Get Updates
Get notified of breaking news, exclusive insights, and must-see stories!

ମହିଳାମାନେ ବିକିନି, ଓଢଣୀ, ଜିନ୍ସ କିମ୍ବା ହିଜାବ ପିନ୍ଧିବା ସେମାନଙ୍କର ଅଧିକାର : ପ୍ରିୟଙ୍କା ଗାନ୍ଧୀ

ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ବିକିନି ହେଉ କି ଓଢଣୀ କିମ୍ବା ଜିନ୍ସ ହେଉ ଅବା ହିଜାବ୍ ପିନ୍ଧନ୍ତୁ, ସେ ଯାହା ପିନ୍ଧିବାକୁ ଚାହୁଁଛନ୍ତି ତାହା ନିଜେ ସ୍ଥିର କରିବା ମହିଳାଙ୍କ ଅଧିକାର । ଆମ ଦେଶର ସମ୍ବିଧାନ ଏହି ଗ୍ୟାରେଣ୍ଟି ଦେଇଛି ।'

ନୂଆଦିଲ୍ଲୀ : କର୍ଣ୍ଣାଟକର ଉଡ୍ଡୁପିରେ ଛାତ୍ରୀମାନେ କଲେଜରେ ହିଜାବ ପିନ୍ଧିଥିବା ନେଇ କ୍ଲାସରେ ବାରଣ ହେବା ପରେ ମାମଲା କୋର୍ଟରେ ପହଞ୍ଚିଛି । ଗୋଟିଏ ପଟେ କିଛି ଛାତ୍ରୀ ହିଜାବ ପିନ୍ଧିଥିବାରୁ କଲେଜ ପ୍ରଶାସନ ବିରୋଧରେ ବିରୋଧ କରୁଛନ୍ତି, ଅନ୍ୟ ପଟେ କିଛି ଛାତ୍ର ଗେରୁଆ ଗାମୁଛା ପିନ୍ଧି ଜୟ ଶ୍ରୀ ରାମ ନାରା ଦେଇ ହିଜାବକୁ ବିରୋଧ କରୁଛନ୍ତି । ଏହି ସମୟରେ କଂଗ୍ରେସର ବରିଷ୍ଠ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍ କରି ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ଦେଇଛନ୍ତି ।

Priyanka Gandhi

ପ୍ରିୟଙ୍କା ଗାନ୍ଧୀ ଟ୍ୱିଟ୍ କରି ଲେଖିଛନ୍ତି ଯେ 'ବିକିନି ହେଉ କି ଓଢଣୀ କିମ୍ବା ଜିନ୍ସ ହେଉ ଅବା ହିଜାବ୍ ପିନ୍ଧନ୍ତୁ, ସେ ଯାହା ପିନ୍ଧିବାକୁ ଚାହୁଁଛନ୍ତି ତାହା ନିଜେ ସ୍ଥିର କରିବା ମହିଳାଙ୍କ ଅଧିକାର । ଆମ ଦେଶର ସମ୍ବିଧାନ ଏହି ଗ୍ୟାରେଣ୍ଟି ଦେଇଛି । ମହିଳାମାନଙ୍କୁ ହଇରାଣ କରିବା ବନ୍ଦ କରନ୍ତୁ ।' ଏହା ସହିତ ପ୍ରିୟଙ୍କା ଗାନ୍ଧୀ ହ୍ୟାସ୍ ଟ୍ୟାଗ୍ 'ଲଡକି ହୁଁ, ଲଢ ସକ୍ତି ହୁଁ' ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ ଏହି ମାମଲା କର୍ଣ୍ଣାଟକ ହାଇକୋର୍ଟରେ ବିଚରାଧିନ ଅଛି ଏବଂ କୋର୍ଟ ଏହି ମାମଲାର ଶୁଣାଣି ବେଳେ ମଙ୍ଗଳବାର ଦିନ କହିଛନ୍ତି ଯେ ଆମେ ଭାବନା ଏବଂ ଆବେଗ ଉପରେ ନିଷ୍ପତ୍ତି ନେବୁ ନାହିଁ, ଦେଶର ସମ୍ବିଧାନ ଆମ ପାଇଁ ଭଗବଦ୍ ଗୀତା ।

ବାସ୍ତବରେ, କର୍ଣ୍ଣାଟକର କେତେକ କଲେଜରେ ହିଜାବକୁ ନେଇ ଏକ ପ୍ରଦର୍ଶନ ଆରମ୍ଭ ହୋଇଥିଲା, ଯେଉଁଥିପାଇଁ ଏକ ବଡ ବିବାଦ ଉପୁଜିଥିଲା । ଅନେକ ସ୍ଥାନରେ ପଥର ଫିଙ୍ଗିବା ଘଟଣା ମଧ୍ୟ ଖବର ପ୍ରକାଶ ପାଇଥିଲା । ଏହି ମାମଲା ପୁଣି ଥରେ କୋର୍ଟରେ ଶୁଣାଣି ହେବ । ମୁସଲିମ ଛାତ୍ରୀମାନେ ଦାବି କରୁଛନ୍ତି ଯେ ସେମାନଙ୍କୁ ଶ୍ରେଣୀ ଭିତରେ ହିଜାବ ପିନ୍ଧିବାକୁ ଦିଆଯାଉ । ଛାତ୍ରୀମାନେ କହିଛନ୍ତି ଯେ ଏହା କେବଳ କପଡା ଖଣ୍ଡ ନୁହେଁ । ପିଲାଦିନରୁ ଆମେ ଏହାକୁ ପିନ୍ଧି ଆସୁଛୁ । ଏଥି ସହିତ ଛାତ୍ରୀମାନଙ୍କ ଏହି ଆନ୍ଦୋଳନକୁ କଂଗ୍ରେସ ସମର୍ଥନ କରୁଛି । କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା, ରାହୁଲ ଗାନ୍ଧୀ, ଶଶି ଥରୁର ମଧ୍ୟ ଛାତ୍ରୀମାନଙ୍କୁ ସମର୍ଥନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+