Get Updates
Get notified of breaking news, exclusive insights, and must-see stories!

ରାହୁଲ ଗାନ୍ଧୀ ମାମଲା ଉପରେ ଆମେରିକାର ନଜର, କଂଗ୍ରେସ ସହ ଯୋଗାଯୋଗରେ ଅଛି କି ବାଇଡେନ ପ୍ରଶାସନ ?

Rahul-White House

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ମାମଲାରେ ନଜର ରଖିଛି ଆମେରିକା । ଆମେରିକାର ସ୍ୱରାଷ୍ଟ୍ର ବିଭାଗ ଏହି ମାମଲାରେ ନିଜକୁ ଦୂରେଇ ରଖିବା ପରେ ବାଇଡେନ ପ୍ରଶାସନ କହିଛି ଯେ ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଚାଲିଥିବା କୋର୍ଟ ମାମଲା ଉପରେ ନଜର ରଖିଛି । ହ୍ୱାଇଟ୍ ହାଉସରେ ଆମେରିକାର ବୈଦେଶିକ ବିଭାଗର ଉପ ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ ରାହୁଲ ଗାନ୍ଧୀ ମାମଲାରେ ଭାରତୀୟ କୋର୍ଟରେ ଚାଲିଥିବା ମାମଲା ଉପରେ ଆମେରିକା ନଜର ରଖିଛି ।

ଦୁଇ ଦିନ ପୂର୍ବେ ଦ ହିନ୍ଦୁ କୁ ପଠାଯାଇଥିବା ପ୍ରଶ୍ନର ଉତ୍ତରରେ ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଏହି ଘଟଣାରେ ଆମେ କୌଣସି ମନ୍ତବ୍ୟ ଦେଇ ପାରିବୁ ନାହିଁ । ଆମେରିକା କହିଛି ଯେ ଆଇନର ଶାସନ ଏବଂ ନ୍ୟାୟିକ ସ୍ୱାଧୀନତା ପ୍ରତି ସମ୍ମାନ, ଗଣତନ୍ତ୍ରର ମୂଳଦୁଆ ଅଟେ । ଆମେରିକା ଆହୁରି କହିଛି ଯେ, ଆମେ ଚାଲିଥିବା ପ୍ରସଙ୍ଗରେ ମନ୍ତବ୍ୟ ଦେଇ ପାରିବୁ ନାହିଁ । କିନ୍ତୁ ବର୍ତ୍ତମାନ ଆମେରିକା ପକ୍ଷରୁ କୁହାଯାଇଛି ଯେ ରାହୁଲ ଗାନ୍ଧୀ ମାମଲା ଉପରେ ଏହାର ନଜର ରହିଛି ।

ହ୍ୱାଇଟ ହାଉସରେ ଯୋଗ ଦେଇ ଆମେରିକାର ବୈଦେଶିକ ବିଭାଗର ଉପ ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି ଯେ ଆମେରିକା ଭାରତର ଅଭିବ୍ୟକ୍ତିର ସ୍ୱାଧୀନତା ତଥା ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ପ୍ରତିବଦ୍ଧତା ରହିଛି । ବେଦାନ୍ତ ପଟେଲଙ୍କୁ ପଚରାଯାଇଥିଲା, ରାହୁଲ ଗାନ୍ଧୀଙ୍କ ସଂସଦରୁ ବହିଷ୍କାର ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ମେଳ ଖାଉଛି କି ? ଏହା ଉପରେ ସେ କହିଛନ୍ତି, "ଆଇନର ଶାସନ ଏବଂ ନ୍ୟାୟିକ ସ୍ୱାଧୀନତାକୁ ସମ୍ମାନ କରିବା କୌଣସି ଦେଶର ଗଣତନ୍ତ୍ରର ମୂଳଦୁଆ ଅଟେ ଏବଂ ଆମେ ଭାରତୀୟ କୋର୍ଟରେ ରାହୁଲ ଗାନ୍ଧୀ ମାମଲା ଉପରେ ନଜର ରଖିଛୁ । ସାମୂହିକ ଗଣତାନ୍ତ୍ରିକ ପ୍ରତିବଦ୍ଧତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆମେ ଭାରତ ସରକାରଙ୍କ ସହ ଛିଡା ହୋଇଛୁ । ଯାହା ନିଶ୍ଚିତ ଭାବରେ ଅଭିବ୍ୟକ୍ତିର ସ୍ୱାଧୀନତାକୁ ମଧ୍ୟ ସାମିଲ କରେ ।

ଆପଣଙ୍କୁ କହିରଖୁଛୁ ଯେ ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କେରଳର ୱାୟାନାଡ ଆସନରୁ ଲୋକସଭା ସାଂସଦ ଥିଲେ ଏବଂ ତାଙ୍କୁ 'ମୋଦୀ ସରନେମ୍' ମାମଲାରେ ଗୁଜୁରାଟ କୋର୍ଟ 2 ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଯାହା ପରେ ତାଙ୍କୁ ଲୋକସଭାରୁ ଅଯୋଗ୍ୟ କରାଯାଇଛି ।

ଭେଣ୍ଡାଟ ପଟେଲ କହିଛନ୍ତି ଯେ ଭାରତୀୟ ଭାଗିଦାରୀମାନଙ୍କ ସହ ଆମର ଯୋଗଦାନରେ ଆମେ ଉଭୟ ଦେଶରେ ଗଣତନ୍ତ୍ରକୁ ଦୃଢ କରିବା ପାଇଁ ଗଣତାନ୍ତ୍ରିକ ନୀତି ତଥା ମାନବିକ ଅଧିକାରର ସୁରକ୍ଷାକୁ ଗୁରୁତ୍ୱ ଦେଇଥାଉ ।

ଆପଣଙ୍କୁ କହି ରଖୁଛୁ ଯେ ଆମେରିକା ବର୍ତ୍ତମାନ ଭାରତ ସମ୍ବନ୍ଧୀୟ ନୀତିରେ ଅତ୍ୟନ୍ତ ସଚେତନ । କାରଣ ଗତ ମାସରେ ଭାରତ ସମାନ ଭାଷାରେ ଆମେରିକାକୁ ଜବାବ ଦେଇଛି । ମୋଦୀ ସରକାର ଅନେକ ଥର ସ୍ପଷ୍ଟ କରିଛନ୍ତି ଯେ ଭାରତର ଆଭ୍ୟନ୍ତରୀଣ ମାମଲାରେ କୌଣସି ଦେଶର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ । ଏଥି ସହିତ ଚାଇନାକୁ ମୁକାବିଲା କରିବା ପାଇଁ ଆମେରିକା ଭାରତକୁ ଏହାର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଭାବରେ ଦେଖୁଛି । ତେଣୁ ଆମେରିକା ଭାରତକୁ କ୍ରୋଧାନ୍ୱିତ କରିବାକୁ ଚାହୁଁନାହିଁ । ଭାରତ ବର୍ତ୍ତମାନ ଏସିଆରେ ଆମେରିକାର ଏକ ପ୍ରମୁଖ ଭାଗୀଦାର । ରୁଷ-ଚୀନ୍ ଏକାଠଇ ହେବା ପରେ ଏସିଆରେ ଆମେରିକା ପାଇଁ ଆଗାମୀ ରାସ୍ତା ଆହୁରି ତିକ୍ତ ହୋଇପଡିଛି । ତେଣୁ ଭାରତର ସହାୟତା ପାଇଁ ଆମେରିକା ଭାରତକୁ ନାରାଜ କରିବାକୁ ମଧ୍ୟ ଚାହୁଁନାହିଁ ।

ଏହା ପରେ ଯେତେବେଳେ ବେଦାନ୍ତ ପଟେଲଙ୍କୁ ପଚରାଯାଇଥିଲା, ବିରୋଧୀ ଦଳର ନେତା ଭାବରେ ରାହୁଲ ଗାନ୍ଧୀଙ୍କ ସହ ଆମେରିକା ଆଲୋଚନା ଜାରି ରଖିଛି କି ? ଏହା ଉପରେ ପଟେଲ କହିଛନ୍ତି ଯେ ଆମର ଦ୍ୱିପାକ୍ଷିକ ସମ୍ପର୍କ ଥିବା କୌଣସି ଦେଶରେ ବିରୋଧୀ ଦଳର ସଦସ୍ୟଙ୍କ ସହ ଜଡିତ ହେବା ସ୍ୱାଭାବିକ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+