ବିଜେପିର ମିଥ୍ୟା ବିଜ୍ଞାପନ ଏବଂ କାଗଜପତ୍ରରେ ଦ୍ୱିଗୁଣିତ ହୋଇଛି କୃଷକଙ୍କ ଆୟ : ପ୍ରିୟଙ୍କା ଗାନ୍ଧୀ
ବିଜେପି ସରକାରଙ୍କ ମିଥ୍ୟା ବିଜ୍ଞାପନ ଏବଂ କାଗଜକଲମରେ କୃଷକଙ୍କ ଆୟ ଦ୍ୱିଗୁଣିତ ହେଉଛି । କିନ୍ତୁ ଖବର ଅନୁଯାୟୀ, ଉତ୍ତପ୍ରଦେଶରେ ଗଠିତ କୃଷକ ସମୃଦ୍ଧ ଆୟୋଗର ଗୋଟିଏ ବି ବୈଠକ ଅନୁଷ୍ଠିତ ହୋଇନାହିଁ ।
ଲକ୍ଷ୍ନୌ : କୃଷକଙ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ କଂଗ୍ରେସ ଦାୟିତ୍ୱରେ ଥିବା କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ କେନ୍ଦ୍ର ଉତ୍ତରପ୍ରଦେଶ ସରକାରଙ୍କ ଉପରେ ଲଗାତାର ଟାର୍ଗେଟ୍ କରିଆସୁଛନ୍ତି । ଗୁରୁବାର (ମାର୍ଚ୍ଚ 11) ଦିନ ପ୍ରିୟଙ୍କା ଗାନ୍ଧୀ ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ ଜରିଆରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରକୁ ଆକ୍ଷେପ କରିଛନ୍ତି । କେବଳ ଏତିକି ନୁହେଁ ବିଜେପି ସରକାରର ମିଥ୍ୟା ବିଜ୍ଞାପନ ଏବଂ କାଗଜକଲମରେ କୃଷକଙ୍କ ଆୟ ଦ୍ୱିଗୁଣିତ ହେଉଛି ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

କାଗଜ କଲମରେ କୃଷକଙ୍କ ଆୟ ଦ୍ୱିଗୁଣିତ : ପ୍ରିୟଙ୍କା ଗାନ୍ଧୀ
ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଗୁରୁବାର ଅଫିସିଆଲ୍ ଟ୍ୱିଟରେ ବିଜେପି ସରକାର ଉପରେ ଟାର୍ଗେଟ୍ କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ଲେଖିଛନ୍ତି, 'ବିଜେପି ସରକାରଙ୍କ ମିଥ୍ୟା ବିଜ୍ଞାପନ ଏବଂ କାଗଜକଲମରେ କୃଷକଙ୍କ ଆୟ ଦ୍ୱିଗୁଣିତ ହେଉଛି । କିନ୍ତୁ ଖବର ଅନୁଯାୟୀ, ଉତ୍ତପ୍ରଦେଶରେ ଗଠିତ କୃଷକ ସମୃଦ୍ଧ ଆୟୋଗର ଗୋଟିଏ ବି ବୈଠକ ଅନୁଷ୍ଠିତ ହୋଇନାହିଁ । କୃଷକ ବିରୋଧୀ ମାନସିକତା ଥିବା ସରକାରରେ ପ୍ରାଥମିକତାରେ କୃଷକ ନାହାଁନ୍ତି ।'
1 ନଭେମ୍ବର 2017 ରେ କୃଷକ ସମୃଦ୍ଧ ଆୟୋଗ ଗଠନ
କୃଶକ ସମୃଦ୍ଧି ଆୟୋଗର ଗଠନ 11 ନଭେମ୍ବର 2017 ରେ କରାଯାଇଥିଲା । ଏହି କମିଶନ ଗଠନର ଉଦ୍ଦେଶ୍ୟ ଥିଲା 2022 ସୁଦ୍ଧା କୃଷକଙ୍କ ଆୟକୁ ଦ୍ୱିଗୁଣିତ କରିବା । ଆୟୋଗ ଗଠନ ହେବାର ପ୍ରାୟ ତିନି ବର୍ଷ ତିନି ମାସ ବିତିଯାଇଥିଲେ ମଧ୍ୟ ଏହାର ସଦସ୍ୟମାନଙ୍କର ଗୋଟିଏ ବି ବୈଠକ ଅନୁଷ୍ଠିତ ହୋଇନାହିଁ ।
କୃଷକ ସମୃଦ୍ଧ ଆୟୋଗରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ମଲିକ
ଫେବୃଆରୀ 25, 2021 ରେ, କୃଷକ ନେତା ରାକେଶ ଟିକାୟତଙ୍କ ନିକଟତମ ବ୍ୟକ୍ତି ତଥା ବି.କେ.ୟୁ.ର ଗଣମାଧ୍ୟମ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ମଲିକ୍ ଉତ୍ତରପ୍ରଦେଶ କୃଷକ ସମୃଦ୍ଧ ଆୟୋଗର ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପଠାଯାଇଥିବା ଇସ୍ତଫା ପତ୍ରରେ ମଲିକ କହିଛନ୍ତି ଯେ, ଏହି ଆୟୋଗର ଉଦ୍ଦେଶ୍ୟ ହେଉଛି ଚାଷୀଙ୍କ ସମସ୍ୟାକୁ ଜାଣି ସେସବୁର ସମାଧାନ କରିବା । ପ୍ରାୟ ସାଢେ ତିନି ବର୍ଷ ସତ୍ତ୍ୱେ ଆୟୋଗର ଗୋଟିଏ ବି ବୈଠକ ଅନୁଷ୍ଠିତ ହୋଇନାହିଁ ।
ଯେଉଁ ଉଦ୍ଦେଶ୍ୟ ଗଠନ କରାଯାଇଥିଲା, ତାହା ପୂରଣ ହୋଇପାରିଲା ନାହିଁ
ସାରା ଦେଶରେ ତିନୋଟି କୃଷି ନିୟମକୁ ନେଇ ଭାରତ ସରକାର ଏବଂ କୃଷକଙ୍କ ମଧ୍ୟରେ ଏକ ଦ୍ୱନ୍ଦ୍ୱ ଲାଗିରହିଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଭାରତ ସରକାର ଏହାର ସମାଧାନ ଖୋଜି ପାଇ ନାହାଁନ୍ତି । କୃଷକ ସମୃଦ୍ଧ ଆୟୋଗଙ୍କ ତରଫରୁ ଭାରତ ସରକାରଙ୍କୁ କୌଣସି ପରାମର୍ଶ ପଠାଇବା ଆବଶ୍ୟକତା ମଧ୍ୟ ଅନୁଭବ କରାଯାଇ ନାହିଁ । ଯେଉଁ ଉଦ୍ଦେଶ୍ୟରେ ଏହା ଗଠନ କରାଯାଇଥିଲା ତାହା ଆୟୋଗ ପୂରଣ କରିବାରେ ସକ୍ଷମ ହୋଇ ନାହାଁନ୍ତି ବୋଲି କୁହାଯାଇଛି ।












Click it and Unblock the Notifications