'ସୋଶାଲ ମିଡିଆ ଯୋଦ୍ଧା' ଦଳ ଗଠନ କରିବ କଂଗ୍ରେସ, ସାମିଲ ହେବାକୁ ରାହୁଲଙ୍କ ଆହ୍ୱାନ

ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଦଳ ସହ ଯୋଡିବା । ଯୁବକ ମାନେ ଜାରି ହୋଇଥିବା ନମ୍ବରରେ ମିସ୍ କଲ ଦେଇ ଏବଂ ୱେବସାଇଟ୍ ମାଧ୍ୟମରେ ସାମିଲ ହୋଇପାରିବେ । ଏହି ଅଭିଯାନ ସୋଶାଲ ମିଡିଆ ୱାରିଅର୍ ନାମରେ ଚାଲିବ ।

ନୂଆଦିଲ୍ଲୀ : କଂଗ୍ରେସ ଗଠନ କରିବ ସୋଶାଲ ମିଡ଼ିଆ ଯୋଦ୍ଧା । ଏଥିଲେ ସାମିଲ ହେବାକୁ ଆହ୍ୱାନ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ନେତା ରାହୁଲ ଗାନ୍ଧୀ । ସେ ଟ୍ୱିଟରରେ ଏକ ଭିଡ଼ିଓ ଜାରି କରି କହିଛନ୍ତି , ଏହି ଦଳ ନ୍ୟାୟ ପାଇଁ ଲଢେଇ କରୁଥିବା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ । ଏହା ଘୃଣା ସୃଷ୍ଟି କରୁଥିବା ଗୋଷ୍ଠୀ ନୁହେଁ । ଏହା ହିଂସାର ସେନା ନୁହେଁ । ଏହା ସତ୍ୟର ସେନା । ଏହି ଦଳ ଭାରତର ବିଚାରକୁ ରକ୍ଷା କରିବ ।

Congress-flag

ଆସନ୍ତା କିଛି ଦିନ ମଧ୍ୟରେ କଂଗ୍ରେସ ପ୍ରାୟ 5ଲକ୍ଷ ସୋଶାଲ ମିଡ଼ିଆ ଯୋଦ୍ଧାଙ୍କୁ ସାମିଲ କରିବା ନେଇ ଲକ୍ଷ୍ୟ ରଖିଛି । ଏଥିରେ ଯୋଗ ଦେବା ପାଇଁ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରାଯିବ । ସୋଶାଲ ମିଡ଼ିଆରେ ସାମିଲ କରିବାର ଏହି ଅଭିଯାନ ତିନି ମାସ ଧରି ଚାଲିବ । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ସୋଶାଲ ମିଡିଆ ଯୋଦ୍ଧା ଦଳରେ ଯୋଗଦେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଉଛି ଯୁବକମାନଙ୍କୁ ଦଳ ସହ ଯୋଡିବା । ଯୁବକ ମାନେ ଜାରି ହୋଇଥିବା ନମ୍ବରରେ ମିସ୍ କଲ ଦେଇ ଏବଂ ୱେବସାଇଟ୍ ମାଧ୍ୟମରେ ସାମିଲ ହୋଇପାରିବେ । ଏହି ଅଭିଯାନ ସୋଶାଲ ମିଡିଆ ୱାରିଅର୍ ନାମରେ ଚାଲିବ । ଜାତୀୟ, ରାଜ୍ୟ ତଥା ଜିଲ୍ଲା ସ୍ତରରେ ଏହି ସୋଶାଲ୍ ମିଡ଼ିଆ ଯୋଦ୍ଧା ଦଳ ପ୍ରସ୍ତୁତ କରି କର୍ମୀମାନଙ୍କୁ ଏହାର ଦାୟିତ୍ୱ ଦିଆଯିବ । ଖାସ୍ କରି ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରୁଥିବା ଯୁବକମାନଙ୍କୁ ସାମିଲ କରିବା ଏହାର ଲକ୍ଷ୍ୟ । ଦଳର ବରିଷ୍ଠ ନେତା ପୱନ କୁମାର ବଂଶଲ, ମୁଖପାତ୍ର ପୱନ ଖେଡା ଏବଂ ଦଳର ସୋଶାଲ ମିଡିଆ ବିଭାଗର ମୁଖ୍ୟ ରୋହନ ଗୁପ୍ତା ଏହି ଅଭିଯାନ ଆରମ୍ଭ କରିଛନ୍ତି ।

ଏହି ଅଭିଯାନ ବିଷୟରେ ସୂଚନା ଦେଇ ପୱନ ଖେଡା କହିଛନ୍ତି, 'ଆମର ଲକ୍ଷ୍ୟ ହେଉଛି ପାଞ୍ଚ ଲକ୍ଷ ସୋସାଲ ମିଡିଆ ଯୋଦ୍ଧା ସୃଷ୍ଟି କରିବା । ଏହିସବୁ ମାଧ୍ୟମରେ ଦେଶ ସମ୍ମୁଖରେ ଠିଆ ହୋଇଥିବା ପ୍ରସଙ୍ଗ ଉଠାଯିବ । ଏହା ସହିତ, ଏହି ଯୋଦ୍ଧାମାନଙ୍କ ମାଧ୍ୟମରେ ବିଚାର ଓ ସିଦ୍ଧାନ୍ତ ବିଷୟରେ ଆଲୋଚନା ହେବ । ଆମେ କ୍ୟାଡର ଭିତ୍ତିକ ଦଳ ନୁହଁ, କିନ୍ତୁ ଆମେ ଏକ ପ୍ରସଙ୍ଗ ଭିତ୍ତିକ ଦଳ । ଆମେ ପୂର୍ବରୁ ଲୋକଙ୍କ ସମସ୍ୟା ନେଇ ସ୍ୱର ଉଠାଉଛୁ ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ । ଏହି ଆଶା ସହିତ ​​ଏହି ଅଭିଯାନରେ ଆରମ୍ଭ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+