For Quick Alerts
Turn On Notification  
For Daily Alerts
Oneindia App Download

ଭାରୀ ପଡ଼ିଲା 1 ପ୍ରତିଶତ କମିଶନ, ବରଖାସ୍ତ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲା

ପଞ୍ଜାବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସିଙ୍ଗଲା ଚୁକ୍ତିନାମା ପାଇଁ ଅଧିକାରୀଙ୍କଠାରୁ 1 ପ୍ରତିଶତ କମିଶନ ଦାବି କରୁଥିଲେ । ତାଙ୍କ ବିରୋଧରେ କିଛି ଦୃଢ ପ୍ରମାଣ ମଧ୍ୟ ମିଳିଥିଲା, ଯାହା ଉପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

|

ଚଣ୍ଡିଗଡ଼ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବିଜୟ ସିଙ୍ଗଲାଙ୍କୁ ବରଖାସ୍ତ କରିଛନ୍ତି । ଦୁର୍ନୀତି ଅଭିଯୋଗ ଆସିବା ପରେ ସିଙ୍ଗଲାଙ୍କୁ ବରଖାସ୍ତ କରିଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ସିଙ୍ଗଲା ଚୁକ୍ତିନାମା ପାଇଁ ଅଧିକାରୀଙ୍କଠାରୁ 1 ପ୍ରତିଶତ କମିଶନ ଦାବି କରୁଥିଲେ । ତାଙ୍କ ବିରୋଧରେ କିଛି ଦୃଢ ପ୍ରମାଣ ମଧ୍ୟ ମିଳିଥିଲା, ଯାହା ଉପରେ ସିଏମ୍ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମନ୍ତ୍ରୀ ପଦରୁ ବହିଷ୍କୃତ ହେବା ପରେ ବିଜୟ ସିଙ୍ଗଲାଙ୍କୁ ଦୁର୍ନୀତି ନିବାରଣ ଶାଖା ମଧ୍ୟ ଗିରଫ କରିଛି ।

vijay singla

ପଞ୍ଜାବ ସିଏମଓ ତରଫରୁ କୁହାଯାଇଛି ଯେ ବିଭାଗୀୟ ଟେଣ୍ଡର ଅନୁମୋଦନ ପାଇଁ ବିଜୟ ସିଙ୍ଗଲା ଅଧିକାରୀଙ୍କ ଠାରୁ 1 ପ୍ରତିଶତ କମିଶନ ଦାବି କରିଛନ୍ତି । ଯେତେବେଳେ ଏହି ମାମଲା ମୁଖ୍ୟମନ୍ତ୍ରୀଙ୍କ ନଜରକୁ ଆସିଲା, ସେତେବେଳେ ସେ ସିଙ୍ଗଲାଙ୍କ ବିରୋଧରେ ମଧ୍ୟ ଦୃଢ ପ୍ରମାଣ ପାଇଥିଲେ । ଏହା ପରେ ଭଗୱନ୍ତ ମାନ୍ ବିଜୟ ସିଙ୍ଗଲାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରୁ ବରଖାସ୍ତ କରିଥିଲେ ।

ଏହା ପରେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟି ସରକାର ଗୋଟିଏ ଟଙ୍କାର ଅସାଧୁତାକୁ ମଧ୍ୟ ବରଦାସ୍ତ କରିବେ ନାହିଁ । ଏକ ମାମଲା ମୋ ନଜରକୁ ଆସିଛି ଯେ ଟେଣ୍ଡରରେ ସରକାରଙ୍କ ଜଣେ ମନ୍ତ୍ରୀ ଏକ ପ୍ରତିଶତ କମିଶନ ମାଗୁଛନ୍ତି । ମୁଁ ଚାହିଁଲେ ଏହାକୁ ଚାପି ଦେଇ ପାରିଥା'ନ୍ତି କିନ୍ତୁ ମୁଁ ଲୋକଙ୍କ ବିଶ୍ୱାସ ଭାଙ୍ଗି ନଥିଲି ଏବଂ ସିଙ୍ଗଲାକୁ ବରଖାସ୍ତ କରିଥିଲି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Punjab CM Bhagwant Mann Sacks Health Minister Vijay Singla for Demanding 1 percent commission to pass tender
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X