ଅମିତ ଶାହାଙ୍କ ଅଭିଯୋଗ ଉପରେ ନାରାୟଣସ୍ୱାମୀଙ୍କ ପ୍ରତିକ୍ରିୟା : 'ପ୍ରମାଣ ନ କଲେ କରିବି ମାନହାନୀ ମକଦ୍ଦମା'

କେନ୍ଦ୍ର ଶାସିତ ଅଞ୍ଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ସେ ଅମିତ୍ ଶାହାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗକୁ ଗୃହମନ୍ତ୍ରୀ ପ୍ରମାଣ କରନ୍ତୁ ।

ପୁଡୁଚେରୀ : କେନ୍ଦ୍ର ଶାସିତ ଅଞ୍ଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ୱାମୀ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ସେ ଅମିତ୍ ଶାହାଙ୍କୁ ଟାର୍ଗେଟ୍ କରି କହିଛନ୍ତି, ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗକୁ ଗୃହମନ୍ତ୍ରୀ ପ୍ରମାଣ କରନ୍ତୁ । ଯଦି ପ୍ରମାଣ ନକରିବେ ସେ ତାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବେ ବୋଲି କହିଛନ୍ତି ।

V Narayanasamy

ଖବର ସରବରାହ ସଂସ୍ଥା ANI କୁ ସୂଚନା ଦେଇ କଂଗ୍ରେସ ନେତା ନାରାୟଣସାମୀ କହିଛନ୍ତି ଯେ, "ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି କି ପ୍ରଧାନମନ୍ତ୍ରୀ ପୁଡୁଚେରୀକୁ 15,000 କୋଟି ଟଙ୍କା ଦେଇଛନ୍ତି । ନାରାୟଣସ୍ୱାମୀ ଏହି ଅର୍ଥର ଏକ ଭାଗ ନେଇ ବାକି ଅର୍ଥ ଗାନ୍ଧୀ ପରିବାରକୁ ଦେଇଛନ୍ତି । ମୋ ବିରୋଧରେ ଏହା ଏକ ଗମ୍ଭୀର ଅଭିଯୋଗ । ମୁଁ ଏହାକୁ ପ୍ରମାଣ କରିବାକୁ ଚ୍ୟାଲେଞ୍ଜ କରୁଛି। "

ନାରାୟଣସାମୀ ଆହୁରି ମଧ୍ୟ କହିଛନ୍ତି "ଯଦି ସେ ଏହା ପ୍ରମାଣ କରି ନପାରିବେ ତେବେ ସେ ଦେଶ ତଥା ପୁଡୁଚେରୀବାସୀଙ୍କ ନିକଟରେ କ୍ଷମା ମାଗିବା ଉଚିତ୍ । ଯଦି ସେ ପ୍ରମାଣ ନକରନ୍ତି ତେବେ ମୋର ଏବଂ ଗାନ୍ଧୀ ପରିବାରର ଭାବମୂର୍ତ୍ତିକୁ ନଷ୍ଟ କରିବା ଅଭିଯୋଗରେ ମୁଁ ଅମିତ୍ ଶାହାଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିବି ।"

ରାଲିରେ ଆରୋପ ଲଗାଇଥିଲେ ଗୃହମନ୍ତ୍ରୀ

ଗୃହମନ୍ତ୍ରୀ ଅମିତ୍ ଶାହା ପୁଡୁଚେରୀର ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭି ନାରାୟଣସ୍ୱାମୀଙ୍କ ଉପରେ ଭ୍ରଷ୍ଟାଚାରର ଆରୋପ ଲଗାଇଥିଲେ । ଏଥିସହିତ ନାରାୟଣସ୍ୱାମୀଙ୍କ ଠାରୁ ଗାନ୍ଧୀ ପରିବାରକୁ ଟଙ୍କା ମିଳିଥିବା ନେଇ ମଧ୍ୟ କହିଥିଲେ ।

ଫ୍ଲୋର ଟେଷ୍ଟରେ ବିଫଳ ହେବା ପରେ ନାରାୟଣସ୍ୱାମୀ ଫେବୃଆରୀ 22 ରେ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିଲେ । ସେହି ସମୟରେ ସେ ରାଜ୍ୟ ସରକାର ଭାଙ୍ଗିବାର ଦୋଷ ବିଜେପିକୁ ଦେଇଥିଲେ । ଏହାର ଗୋଟିଏ ଦିନ ପରେ, ଫେବୃଆରୀ 23 ରେ, ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କେନ୍ଦ୍ର ଶାସିତ ଅଞ୍ଚଳରେ ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ ।

ନିର୍ବାଚନ ଆୟୋଗ ଦ୍ୱାରା ଘୋଷିତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ତାଲିକା ମଧ୍ୟରେ ପୁଡୁଚେରୀ ମଧ୍ୟ ରହିଛି । ପୁଡୁଚେରୀରେ 30 ଟି ବିଧାନସଭା ଆସନ ପାଇଁ ଅପ୍ରେଲ 6 ରେ ମତଦାନ ହେବ । ମେ 2 ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ ବୋଲି ନିର୍ବାଚନ କମିଶନ ଘୋଷଣା କରିସାରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+