Get Updates
Get notified of breaking news, exclusive insights, and must-see stories!

ଭାରୀ ପଡ଼ିଲା 1 ପ୍ରତିଶତ କମିଶନ, ବରଖାସ୍ତ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲା

ପଞ୍ଜାବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସିଙ୍ଗଲା ଚୁକ୍ତିନାମା ପାଇଁ ଅଧିକାରୀଙ୍କଠାରୁ 1 ପ୍ରତିଶତ କମିଶନ ଦାବି କରୁଥିଲେ । ତାଙ୍କ ବିରୋଧରେ କିଛି ଦୃଢ ପ୍ରମାଣ ମଧ୍ୟ ମିଳିଥିଲା, ଯାହା ଉପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ଚଣ୍ଡିଗଡ଼ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ବରଖାସ୍ତ କରିଛନ୍ତି । ଦୁର୍ନୀତି ଅଭିଯୋଗ ଆସିବା ପରେ ସିଙ୍ଗଲାଙ୍କୁ ବରଖାସ୍ତ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସିଙ୍ଗଲା ଚୁକ୍ତିନାମା ପାଇଁ ଅଧିକାରୀଙ୍କଠାରୁ 1 ପ୍ରତିଶତ କମିଶନ ଦାବି କରୁଥିଲେ । ତାଙ୍କ ବିରୋଧରେ କିଛି ଦୃଢ ପ୍ରମାଣ ମଧ୍ୟ ମିଳିଥିଲା, ଯାହା ଉପରେ ସିଏମ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ବିଜୟ ସିଙ୍ଗଲାଙ୍କୁ ଦୁର୍ନୀତି ନିବାରଣ ଶାଖା ମଧ୍ୟ ଗିରଫ କରିଛି ।

vijay singla

ପଞ୍ଜାବ ସିଏମଓ ତରଫରୁ କୁହାଯାଇଛି ଯେ ବିଭାଗୀୟ ଟେଣ୍ଡର ଅନୁମୋଦନ ପାଇଁ ବିଜୟ ସିଙ୍ଗଲା ଅଧିକାରୀଙ୍କ ଠାରୁ 1 ପ୍ରତିଶତ କମିଶନ ଦାବି କରିଛନ୍ତି । ଯେତେବେଳେ ଏହି ମାମଲା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲା, ସେତେବେଳେ ସେ ସିଙ୍ଗଲାଙ୍କ ବିରୋଧରେ ମଧ୍ୟ ଦୃଢ ପ୍ରମାଣ ପାଇଥିଲେ । ଏହା ପରେ ଭଗୱନ୍ତ ମାନ୍ ବିଜୟ ସିଙ୍ଗଲାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରିଥିଲେ ।

ଏହା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ଗୋଟିଏ ଟଙ୍କାର ଅସାଧୁତାକୁ ମଧ୍ୟ ବରଦାସ୍ତ କରିବେ ନାହିଁ । ଏକ ମାମଲା ମୋ ନଜରକୁ ଆସିଛି ଯେ ଟେଣ୍ଡରରେ ସରକାରଙ୍କ ଜଣେ ମନ୍ତ୍ରୀ ଏକ ପ୍ରତିଶତ କମିଶନ ମାଗୁଛନ୍ତି । ମୁଁ ଚାହିଁଲେ ଏହାକୁ ଚାପି ଦେଇ ପାରିଥା'ନ୍ତି କିନ୍ତୁ ମୁଁ ଲୋକଙ୍କ ବିଶ୍ୱାସ ଭାଙ୍ଗି ନଥିଲି ଏବଂ ସିଙ୍ଗଲାକୁ ବରଖାସ୍ତ କରିଥିଲି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+