For Quick Alerts
Turn On Notification  
For Daily Alerts
Oneindia App Download

ପଞ୍ଜାବ ବିଧାନସଭା ନିର୍ବାଚନରେ ଅକାଳୀ ଦଳ ଏବଂ ବିଏସପିମଧ୍ୟରେ ଗଠବନ୍ଧନ, 20 ଟି ଆସନରେ ଲଢିବ ମାୟାବତୀଙ୍କ ଦଳ

ପଞ୍ଜାବରେ ଆସନ୍ତା ବର୍ଷ ତଥା 2022 ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଶିରୋମଣି ଅକାଳୀ ଦଳ (SAD) ଏବଂ ବହୁଜନ ସମାଜ ପାର୍ଟି (ବିଏସପି) ମିଳିତ ମଞ୍ଚରେ ଲଢେଇ କରିବେ ।

|

ଚଣ୍ଡିଗଡ଼ : ପଞ୍ଜାବରେ ଆସନ୍ତା ବର୍ଷ ତଥା 2022 ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଶିରୋମଣି ଅକାଳୀ ଦଳ (SAD) ଏବଂ ବହୁଜନ ସମାଜ ପାର୍ଟି (ବିଏସପି) ମିଳିତ ମଞ୍ଚରେ ଲଢେଇ କରିବେ । ଉଭୟ ଦଳର ଗଠବନ୍ଧନ ନେଇ ଘୋଷଣା କରି ଶିରୋମଣି ଅକାଳୀ ଦଳ ସଭାପତି ସୁଖବୀର ସିଂ ବାଦଲ କହିଛନ୍ତି ଯେ ପଞ୍ଜାବ ରାଜନୀତିରେ ରାଜନୀତିରେ ଏହା ଏକ ନୂଆ ଦିନ, ଶିରୋମଣି ଅକାଳୀ ଦଳ (SAD) ଏବଂ ବହୁଜନ ସମାଜ ପାର୍ଟି (ବିଏସପି) 2022 ପଞ୍ଜାବ ବିଧାନସଭା ନିର୍ବାଚନ ଏବଂ ଭବିଷ୍ୟତରେ ନିର୍ବାଚନ ଲଢିବା ପାଇଁ ଏକାଠି ହୋଇଛନ୍ତି । ସୁଖବୀର ସିଂ ବାଦଲ କହିଛନ୍ତି ଯେ ପଞ୍ଜାବର 117 ବିଧାନସଭା ଆସନ ମଧ୍ୟରୁ ବହୁଜନ ସମାଜ ପାର୍ଟି (ବିଏସପି) 20 ଟି ଆସନ ଏବଂ ଶିରୋମଣୀ ଅକାଳୀ ଦଳ (SAD) ବାକି 97 ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ।

punjab

ଚଣ୍ଡିଗଡ଼ର ଶିରମଣୀ ଅକାଳୀ ଦଳ ବିଧାୟକ ଏନ.କେ ଶର୍ମା କହିଛନ୍ତି, ଶିରୋମଣି ଅକାଳୀ ଦଳ ଏବଂ ବିଏସପି ପୁଣି ଥରେ ଏକାଠି ହେଉଛନ୍ତି । ଆମେ ପଞ୍ଜାବରେ ନିର୍ବାଚନ ଜିତିବାକୁ ଯାଉଛୁ । ସେ କହିଛନ୍ତି ଯେ ପଞ୍ଜାବ ନିର୍ବାଚନରେ ​​ଆମେ ନିର୍ଦ୍ୱନ୍ଦରେ ବହୁମତ ହାସଲ କରିବୁ ।

1996 ଲୋକସଭା ନିର୍ବାଚନରେ ​​ଅକାଳୀ ଦଳ ଏବଂ ବିଏସପି ଶେଷ ଥର ପାଇଁ ଏକାଠି ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଗତ ବର୍ଷ ଶିରୋମଣି ଅକାଳୀ ଦଳ କେନ୍ଦ୍ରର ବିବାଦୀୟ କୃଷି ବିଲ୍ କୁ ବିରୋଧ କରି ଭାରତୀୟ ଜନତା ପାର୍ଟି (ବିଜେପି) ସହିତ ସମ୍ପର୍କ ଛିନ୍ନ କରି ଏନଡିଏରୁ ଅଲଗା ହୋଇଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Punjab Assembly Election 2022 : Shiromani Akali Dal and BSP Alliance In Punjab Assembly Election
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X