କଳ୍ପନା ଜଳ୍ପନାର ଅନ୍ତ : ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ ହେବେ ପୁଷ୍କର ସିଂହ ଧାମୀ
ଆଜି ଅପରାହ୍ନ ୩ଟାରେ ଡେରାଡୁନ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏନେଇ ବିଧାୟକ ଦଳର ବୈଠକ ହୋଇଥିଲା। ବୈଠକରେ ସମସ୍ତେ ପୁଷ୍କରଙ୍କୁ ତାଙ୍କ ନେତା ଭାବେ ବାଛିବା ସହିତ ମୁଖ୍ୟମନ୍ତ୍ରୀ ପାଇଁ ମୋହର ମାରିଥିଲେ।
ଡେରାଡୁନ: କିଏ ହେବ ଉତ୍ତରାଖଣ୍ଡରେ ମୁଖ୍ୟମନ୍ତ୍ରୀ। ସେ ନେଇ କଳ୍ପନା ଜଳ୍ପନା ଲାଗି ରହିିଥିଲା। ମୁଖ୍ୟମନ୍ତ୍ରୀ ପଦରୁ ତିରଥ ସିଂ ରାୱତ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଦଳର ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚାଲିଥିଲା ମାନସ ମନ୍ଥନ। ଏବେ ଉତ୍ତରାଖଣ୍ଡ ବିଜେପି ବିଧାୟକ ଦଳର ନେତା ବଛା ସରିଛି । ପୁଷ୍କର ସିଂହ ଧାମୀଙ୍କୁ ବିଧାୟକ ଦଳର ନେତା ଭାବେ ନିଯୁକ୍ତ କରାଯାଇଛି।

ଅନେକ କଳ୍ପନା ଜଳ୍ପନା ପରେ ଶେଷରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପୁଷ୍କର ସିଂହ ଧାମୀଙ୍କ ନାଁରେ ମୋହର ଲାଗିଛି। ଆଜି ଅପରାହ୍ନ ୩ଟାରେ ଡେରାଡୁନ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଏନେଇ ବିଧାୟକ ଦଳର ବୈଠକ ହୋଇଥିଲା। ବୈଠକରେ ସମସ୍ତେ ପୁଷ୍କରଙ୍କୁ ତାଙ୍କ ନେତା ଭାବେ ବାଛିବା ସହିତ ମୁଖ୍ୟମନ୍ତ୍ରୀ ପାଇଁ ମୋହର ମାରିଥିଲେ। ସୂଚନା ଅନୁସାରେ, ପୁଷ୍କର ଆଜି ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ପାଇଁ ପଦ ଓ ଗୋପନୀୟତାର ଶପଥ ନେବେ।












Click it and Unblock the Notifications