Get Updates
Get notified of breaking news, exclusive insights, and must-see stories!

ବିବାହ କରିବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ! ଆସନ୍ତାକାଲି ପୁଣି ଥରେ ହେବେ ବର

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଗୁରୁବାର ଦିନ ଚଣ୍ଡିଗଡ଼ରେ ବିବାହ କରିବେ । ଭଗୱନ୍ତ ମାନ ଡ ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ ।

ଚଣ୍ଡିଗଡ଼ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପୁଣି ଥରେ ବିବାହ ବନ୍ଧନରେ ବନ୍ଧା ହେବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଗୁରୁବାର ଦିନ ଚଣ୍ଡିଗଡ଼ରେ ବିବାହ କରିବେ । ଭଗୱନ୍ତ ମାନ ଡ ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମାନ୍ ଙ୍କ ବିବାହରେ ଯୋଗଦେବେ ।

Bhagwant Mann

ଏହି ବିବାହ କେବଳ ଭଗୱନ୍ତ ମାନ୍ ଙ୍କର ପରିବାର ମଧ୍ୟରେ ହେବ । ଏହି ବିବାହ ସମାରୋହ ସିଏମ୍ ମାନଙ୍କ ବାସଭବନରେ ଏକ ଛୋଟ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେବ । ଏହି ସମୟରେ ସିଏମ୍ ଅରବିନ୍ଦ କେଜ୍ରିୱାଲ, ପରିବାର ଉପସ୍ଥିତ ରହିବେ । ମାନ୍ ଙ୍କର ବଧୂ ବୃତ୍ତିରେ ଜଣେ ଡାକ୍ତର । ଭଗୱନ୍ତ ମାନ ଏବଂ ତାଙ୍କ ଭାବି ପତ୍ନୀ ଦୀର୍ଘ ଦିନରୁ ପରସ୍ପରକୁ ଜାଣିଛନ୍ତି । ଭଗୱନ୍ତ ମାନ୍ ଙ୍କ ମା ମଧ୍ୟ ଝିଅକୁ ପସନ୍ଦ କରିଥିଲେ ।

ସୂଚନାନୁସାରେ, ଭଗୱନ୍ତ ଙ୍କ ମାତା ହରପାଲଙ୍କର ଇଚ୍ଛା ଥିଲା ଯେ ମାନ୍ ଆଉ ଥରେ ବିବାହ କରନ୍ତୁ । ମା ଏବଂ ଭଉଣୀ ମନପ୍ରୀତ କୌର ନିଜେ ଭଗୱନ୍ତଙ୍କ ପାଇଁ ଝିଅ ପସନ୍ଦ କରିଛନ୍ତି । ଏବା ପୂର୍ବରୁ ଭଗୱନ୍ତ ମାନ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ନେଇଛନ୍ତି । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଯେଉଁମାନେ ପ୍ରଥମ ପତ୍ନୀଙ୍କ ସହିତ ଆମେରିକାରେ ରୁହନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+