Get Updates
Get notified of breaking news, exclusive insights, and must-see stories!

ଶନିବାର ପୂର୍ବାହ୍ନ 11 ଟାରେ ହେବ ପଞ୍ଜାବ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ

ପଞ୍ଜାବ କ୍ୟାବିନେଟର ଶପଥ ସମାରୋହ 19 ମାର୍ଚ୍ଚ (ଶନିବାର) ପୂର୍ବାହ୍ନ 11 ଟା ସମୟରେ ଅୟୋଜିତ ହେବ ।

ଚଣ୍ଡିଗଡ଼ : ପଞ୍ଜାବରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି ବହୁମତ ହାସଲ କରି ସରକାରପ ଗଠନ କରିଛି । ଦଳ ଭଗୱନ୍ତ ମାନଙ୍କୁ ମୁଖ୍ୟମନ୍ତ୍ରୀ କରିଛି । ଏହା ପରେ ପଞ୍ଜାବ କ୍ୟାବିନେଟର ଶପଥ ସମାରୋହ 19 ମାର୍ଚ୍ଚ (ଶନିବାର) ପୂର୍ବାହ୍ନ 11 ଟା ସମୟରେ ଅୟୋଜିତ ହେବ ।

punjab cabinet

ଏହା ପୂର୍ବରୁ ଭଗୱନ୍ତ ମାନ୍ ରାଜ୍ୟର 17ତମ ମୁଖ୍ୟମନ୍ତ୍ରୀ ରୂପେ ଶପଥ ନେଇ ସାରିଛନ୍ତି । ସେ ଭଗତ ସିଂହଙ୍କ ପୈତୃକ ଗ୍ରାମ ଖଟକଡ଼ କଲାଁରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଗତ ଶପଥ ଗ୍ରହଣ ସମାରୋହରେ ଆମ୍ ଆଦମୀ ପାର୍ଟିର ନୂତନ ଭାବେ ନିର୍ବାଚିତ ବିଧାୟକ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ, ଦିଲ୍ଲୀ ସରକାର ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ମାତ୍ରେ ଭଗୱନ୍ତ ତିନି ଦିନିଆ ଅଧିବେଶନ ଡାକିଥିଲେ । ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ଅଭିଭାଷଣରେ ମାନ୍ କହିଛନ୍ତି ଯେ ପଞ୍ଜାବରେ ତାଙ୍କ ଦଳ ବେକାରୀ, ଦୁର୍ନୀତି ଏବଂ ଚାଷୀଙ୍କ ଅସୁବିଧା ଭଳି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବ । ଏହି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ ବୋଲି ସେ କହିଛନ୍ତି । ମାନ କହିଛନ୍ତି ଯେ ଆମେ 70 ବର୍ଷ ବିଳମ୍ବ କରିଛୁ, ବର୍ତ୍ତମାନ ଆମେ ଗୋଟିଏ ଦିନ ମଧ୍ୟ ନଷ୍ଟ କରିବୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+