ପଞ୍ଜାବ ବିଧାନସଭା ନିର୍ବାଚନ 2022 : ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ଚନ୍ନୀ ଓ ସିଦ୍ଧୁଙ୍କୁ ଏହି ଆସନରୁ ଟିକେଟ୍
ଦଳର ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ଚମକୌର ସାହିବ ଆସନରୁ ପ୍ରତିଦ୍ୱନ୍ଦିତା କରିବେ । ସେହିପରି ପିସିସି ଅଧକ୍ଷ ନବଜୋତ୍ ସିଂହ ସିଦ୍ଧୁଙ୍କୁ ମିଳିଛି ଅମୃତସର ପୂର୍ବ ଆସନ ।
ଚଣ୍ଡିଗଡ଼ : ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଶାସକ ଦଳ କଂଗ୍ରେସ ଏହାର ପ୍ରଥମ ପ୍ରାରଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ପଞ୍ଜାବ କଂଗ୍ରେସ 86 ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।

ଗତ କିଛି ମାସ ହେବ ପଞ୍ଜାବ କଂଗ୍ରେସରେ ଚାଲିଥିବା ଅନ୍ତଃକନ୍ଦଳ ମଧ୍ୟରେ ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ନବଜୋତ୍ ସିଂହ ସିଦ୍ଧୁଙ୍କୁ କେଉଁ ଆସନରୁ ଟିକେଟ୍ ମିଳିବ ସେ ନେଇ ରାଜନୈତିକ କରିଡରରେ ଆଲୋଚନା ହେଉଥିଲା । ଏଥି ସହିତ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀଙ୍କ ଆସନକୁ ନେଇ ମଧ୍ୟ ଅନେକ ଅଟକଳ ଲଗାଯାଉଥିଲା । ବର୍ତ୍ତମାନ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରି ଏହି ଆଲୋଚନାରେ ବିରାମ ଲଗାଇଛି ।
Congress releases list for candidates on 86 seats in upcoming Punjab polls- CM Charanjit Singh Channi to contest from Chamkaur Sahib SC, State chief Navjot Singh Sidhu to contest from Amritsar East. pic.twitter.com/FV4PSh1Win
— ANI (@ANI) January 15, 2022
ଦଳର ଘୋଷଣା ଅନୁଯାୟୀ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ଚମକୌର ସାହିବ ଆସନରୁ ପ୍ରତିଦ୍ୱନ୍ଦିତା କରିବେ । ସେହିପରି ପିସିସି ଅଧକ୍ଷ ନବଜୋତ୍ ସିଂହ ସିଦ୍ଧୁଙ୍କୁ ମିଳିଛି ଅମୃତସର ପୂର୍ବ ଆସନ । ଏହା ବ୍ୟତୀତ ସୋନୁ ସୁଦଙ୍କ ଭଉଣୀ ମାଲବିକା ସୁଦ ମୋଗାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ଗାୟକ ସିଦ୍ଧୁ ମୁସେୱାଲା ମାନସାରୁ ଲଢ଼ିବାକୁ ଥିବାବେଳେ ପଠାନକୋଟରୁ ଅମିତ ବିଜ ଏବଂ ଦିନାନଗରରୁ ଅରୁଣା ଚୌଧୁରୀ ପ୍ରତିଦ୍ବନ୍ଦିତା କରିବେ ବୋଲି ଦଳ ତାଲିକାରେ ପ୍ରକାଶ କରିଛି ।












Click it and Unblock the Notifications