For Quick Alerts
Turn On Notification  
For Daily Alerts
Oneindia App Download

ବିବାହ କରିବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ! ଆସନ୍ତାକାଲି ପୁଣି ଥରେ ହେବେ ବର

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଗୁରୁବାର ଦିନ ଚଣ୍ଡିଗଡ଼ରେ ବିବାହ କରିବେ । ଭଗୱନ୍ତ ମାନ ଡ ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ ।

|

ଚଣ୍ଡିଗଡ଼ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପୁଣି ଥରେ ବିବାହ ବନ୍ଧନରେ ବନ୍ଧା ହେବାକୁ ଯାଉଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସେ ଗୁରୁବାର ଦିନ ଚଣ୍ଡିଗଡ଼ରେ ବିବାହ କରିବେ । ଭଗୱନ୍ତ ମାନ ଡ ଗୁରୁପ୍ରୀତ କୌରଙ୍କୁ ବିବାହ କରିବେ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ମାନ୍ ଙ୍କ ବିବାହରେ ଯୋଗଦେବେ ।

Bhagwant Mann

ଏହି ବିବାହ କେବଳ ଭଗୱନ୍ତ ମାନ୍ ଙ୍କର ପରିବାର ମଧ୍ୟରେ ହେବ । ଏହି ବିବାହ ସମାରୋହ ସିଏମ୍ ମାନଙ୍କ ବାସଭବନରେ ଏକ ଛୋଟ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହେବ । ଏହି ସମୟରେ ସିଏମ୍ ଅରବିନ୍ଦ କେଜ୍ରିୱାଲ, ପରିବାର ଉପସ୍ଥିତ ରହିବେ । ମାନ୍ ଙ୍କର ବଧୂ ବୃତ୍ତିରେ ଜଣେ ଡାକ୍ତର । ଭଗୱନ୍ତ ମାନ ଏବଂ ତାଙ୍କ ଭାବି ପତ୍ନୀ ଦୀର୍ଘ ଦିନରୁ ପରସ୍ପରକୁ ଜାଣିଛନ୍ତି । ଭଗୱନ୍ତ ମାନ୍ ଙ୍କ ମା ମଧ୍ୟ ଝିଅକୁ ପସନ୍ଦ କରିଥିଲେ ।

ସୂଚନାନୁସାରେ, ଭଗୱନ୍ତ ଙ୍କ ମାତା ହରପାଲଙ୍କର ଇଚ୍ଛା ଥିଲା ଯେ ମାନ୍ ଆଉ ଥରେ ବିବାହ କରନ୍ତୁ । ମା ଏବଂ ଭଉଣୀ ମନପ୍ରୀତ କୌର ନିଜେ ଭଗୱନ୍ତଙ୍କ ପାଇଁ ଝିଅ ପସନ୍ଦ କରିଛନ୍ତି । ଏବା ପୂର୍ବରୁ ଭଗୱନ୍ତ ମାନ ତାଙ୍କ ପତ୍ନୀଙ୍କଠାରୁ ଛାଡପତ୍ର ନେଇଛନ୍ତି । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି ଯେଉଁମାନେ ପ୍ରଥମ ପତ୍ନୀଙ୍କ ସହିତ ଆମେରିକାରେ ରୁହନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Punjab Chief minister Bhagwant Mann Will Marry Tomorrow
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X