Get Updates
Get notified of breaking news, exclusive insights, and must-see stories!

ବିଜେପି ସହ ମେଣ୍ଟ ନେଇ ଇଙ୍ଗିତ କଲେ ବିକ୍ରମ ସିଂହ ମଜିଠିଆ

ପଞ୍ଜାବ ବିଧାନସଭା ନିର୍ବାଚନ ପରେ SAD-BSP ଗଠ ବନ୍ଧନ କ୍ଷମତାକୁ ନ ଆସେ, ତେବେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ ଗଠନ କରାଯିବ କି ନାହିଁ ସେ ନେଇ ବିଚାର କରାଯିବ ।

ଅମୃତସର : ପଞ୍ଜାବ ବିଧାନସଭା ନିର୍ବାଚନର ସମସ୍ତ 117 ଆସନ ପାଇଁ ଆଜି ମତଦାନ ଜାରି ରହିଛି । ଏହି ସମୟରେ ଭାରତୀୟ ଜନତା ପାର୍ଟି ସହ ଗଠବନ୍ଧନ ସମ୍ପର୍କରେ ଶିରୋମଣି ଅକାଳୀ ଦଳର ନେତା ବିକ୍ରମ ସିଂହ ମଜିଠିଆ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ପଞ୍ଜାବ ବିଧାନସଭା ନିର୍ବାଚନ ପରେ SAD-BSP ଗଠ ବନ୍ଧନ କ୍ଷମତାକୁ ନ ଆସେ, ତେବେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ ଗଠନ କରାଯିବ କି ନାହିଁ ସେ ନେଇ ବିଚାର କରାଯିବ ।

bikram singh Majithia

ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ମଜିଛିଆ କହିଛନ୍ତି ଯେ ମୋର ସଂଗ୍ରାମ ପଞ୍ଜାବର ଲୋକଙ୍କ ପାଇଁ, ଅମୃତସର ପୂର୍ବର ବିକାଶ ଆବଶ୍ୟକ । ଏଠାରେ ଗରିବ ଲୋକ ଅଛନ୍ତି ଯେଉଁମାନେ ଜନସାଧାରଣଙ୍କ ଚିନ୍ତା ସହ ଜଡିତ ନୀତିର ଲାଭ ପାଆନ୍ତି ନାହିଁ । ଏହା ହେଉଛି ସବୁଠାରୁ ପଛୁଆ ଅଞ୍ଚଳ, ଏଥର ସତ୍ୟର ଜିତ୍ ହେବ । ପଞ୍ଜାବ ନିର୍ବାଚନ ପରେ ଆମେ ବିଜେପି ସହ ମେଣ୍ଟ କରିବା ନେଇ ବିଚାର କରିବୁ ।

ବିକ୍ରମ ଏଥର ପଞ୍ଜାବର ଦୁଇଟି ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ମଜୀଠା ଏବଂ ଅମୃତସର ପୂର୍ବରୁ ଶିରୋମାନି ଅକାଲୀ ଦଳର ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ତାଙ୍କ ମୁଖ୍ୟ ଲଢେଇ ନବଜୋତ ସିଂ ସିଦ୍ଧୁଙ୍କ ବିପକ୍ଷରେ । କଂଗ୍ରେସ ଉପରେ ଘୋର ଆକ୍ରମଣ କରି ସେ କହିଛନ୍ତି ଯେ ଏଥର ଅହଂକାରର ପରାଜୟ ହେବ । ଲୋକମାନେ କଂଗ୍ରେସର ପାଞ୍ଚ ବର୍ଷ ଶାସନ ଦେଖିଛନ୍ତି, ଏହି ଲୋକମାନେ ଗତ ପାଞ୍ଚ ବର୍ଷ ଧରି କିଛି କରିନାହାଁନ୍ତି ।

ବିକ୍ରମ ମଜିଠିଆଙ୍କ ବ୍ୟତୀତ ଅକାଳୀ ଦଳ ନେତା ଗୁରୁବଚନ ସିଂହ ମଧ୍ୟ ମତଦାନ ପରେ ବିଜେପି ସହ ଗଠବନ୍ଧନ ନେଇ ଇସାରା ଦେଇଛନ୍ତି । ସେ କହିଛନ୍ତି ଯଦି ଦଳ ସଂଖ୍ୟାଗରିଷ୍ଠତା ହାସଲ ନକରେ ତେବେ ବିଜେପି ସହ ଏକ ମେଣ୍ଟ ହେବ । ଗୁରୁଦାସପୁର ବିଧାନସଭାରୁ ଦଳର ପ୍ରାର୍ଥୀ ଥିବା ଗୁରୁବଚନ କହିଛନ୍ତି ଯେ ଆମେ ନିଶ୍ଚିତ ଯେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିବୁ । ପଞ୍ଜାବରେ ଅକାଳୀ ଦଳ -ବିଏସପି ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଛି । ଯଦି ନିର୍ବାଚନ ପରେ ଏହି ସଂଖ୍ୟା କମ୍ ରହେ, ତେବେ ବିଜେପି ସହ ମେଣ୍ଟ ହେବ କି ନାହିଁ ଦଳ ନିଷ୍ପତ୍ତି ନେବ ।

ଆପଣଙ୍କୁ କହି ରଖୁଛୁ ଶିରୋମଣୀ ଅକାଳୀ ଦଳ ଏବଂ ବହୁଜନ ସମାଜ ପାର୍ଟି ରାଜ୍ୟରେ ନିର୍ବାଚନ ପୂର୍ବରୁ ଗଠବନ୍ଧନ କରିଛନ୍ତି । 25 ବର୍ଷ ପରେ ଉଭୟ ଦଳ ଏକାଠି ହୋଇଛନ୍ତି । ବିଏସପି ସୁପ୍ରିମୋ ମାୟାବତୀଙ୍କ ଦଳ 117 ବିଧାନସଭା ଆସନ ମଧ୍ୟରୁ 20 ଟି ପ୍ରତିଦ୍ୱନ୍ଦ୍ୱିତା କରୁଛି । ଅକାଲୀ ଦଳ ବାକି ସିଟ୍ ରେ ଲଢେଇ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+