ସୁରକ୍ଷାକୁ ନେଇ କେଜ୍ରିୱାଲଙ୍କ ହାଇ ଡ୍ରାମା - ଦଳ ମାଗୁଛି ସୁରକ୍ଷା, ମନା କରୁଛନ୍ତି କେଜ୍ରିୱାଲ

ଗୋଟିଏ ପଟେ ଦଳର ନେତା ଡିଜିପି ଅଫିସ ଯାଇ ଦଳୀୟ ନେତାଙ୍କ ସୁରକ୍ଷା ମାଗୁଛନ୍ତି । ଅନ୍ୟପଟେ ଦଳର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜରାଟ ଗସ୍ତରେ ଆସି ସୁରକ୍ଷା ନେବେ ନାହିଁ ବୋଲି ରୋକଠୋକ୍ କହିଛନ୍ତି ।

ଅହମଦାବାଦ : ଗୁଜୁରାଟରେ ଶାସକ ବିଜେପିକୁ ମାତ୍ ଦେବା ପାଇଁ ଆମ୍ ଆଦମୀ ପାର୍ଟି ଜୋରଦାର ପ୍ରସ୍ତୁତ ଚଲାଇଛି । ପଞ୍ଜାବ ପରେ ଆସନ୍ତା ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଗୁଜୁରାଟରେ ଶାସନ ଗାଦି ଅକ୍ତିଆର କରିବାକୁ ପ୍ରୟାସ କରୁଛି । ଏ ନେଇ ଆମ୍ ଆଦମୀ ପାର୍ଟିର ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ବାରମ୍ବାର ଗୁଜରାଟ ଗସ୍ତ କରୁଛନ୍ତି । କିନ୍ତୁ ଏହି ଗସ୍ତ ସମୟରେ ଆମ୍ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲହ୍କ ଦୋମୁହାଁ ନୀତି ସାମ୍ନାକୁ ଆସିଛି ।

Arvind kejriwal

ଗୋଟିଏ ପଟେ ଦଳର ନେତା ଡିଜିପି ଅଫିସ ଯାଇ ଦଳୀୟ ନେତାଙ୍କ ସୁରକ୍ଷା ମାଗୁଛନ୍ତି । ଅନ୍ୟପଟେ ଦଳର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଗୁଜରାଟ ଗସ୍ତରେ ଆସି ସୁରକ୍ଷା ନେବେ ନାହିଁ ବୋଲି ରୋକଠୋକ୍ କହିଛନ୍ତି । ଆଉ କେଜ୍ରିଓ୍ୱାଲ କହିଛନ୍ତି, ଗୁଜରାଟ ପୋଲିସ ତାଙ୍କ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କୁ ସୁରକ୍ଷା ଦେବା ଉଚିତ । ସେ ସୁରକ୍ଷା ନେବାକୁ ବାଧ୍ୟ ନୁହଁ । ଯାହାକୁ ନେଇ ଆପର ଅସଲ ଆଭିମୁଖ୍ୟ କ'ଣ ତାହା ନେଇ ପ୍ରଶ୍ନ ଉଠୁଛି ।

ମଙ୍ଗଳବାର ବିକ୍ରମ ନାମକ ଜଣେ ଅଟୋ ଚାଳକଙ୍କ ଅନୁରୋଧ କ୍ରମେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଘରକୁ ରାତିରେ ଖାଇବାକୁ ଯାଇଥିଲେ । ଏହାପୂର୍ବରୁ ଅଟୋ ଚାଳକ ଜଣଙ୍କୁ ହୋଟେଲକୁ ଆସିବାକୁ ଅନୁରୋଧ କରିଥିଲେ ଅରବିନ୍ଦ କେଜ୍ରିଓ୍ୱାଲ । ହେଲେ ସୁରକ୍ଷା ଦୃଷ୍ଟିରୁ ଅଟୋରେ ଯିବାକୁ ପୋଲିସ ବାରଣ କରିଥିଲା । ପରେ କେଜ୍ରିଓ୍ୱାଲ ଏବଂ ପୋଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ଆମ୍ ଆଦମୀ ପାର୍ଟିର ମୁଖ୍ୟ କେଜ୍ରିୱାଲ କହିଛନ୍ତି ଯେ ତାଙ୍କୁ ସୁରକ୍ଷା ଦରକାର ନାହିଁ । ଯଦି ତାଙ୍କ ସହ କିଛି ଘଟେ ତେବେ ସେ ନିଜେ ଏଥିପାଇଁ ଦାୟୀ ରହିବେ ବୋଲି ମଧ୍ୟ ସେ କହିଛନ୍ତି । ଏପରିକି କେଜ୍ରିୱାଲ କହିଥିଲେ ଯେ ସେ ଜନସାଧାରଣଙ୍କ ମଧ୍ୟରେ ଯାଉଛନ୍ତି ଏବଂ ସୁରକ୍ଷା ଆବଶ୍ୟକତା ନାହିଁ ।
ତେବେ ଜଣେ ପୋଲିସ ଅଟୋ-ରିକ୍ସା ଡ୍ରାଇଭର ପାଖରେ ବସିଥିବାବେଳେ ଦୁଇ ପୋଲିସ ଗାଡି ଅଟୋ ରିକ୍ସା ସହିତ ଯାଉଥିଲା । ଏହା ପରେ ଅଟୋ ଡ୍ରାଇଭରଙ୍କ ଘରେ ପହଞ୍ଚିଥିଲେ । କେଜ୍ରିୱାଲ, ଆପର ଗୁଜୁରାଟ ୟୁନିଟ୍ ସଭାପତି ଗୋପାଳ ଇଟାଲୀ ଏବଂ ଦଳର ଜାତୀୟ ଯୁଗ୍ମ ସାଧାରଣ ସମ୍ପାଦକ ଇସୁଦାନ ଗଡଭିଙ୍କ ସହ ଅଟୋ ଡ୍ରାଇଭରଙ୍କ ତଳେ ବସି ଖାଇଥିଲେ ।

ତେବେ ଏହାପୂର୍ବରୁ କିନ୍ତୁ ଅଗଷ୍ଟ 21 ରେ ଗୁଜୁରାଟର ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ ହେବାର ଆଶଙ୍କା ପ୍ରକାଶ କରି ଡିଜିପିଙ୍କ ଠାରୁ ସୁରକ୍ଷା ଦାବି କରିଥିଲା ଆମ୍ ଆଦମୀ ପାର୍ଟି ।

ଗୋଟିଏ ପଟେ ଅରବିନ୍ଦ କେଜ୍ରିୱାଲ ସୁରକ୍ଷା ନେବାକୁ ମନା କରିଦେଉଛନ୍ତି, ଅନ୍ୟପଟେ ଆମ୍ ଆଦମୀ ପାର୍ଟି ଗତ ମାସରେ ତାଙ୍କ ଉପରେ ଆକ୍ରମଣ ହେବାର ସମ୍ଭାବନା ପ୍ରକାଶ କରିଥିଲା । ଗୁଜୁରାଟ ଲିଗାଲ ସେଲ ମୁଖ୍ୟ ଗୁଲାବ ସିଂହ ଯାଦବଙ୍କ ନେତୃତ୍ୱରେ ଆପ୍ ଗୁଜୁରାଟର ଡିଜିପି ଆଶିଷ ଭାଟିଆଙ୍କ କାର୍ଯ୍ୟାଳୟରେ ପହଞ୍ଚି ଉଭୟ ନେତାଙ୍କ ସୁରକ୍ଷା ବୃଦ୍ଧି ଦାବିରେ ଏକ ଆବେଦନ କରିଥିଲେ । ଏପରି ସ୍ଥିତିରେ କେଜ୍ରିଓ୍ୱାଲଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+