ପଞ୍ଜାବରେ ଚାଲିଛି ମତଦାନ, ଆଜି ଇଭିଏମ୍ ରେ ସିଲ୍ ହେବ ନେତାଙ୍କ ଭାଗ୍ୟ
ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ନିଜ ମନ ପସନ୍ଦର ନେତା ବାଛୁଛନ୍ତି ଜନତା । ରାଜ୍ୟର ସମସ୍ତ 117 ଆସନ ପାଇଁ ପଡ଼ୁଛି ଭୋଟ୍ ।
ଚଣ୍ଡିଗଡ଼ : ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଜାରି ରହିଛି ମତଦାନ । ନିଜ ମନ ପସନ୍ଦର ନେତା ବାଛୁଛନ୍ତି ଜନତା । ରାଜ୍ୟର ସମସ୍ତ 117 ଆସନ ପାଇଁ ପଡ଼ୁଛି ଭୋଟ୍ ।

ଚଳିତ ନିର୍ବାଚନରେ ପଞ୍ଜାବର 177 ଆସନ ପାଇଁ ମୋଟ 1304 ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ 2 କୋଟି 14 ଲକ୍ଷ 99 ହଜାର ଭୋଟର୍ କରିବେ ମତଦାନ । ଏଥର ମୁଖ୍ୟତଃ କଂଗ୍ରେସ, ଅକାଳୀ ଦଳ ଏବଂ ଆମ୍ ଆଦମୀ ପାର୍ଟି ମଧ୍ୟରେ ହେଉଛି ମହା ମୁକାବିଲା । ରାଜ୍ୟରେ ଶାସକ କଂଗ୍ରେସରେ ଅନ୍ତଃ କନ୍ଦଳ ମଧ୍ୟରେ ନିଜ ଶାସନ ଗାଦି ବଜାୟ ରଖିବାକୁ ସମସ୍ତ ପ୍ରକାର ପ୍ରୟାସ କରିଛି । ସେହିପରି ବିରୋଧୀ ଆକାଳୀ ଦଳ ଓ ଆମ୍ ଆଦମୀ ପାର୍ଟି ମଧ୍ୟ ଶାସନ ଗାଦି ହାତେଇବାକୁ ନିଜର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଚମକାଉର ସାହିବ ଓ ଭଦାଉର ଆସନରୁ ଲଢୁଥିବାବେଳେ ଅମୃତସର ଇଷ୍ଟ ଆସନରୁ ଲଢୁଛନ୍ତି ପିସିସି ସଭାପତି ନବଜୋତ ସିଂ ସିଦ୍ଧୁ । ସେହିପରି ମୋଗା ଆସନରୁ କଂଗ୍ରେସ ପକ୍ଷରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ମାଳବିକା ସୁଦ୍ ।
କଂଗ୍ରେସରୁ ଇସ୍ତଫା ଦେଇ ନିଜ ଦଳ ଗଠନ କରିଥିବା ପଞ୍ଜାବ ଲୋକ କଂଗ୍ରେସ ନେତା କ୍ୟାପଟେନ ଅମରିନ୍ଦର ସିଂହ ପଟିଆଲା ଅର୍ବାନ ଆସନରୁ ଲଢୁଥିବାବେଳେ ଆପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମନ୍ ଧୁରୀ ଆସନରୁ ଲଢୁଛନ୍ତି । ସେହିପରି ଅକାଳୀ ଦଳ ନେତା ପ୍ରକାଶ ସିଂହ ବାଦଲ ଲାମ୍ବି ଆସନରୁ ଲଢୁଥିବାବେଳେ ତାଙ୍କ ପୁଅ ସୁଖବୀର ସିଂହ ବାଦଲ ଜଲାଲାବାଦ ଆସନରୁ ଲଢୁଛନ୍ତି ।












Click it and Unblock the Notifications