ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସହ ମିଶିବ ପଞ୍ଜାବ ଏକତା ପାର୍ଟି, ରାହୁଲ ଗାନ୍ଧୀଙ୍କୁ ଭେଟିଲେ ବିଧାୟକ
ତିନିଜଣ ବିଧାୟକଙ୍କ ସହ ପଞ୍ଜାବ ଏକତା ପାର୍ଟି କଂଗ୍ରେସ ସହ ମିଶ୍ରଣ ନେଇ ଘୋଷଣା କରିଛି । ଗୁରୁବାର ଦିନ ସୁଖପାଲ ସିଂ ଖେରା, ଜଗଦେବ ସିଂ ଏବଂ ପିରମଲ ସିଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି ।
ଚଣ୍ଡିଗଡ଼ : ପଞ୍ଜାବରେ ଆସନ୍ତା ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଏହାପୂର୍ବରୁ ମଧ୍ୟ ରାଜ୍ୟରେ ରାଜନୈତିକ ମାହୋଲ ସରଗରମ ହେବା ଆରମ୍ଭ ହେଲାଣି । ତିନିଜଣ ବିଧାୟକଙ୍କ ସହ ପଞ୍ଜାବ ଏକତା ପାର୍ଟି କଂଗ୍ରେସ ସହ ମିଶ୍ରଣ ନେଇ ଘୋଷଣା କରିଛି । ଗୁରୁବାର ଦିନ ସୁଖପାଲ ସିଂ ଖେରା, ଜଗଦେବ ସିଂ ଏବଂ ପିରମଲ ସିଂ ରାହୁଲ ଗାନ୍ଧୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି । ଏହି ସମୟରେ ବରିଷ୍ଠ ନେତା ତଥା ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ମଧ୍ୟ ଉପସ୍ଥିତ ଥିଲେ ।

ଗୁରୁବାର ଦିନ ପଞ୍ଜାବର ବିରୋଧୀ ଦଳର ପୂର୍ବତନ ନେତା ସୁଖପାଲ ସିଂହ ଖେରା (ବିଧାୟକ ଭୋଲାଥ), ଜଗଦେବ ସିଂହ (ବିଧାୟକ ମୌର) ଏବଂ ପିରମଲ ସିଂହ (ବିଧାୟକ ଭଦୌରା) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ତାଙ୍କର 12 ତୁଗଲକ୍ ଲେନ୍ ବାସଭବନରେ ଭେଟି କଂଗ୍ରେସ ସହ ମିଶିବା ନେଇ ଆଲୋଚନା କରିଥିଲେ । ପୂର୍ବତନ କଂଗ୍ରେସ କର୍ମୀ ଖେରା ଡିସେମ୍ବର 2015 ରେ AAP ରେ ଯୋଗ ଦେଇଥିଲେ । ପାର୍ଟି ଲାଇନ ବାହରୁ ମନ୍ତବ୍ୟ ଦେଇଥିବାରୁ AAP ସୁଖପାଲ ସିଂ ଖେରାଙ୍କୁ ବହିଷ୍କାର କରିଥିଲା । ଏହା ପରେ ସେ ପଞ୍ଜାବ ଏକତା ପାର୍ଟି ନାମକ ଏକ ନୂଆ ଦଳ ଗଠନ କରିଥିଲେ ।
ଏଥିସହ ଖେରାଙ୍କ ପ୍ରତ୍ୟାବର୍ତ୍ତନରେ କେତେକ କଂଗ୍ରେସ ନେତା ଖୁସି ନଥିବା ନେଇ ମଧ୍ୟ ଖବର ଆସିଛି । ଏହା ପଛରେ ଖେରାଙ୍କ ଭାବମୂର୍ତ୍ତି କାରଣ ହୋଇପାରେ ବୋଲି କୁହାଯାଉଛି । ଖେରାଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ମଧ୍ୟ ଚାଲିଛି, ମାର୍ଚ୍ଚରେ ଏନଆଇଏ ତାଙ୍କ ଘରେ ଚଢାଉ ମଧ୍ୟ କରିଥିଲା । କଂଗ୍ରେସ ନେତା ରାଣା ଗୁରୁଜିତ ସିଂଙ୍କ ଘନିଷ୍ଠ ସମ୍ପର୍କୀୟଙ୍କ ତରଫରୁ ଖେରାଙ୍ଗ ବାଲି ଖନନ ଚୁକ୍ତି ବିଷୟରେ ପ୍ରକାଶ କରିଥିଲେ । ଏହି କାରଣରୁ ତାଙ୍କୁ କ୍ୟାବିନେଟ ପଦରୁ ଇସ୍ତଫା ଦେବାକୁ ପଡିଲା ।












Click it and Unblock the Notifications