁଙ୍କୁ ଏକ ପତ୍ର ମଧ୍ୟ ଲେଖିଥିଲେ । କିନ୍ତୁ ଅଧ୍ୟକ୍ଷ ଏହି ନିଲମ୍ବନ ପ୍ରତ୍ୟାହାର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି ।












Click it and Unblock the Notifications