ଘୁଞ୍ଚିଲା ପଞ୍ଜାବ ବିଧାନସଭା ନିର୍ବାଚନ, ପେବୃଆରୀ 20 ରେ ହେବ ମତଦାନ
ପଞ୍ଜାବ ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମସ୍ତ ବିଧାନସଭା ଆସନ ପାଇଁ 14 ଫେବୃଆରୀ ପରିବର୍ତ୍ତେ 20 ଫେବୃଆରୀରେ ଭୋଟ୍ ଗ୍ରହଣ ହେବ ।
ନୂଆଦିଲ୍ଲୀ : ପଞ୍ଜାବ ନିର୍ବାଚନ ସମ୍ପର୍କରେ ନିର୍ବାଚନ ଆୟୋଗ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ସମସ୍ତ ବିଧାନସଭା ଆସନ ପାଇଁ 14 ଫେବୃଆରୀ ପରିବର୍ତ୍ତେ 20 ଫେବୃଆରୀରେ ଭୋଟ୍ ଗ୍ରହଣ ହେବ । ନିର୍ବାଚନ ତାରିଖ ନେଇ ଘୋଷଣା ପରଠାରୁ ବିଜେପି, କଂଗ୍ରେସ ସମେତ ଅନେକ ଦଳ ଏହାକୁ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । ସମସ୍ତଙ୍କ ସହମତି ଅନୁଯାୟୀ ନିର୍ବାଚନ ଆୟୋଗ ମଧ୍ୟ ଏ ବାବଦରେ ଏକ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଭୋଟ୍ ଗଣତି ତାରିଖ ଅପରିବର୍ତ୍ତିତ ରହିଛି, ଅର୍ଥାତ୍ ନିର୍ଦ୍ଧାରିତ ତାରିଖ ମାର୍ଚ୍ଚ 10 ରେ ଭୋଟ୍ ଗଣତି ହେବ ।

ବାସ୍ତବରେ ସର୍ବପ୍ରଥମେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ମତଦାନ ତାରିଖ ପରିବର୍ତ୍ତନ କରିବାକୁ ଦାବି କରିଥିଲେ । ଏଥିପାଇଁ ସେ ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ସିଏମ୍ ଚନ୍ନୀଙ୍କ ଅନୁଯାୟୀ, ଫେବୃଆରୀ 16 ରେ ରବିଦାସ ଜୟନ୍ତୀ ଅଛି । ଯେଉଁଥିପାଇଁ ରାଜ୍ୟର ଦଳିତ ସମ୍ପ୍ରଦାୟର ଅନେକ ଲୋକ ଏହା ପୂର୍ବରୁ ବାରାଣସୀ ଯିବେ । ଏଭଳି ପରିସ୍ଥିତିରେ ବହୁ ସଂଖ୍ୟକ ଲୋକ ମତଦାନରୁ ବଞ୍ଚିତ ହେବେ, ତେଣୁ ନିର୍ବାଚନ ତାରିଖରେ ପରିବର୍ତ୍ତନ କରିବାକୁ ଚରଣଜିତ୍ ସିଂହ ଚନ୍ନୀ ଦାବି କରିଥିଲେ । ଏହା ପରେ ବିଜେପି ମଧ୍ୟ ତାଙ୍କ ଦାବିକୁ ସମର୍ଥନ କରିଥିଲା ।
ଏହି ଘଟଣାର ଗମ୍ଭୀରତାକୁ ବିଚାରକୁ ନେଇ ନିର୍ବାଚନ ଆୟୋଗ ଏକ ବୈଠକ କରିଥିଲେ । ଏଥିସହ ବିଜେପି-କଂଗ୍ରେସର ଦାବିକୁ ବିଚାରକୁ ନେଇ ଫେବୃଆରୀ 14 ରୁ ଫେବୃଆରୀ 20 କୁ ମତଦାନର ତାରିଖ ପରିବର୍ତ୍ତନ କରାଯାଇଛି । ସେହି ଦିନ ସମସ୍ତ 117 ଟି ଆସନରେ ଭୋଟ୍ ଗ୍ରହଣ କରାଯିବ । କମିଶନଙ୍କ କହିବାନୁସାରେ, ଜାନୁଆରୀ 25 ରେ ବିଜ୍ଞପ୍ତି ପ୍ରକାଶ ପାଇବ, ଫେବୃଆରୀ 1 ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ । ଫେବୃଆରୀ 4 ରେ, ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଏହା ପରେ ଫେବୃଆରୀ 20 ରେ ମତଦାନ ଅନୁଷ୍ଠିତ ହେବ । ତେବେ ମାର୍ଚ୍ଚ 10 ରେ, ସମସ୍ତ ପାଞ୍ଚଟି ରାଜ୍ୟର ଫଳାଫଳ ଏକାଠି ପ୍ରକାଶ ପାଇବ ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications