Puducherry Election 2021 : କଂଗ୍ରେସ ଘୋଷଣା କଲା ପ୍ରାର୍ଥୀ ତାଲିକା, କଟିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଟିକେଟ
ଚଳିତ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଚିକେଟ୍ କାଟିଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭି ନାରାୟଣସ୍ୱାମୀ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ।
ପୁଡୁଚେରୀ : ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଏହାର 14 ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିଛି । ମଙ୍ଗଳବାର ସନ୍ଧ୍ୟାରେ ଦଳ ପକ୍ଷରୁ ପ୍ରକାଶ ପାଇଥିବା ତାଲିକାରୁ ଏକ ବଡ଼ ଖବର ବର୍ତ୍ତମାନ ପୁଡୁଚେରୀ ନିର୍ବାଚନରେ ହଇଚଇ ସୃଷ୍ଚି କରିଛି । ଚଳିତ ନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନାରାୟଣସ୍ୱାମୀଙ୍କ ଚିକେଟ୍ କାଟିଦିଆଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭି ନାରାୟଣସ୍ୱାମୀ ଏଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଜନସାଧାରଣ ତଥା କଂଗ୍ରେସର ସ୍ଥାନୀୟ ନେତୃତ୍ୱଙ୍କ ଅସନ୍ତୋଷ ଯୋଗୁଁ କଂଗ୍ରେସ ହାଇକମାଣ୍ଡ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ନାରାୟଣ ସାମୀଙ୍କ ଟିକେଟ୍ କାଟି ଦେଇଛନ୍ତି ।

ପୁଡୁଚେରୀ କଂଗ୍ରେସର ଦାୟିତ୍ୱରେ ଥିବା ଦୀନେଶ ଗୁଣ୍ଡୁ ରାଓ କହିଛନ୍ତି ଯେ, ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ 2021 ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ । ସେ ନିର୍ବାଚନ ପ୍ରଚାର ଏବଂ ନିର୍ବାଚନ ପରିଚାଳନା ଉପରେ ନଜର ରଖିବେ । ରାଜ୍ୟରେ ମୋଟ 30 ଟି ବିଧାନସଭା ଆସନ ରହିଛି । ରାଜ୍ୟରେ କଂଗ୍ରେସ ଡିଏମକେ, ସିପିଆଇ ବିସିକେ ସହିତ ମିଳିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । କଂଗ୍ରେସ ଏଠାରେ 15 ଟି ଆସନରେ ପ୍ରାର୍ଥୀ ଦେବା ସହ DMK 13 ଟି ସିଟ୍, CPI ଏବଂ VCK ଗୋଟିଏ ଲେଖାଏଁ ଆସରୁ ପ୍ରତିଦ୍ୱନ୍ଦିତା କରିବା ନେଇ ନିଷ୍ପତ୍ତି ନିଆଯାଇଛି ।

ପୁଡୁଚେରୀରେ କଂଗ୍ରେସ ସହ ମିଳିତ ଭାବେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଡିଏମକେ 13 ଟି ସିଟ୍ ମଧ୍ୟରୁ 12 ଟି ପ୍ରାର୍ଥୀ ଘୋଷଣା କରିଛି । ଡିଏମକେର ଦୁଇ ପୂର୍ବତନ ମନ୍ତ୍ରୀ ଏବଂ ଛ ଜଣ ନୂଆ ଚେହେରା ନିର୍ବାଚନା ମଇଦାନରେ ଓହ୍ଲାଇଛନ୍ତି । ପୂର୍ବତନ ଶିକ୍ଷା ମନ୍ତ୍ରୀ ଏସପି ଶିବକୁମାରଙ୍କୁ ରାଜ ଭବନ ଆସନରୁ ଟିକେଟ୍ ଦିଆଯାଇଥିବାବେଳେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ଏଏମଏଚ୍ ନାଜିମଙ୍କୁ କରାଇକାଲ ଦକ୍ଷିଣ ଆସନରୁ ଟିକେଟ ଦିଆଯାଇଛି । ଡିଏମକେର 12 ଜଣ ପ୍ରାର୍ଥୀଙ୍କ ମଧ୍ୟରେ ଜଣେ ବି ମହିଳା ପ୍ରାର୍ଥୀ ନାହାଁନ୍ତି ।
ଅନ୍ୟପକ୍ଷରେ, ପୁଡୁଚେରୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ନଅ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ପୁଡୁଚେରୀ କଂଗ୍ରେସର ପୂର୍ବତନ ସଭାପତି ଏ ନମସିଭୟାମଙ୍କୁ ବର୍ତ୍ତମାନ ମ0ନନାଡିପେଟ୍ ଆସନରୁ ବିଜେପି ପକ୍ଷରୁ ଟିକେଟ ଦିଆଯାଇଛି । ବିଜେପି ଲାବସ୍ପେଟରୁ ଭି ସମିନାଥନ, ଉସୁଡୁରୁ ସାଇ ଜେ ସରୱଣ କୁମାର, କାମରାଜ ନଗରରୁ ଏ ଜନ୍କୁମାର, କାଲାପେଟରୁ ପିଏମଏଲ କଲ୍ୟାଣସୁନ୍ଦରମ, ନେଲିତ୍ତୋପରୁ ଭିଭିଲିଆନ ରିଚାର୍ଡସ ଜନ୍କୁମାରଙ୍କୁ ଟିକେଟ୍ ଦେଇଛନ୍ତି ।
-
ଇଡି ରେଡ୍ ବେଳେ ମମତା ଧସେଇ ପସିବା ଉପରେ ସୁପ୍ରିମ କୋର୍ଟଙ୍କ ବଡ଼ ବୟାନ, କହିଲେ ଏହା....... -
ଡାଲମାରୁ ବାହାରିଲା ସାପ, ଲୋକେ ଛାନିଆ, ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକଙ୍କ ଲମ୍ବା ଲାଇନ -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି, ରାଜ୍ୟ ସରକାରଙ୍କ ପକ୍ଷରୁ ପକ୍ଷ ରଖିଲେ AG ପୀତାମ୍ବର ଆଚାର୍ଯ୍ୟ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
କ୍ରସ ଭୋଟିଂ କରିଥିଲେ, ଏବେ ବଢ଼ିଲା ଅଡ଼ୁଆ, 3 ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସର ଆବେଦନ -
ଭାରତ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ଆଶଙ୍କା ,' ପ୍ରକାଶ କଲା ଆମେରିକାର ଗୁଇନ୍ଦା ରିପୋର୍ଟ -
ମୁନ୍ଦ୍ରା ପୋର୍ଟରେ ପହଞ୍ଚିଲା 'ଜଗ ଲାଡକୀ' ଇରାନ-ଇସ୍ରାଏଲ ମଧ୍ୟରେ ମିସାଇଲ ମାଡ଼ ଓ ଉତ୍ତେଜନା ଭିତରୁ ୮୦, ୮୦୦ ଟନ..... -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
୨୪ ଘଣ୍ଟାରେ ବ୍ୟାକଫୁଟକୁ ଗଲେ ଟ୍ରମ୍ପ, ଏହି ଦେଶର ତୈଳ କିମ୍ବା ଗ୍ୟାସ ଉପରେ...... -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ...












Click it and Unblock the Notifications