ଚରମସୀମାରେ ପଞ୍ଜାବ କଂଗ୍ରେସ କନ୍ଦଳ, ଦଳ ଛାଡ଼ିବାକୁ କ୍ୟାପ୍ଟେନଙ୍କ ଧମକ

ବୈଠକକୁ ନେଇ କ୍ୟାପ୍ଟେନ ଅମରିନ୍ଦର ସିଂହ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କୁହାଗଲେ ସେ ଦଳ ଛାଡ଼ିବେ ବୋଲି ଦଳର ହାଇକମାଣ୍ଡଙ୍କୁ ସିଧା ସିଧା କହିଥିବା କୁହାଯାଉଛି ।

ଚଣ୍ଡିଗଡ଼ : ଥମୁନି ପଞ୍ଜାବ କଂଗ୍ରେସର ଅନ୍ତଃକନ୍ଦଳ । ଦୀର୍ଘ ଦିନ ଧରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏବଂ ନବଜୋତ ସିଂହ ସିଦ୍ଧୁଙ୍କ ମଧ୍ୟରେ ଗୃହଯୁଦ୍ଧ ଲାଗି ରହିଛି । ଏହି ସମୟ ମଧ୍ୟରେ ଶନିବାର ସନ୍ଧ୍ୟାରେ ପଞ୍ଜାବରେ ବିଧାୟକ ଦଳ ବୈଠକ ଡକାଯାଇଛି । ଚଣ୍ଡିଗଡ଼ରେ ଆଜି ସନ୍ଧ୍ୟାରେ ଏହି ବିଧାୟକ ଦଳ ବୈଠକ ହେବ । ଏହି ବୈଠକରେ ବିଧାୟକ ମାନେ ଦଳର ନେତା ଚୟନ କରିବେ । ଏହି ସମୟରେ ମହାସଚିବ ହରିଶ ରାୱତ ଏବଂ ଅଜୟ ମାକନ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେବେ ।

captain amarinder singh

ଏହି ବୈଠକକୁ ନେଇ କ୍ୟାପ୍ଟେନ ଅମରିନ୍ଦର ସିଂହ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ କୁହାଗଲେ ସେ ଦଳ ଛାଡ଼ିବେ ବୋଲି ଦଳର ହାଇକମାଣ୍ଡଙ୍କୁ ସିଧା ସିଧା କହିଥିବା କୁହାଯାଉଛି । ଏଥିସହିତ କ୍ୟାପ୍ଟେନ ନିଜ ସମର୍ଥକ ବିଧାୟକଙ୍କୁ ନେଇ ଏକ ବୈଠକ କରିବାକୁ ଯାଉଛନ୍ତି ।
ନବଜ୍ୟୋତ୍ ସିଂହ ସିଦ୍ଧୁ ବିଜେପି ଛାଡି କଂଗ୍ରେସରେ ଯୋଗ ଦେବା ପରଠାରୁ ଦଳରେ ଅସନ୍ତୋଷ ସୃଷ୍ଟି ହୋଇଛି । ସିଦ୍ଧୁ କ୍ୟାପ୍ଟେନଙ୍କ ବିରୋଧରେ ମେଳି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+