ପଞ୍ଜାବରେ ଶପଥ ନେଲେ ଆପ୍ ସରକାରର ମନ୍ତ୍ରୀ, ଜାଣନ୍ତୁ ମାନ୍ ଙ୍କ ମନ୍ତ୍ରୀମଣ୍ଡଳରେ କାହାକୁ ମିଳିଛି ସ୍ଥାନ
ପଞ୍ଜାବରେ ଭଗୱନ୍ତ ସରକାରଙକ କ୍ୟାବିନେଟ୍ ପ୍ରସ୍ତୁତ ହୋଇଛି । ଆଜି ରାଜ ଭବନରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ 10 ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ବିଧାୟକମାନଙ୍କ ମଧ୍ୟରୁ 8 ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ
ଚଣ୍ଡିଗଡ଼ : ପଞ୍ଜାବରେ ଭଗୱନ୍ତ ସରକାରଙକ କ୍ୟାବିନେଟ୍ ପ୍ରସ୍ତୁତ ହୋଇଛି । ଆଜି ରାଜ ଭବନରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ 10 ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଏହି ବିଧାୟକମାନଙ୍କ ମଧ୍ୟରୁ 8 ଜଣ ପ୍ରଥମ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି । ଏଥିସହିତ ଜଣେ ମହିଳାଙ୍କୁ ମନ୍ତ୍ରୀ ମଧ୍ୟ କରାଯାଇଛି । ସେ ହେଉଛନ୍ତି ଡ଼ ବଲଜିତ୍ କୌର । ସେ ଦ୍ୱିତୀୟ ବିଧାୟକ ଯିଏକି ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ସର୍ବପ୍ରଥମେ ବିଧାୟକ ହରପାଲ ଚିମା ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ସେ AAP ସରକାରଙ୍କ ଦଲିତ ଚେହେରା ବୋଲି କୁହାଯାଉଛି । ତାଙ୍କ ବ୍ୟତୀତ ହରଭଜନ ସିଂ ଇଟିଓ ମଧ୍ୟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।

ଆଜି ପଞ୍ଜାବରେ 10 ଜଣ ବିଧାୟକ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ତେବେ ଏଥର ଶପଥ ଗ୍ରହଣ ପରେ ମାନ୍ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ ଅପରାହ୍ନ 2 ଟାରେ ଅନୁଷ୍ଠିତ ହେବ। କୁହାଯାଉଛି ଯେ ପଞ୍ଜାବ ସରକାରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୋଟ 18 ଜଣ ମନ୍ତ୍ରୀ ରହିପାରନ୍ତି । ତେଣୁ ପରେ 7 ଜଣ ନୂତନ ମନ୍ତ୍ରୀଙ୍କ ପାଇଁ କ୍ୟାବିନେଟର ସମ୍ପ୍ରସାରଣ କରାଯିବ । ବୁଧବାର ଦିନ ପଞ୍ଜାବର ମାନେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଭଗତ୍ ସିଂହ ଗାଁର ଖଟକଡ଼ କାଲାୱରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା ।
ଆଜି ଶପଥ ନେଇଥିବା 10 ଜଣ ବିଧାୟକ ହେଉଛନ୍ତି ହରପାଲ ଚୀମା, ଡ଼ ବଲଜିତ କୌର, ହରଭଜନ ସିଂ ଇଟିଓ, ଡକ୍ଟର ବିଜୟ ସିଙ୍ଗଲା, ଲାଲଚାନ୍ଦ କଟାରୁଚକ, ଗୁରୁମିତ ସିଂହ ମିତ୍ ହେୟର, କୁଲଦୀପ ଧାଲିୱାଲ, ଲାଲଜିତ ସିଂହ ଭୁଲ୍ଲର, ବ୍ରହ୍ମଶଙ୍କର ଜିମ୍ପା ଏବଂ ହରଜୋଟ୍ ବୈନ୍ସ ।
ବର୍ତ୍ତମାନ ପର୍ଯ୍ୟନ୍ତ ଶପଥ ଗ୍ରହଣ ସମାରୋହରେ ପଞ୍ଜାବର AAP ସରକାରଙ୍କ କ୍ୟାବିନେଟରୁ ଅମାନ ଆରୋରା, ସରବଜିତ ମାଣୁକେ ଏବଂ ବଲଜିନ୍ଦର କୌର ପ୍ରମୁଖ ଚେହେରା ବାଦ୍ ପଡ଼ିଛନ୍ତି । ଏମାନେ ନିର୍ବାଚନ ପୂର୍ବରୁ ଦଳ ଛାଡିବାକୁ ଆଲୋଚନା ହୋଇଥିଲା ।
ତେବେ ପଞ୍ଜାବରେ ମୁଖ୍ୟମନ୍ତ୍ରୀଙ୍କ ସମେତ 18 ଜଣ ମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି । ଯେଉଁଥିରେ ସିଏମ୍ ଭଗୱନ୍ତ ମାନ୍ ଏବଂ 10 ଜଣ ମନ୍ତ୍ରୀ ହୋଇଛନ୍ତି । ତେଣୁ ଆଉ 7 ଜଣ ମନ୍ତ୍ରୀ ପ୍ରସ୍ତୁତ ହୋଇନାହାଁନ୍ତି । 7 ନୂତନ ମନ୍ତ୍ରୀଙ୍କ ମଧ୍ୟରେ ଆରୋରା ସ୍ଥାନ ଦିଆଯାଇପାରେ ବୋଲି କଳ୍ପନା କରାଯାଉଛି ।












Click it and Unblock the Notifications