ବିଜେପିରେ ଯୋଗ ଦେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହ
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଇଛନ୍ତି । ଏଥି ସହିତ ସେ ତାଙ୍କ ପାର୍ଟି ‘ପଞ୍ଜାବ ଲୋକ କଂଗ୍ରସ' କୁ ବିଜେପି ସହିତ ମିଶ୍ରଣ କରିଛନ୍ତି ।
ଚଣ୍ଡିଗଡ଼ : ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବିଜେପିରେ ଯୋଗ ଦେଇଛନ୍ତି । ଏଥି ସହିତ ସେ ତାଙ୍କ ପାର୍ଟି 'ପଞ୍ଜାବ ଲୋକ କଂଗ୍ରସ' କୁ ବିଜେପି ସହିତ ମିଶ୍ରଣ କରିଛନ୍ତି । ଏହି ସମୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର, କିରନ୍ ରିଜିଜୁ, ବିଜେପି ନେତା ସୁନୀଲ ଜାଖର ଏବଂ ପଞ୍ଜାବ ବିଜେପି ମୁଖ୍ୟ ଅଶ୍ୱିନୀ ଶର୍ମା ଉପସ୍ଥତ ଥିଲେ ।

ଆପଣଙ୍କୁ କହି ରଖୁଛୁ 2022 ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ ଏବଂ ଅମରିନ୍ଦର ସିଂଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । କଂଗ୍ରେସରୁ ଅଲଗା ହେବା ପରେ କ୍ୟାପ୍ଟେନ ଅମରିନ୍ଦର ସିଂହ ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ନାମକ ଏକ ଦଳ ଗଠନ କରିଥିଲେ । କିନ୍ତୁ ବିଧାନସଭା ନିର୍ବାଚନରେ ଗୋଟିଏ ମଧ୍ୟ ଆସନ ହାତେଇ ପାରିନଥିଲା । ଏପରିକି କ୍ୟାପ୍ଟେନ୍ ଅମରିନ୍ଦର ସିଂହ ନିଜ ଆସନ ବଞ୍ଚାଇ ପାରିନଥିଲେ ।
କ୍ୟାପଟେନଙ୍କ ପୁଅ ରଣ ଇନ୍ଦର ସିଂହ, ଝିଅ ଜୟ ଇନ୍ଦର କୌର, ନାତି ନିର୍ବାଣ ସିଂହ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ପଟିଆଲା ରାଜ ପରିବାରର ବଂଶଧର ତଥା ଦୁଇଥର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଶେଷରେ ମେରୁଦଣ୍ଡ ଅସ୍ତ୍ରୋପଚାର ପରେ ସୁସ୍ଥ ହୋଇ ବିଜେପି ସହ ହାତ ମିଳାଇଛନ୍ତି ।
ସୂଚନାଯୋଗ୍ୟ ଯେ ପଞ୍ଜାବରେ କଂଗ୍ରେସରେ ହୋଇଥିବା ଆଭ୍ୟନ୍ତରୀଣ କଳହ ହେତୁ କଂଗ୍ରେସ ଦଳ ଖରାପ ପ୍ରଦର୍ଶ କରିଥିଲା । ବିଧାନସଭା ନିର୍ବାଚନରେ ଦଳ ମଧ୍ୟ ଏକ ପରାଜୟର ସମ୍ମୁଖୀନ ହୋଇଥିଲା । ଯଦିଓ କ୍ୟାପ୍ଟେନ ଅମରିନ୍ଦରଙ୍କ ପରି ଜଣେ ଷ୍ଟଲୱାର୍ଟ ସହିତ ବିଜେପିର ଘନିଷ୍ଠତା ଏକ ବଡ ଧରଣର ପରିବର୍ତ୍ତନର ସଙ୍କେତ ଭାବରେ ବିବେଚନା କରାଯାଉଥିଲା, ତଥାପି ସମସ୍ତ ବରିଷ୍ଠ ନେତାଙ୍କୁ AAP ଝଡ଼ର ସମ୍ମୁଖୀନ ହେବାକୁ ପଡିଲା ।












Click it and Unblock the Notifications