Get Updates
Get notified of breaking news, exclusive insights, and must-see stories!

ମଣିପୁରବାସୀଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିଶ୍ରୁତି, ଆମ ସରକାର ଆସିଲେ ରାଜ୍ୟରୁ ହଟାଯିବ AFSPA

ପ୍ରିୟଙ୍କା ଗାନ୍ଧୀ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ଯଦି ଆମ ସରକାର ଗଠନ ହୁଏ, ତେବେ ଆମେ AFSPA ହଟାଇବୁ ।

ନୂଆଦିଲ୍ଲୀ : କଂଗ୍ରେସ ଦଳର ଜାତୀୟ ସାଧାରଣ ସମ୍ପାଦକ ତଥା ଉତ୍ତରପ୍ରଦେଶର ଦାୟିତ୍ୱରେ ଥିବା ପ୍ରିୟଙ୍କା ଗାନ୍ଧୀ ମଙ୍ଗଳବାର ଦିନ ମଣିପୁର ବିଧାନସଭା ନିର୍ବାଚନ ପାଇଁ ଏକ ଭର୍ଚୁଆଲ୍ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କ ଉପରେ କଡ଼ା ଆକ୍ରମଣ କରିଥିଲେ । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ବିଜେପି ସରକାର ଦେଶର ଲୋକଙ୍କ ପାଇଁ ନୁହେଁ ବରଂ ଦେଶର 2-3 ଜଣ ବଡ ଶିଳ୍ପପତିଙ୍କ ପାଇଁ କାମ କରୁଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ କେନ୍ଦ୍ରର ନୀତି ଯୋଗୁଁ କେବଳ ସେହି ଶିଳ୍ପପତିମାନେ ଉପକୃତ ହେଉଛନ୍ତି, ଗରିବ ଏବଂ ମଧ୍ୟବିତ୍ତଙ୍କୁ ନିଜ ବଳରେ କାମ କରିବାକୁ ପଡୁଛି ।

priyanka Gandhi

ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି ଯେ ମଣିପୁରର ଲୋକମାନେ ଥରେ କଂଗ୍ରେସ ଦଳକୁ ସୁଯୋଗ ଦେଲେ ଆମେ ଏଠାରେ ଏମଏସଏମଇ ସେକ୍ଟରକୁ ମଜବୁତ କରିବା ସହିତ ମଣିପୁରକୁ ରୋଜଗାରର ଏକ ହବ୍ କରିଦେବୁ । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ରାଜ୍ୟର ମୁଖ୍ୟମନ୍ତ୍ରୀ ଆପଣଙ୍କ ଆବାଜ୍ ଶୁଣୁ ନାହାଁନ୍ତି, ଯଦି ଆମ ସରକାର ଆସନ୍ତି ତେବେ ଆମେ ଜଳସେଚନ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବୁ ।

ରାଜ୍ୟରୁ ହଟାଇବୁ AFSPA

ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟର ବିକାଶ ଚାହୁଁଛି । ମଣିପୁରରେ କଂଗ୍ରେସ ବାମପନ୍ଥୀ ଦଳ ଜେଡି (ଏସ) ସହିତ ମେଣ୍ଟ କରିଛି । ଏହି ସମୟରେ ପ୍ରିୟଙ୍କା ଗାନ୍ଧୀ ରାଜ୍ୟବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ଯଦି ଆମ ସରକାର ଗଠନ ହୁଏ, ତେବେ ଆମେ AFSPA ହଟାଇବୁ । ମଣିପୁରର ଲୋକଙ୍କ ପାଇଁ କଂଗ୍ରେସ ହେଉଛି ସର୍ବୋତ୍ତମ ପସନ୍ଦ, ଯଦି ଆମେ କ୍ଷମତାକୁ ଆସିବା ତେବେ ଲୋକଙ୍କ ଦାବିକୁ ଦୃଷ୍ଟି ଦିଆଯିବ ଏବଂ ତାହା ପୂରଣ ହେବ ବୋଲି କହିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ପ୍ରିୟଙ୍କା ଗାନ୍ଧୀ ଆହୁରି କହିଛନ୍ତି ଯେ ଆମେ ମଣିପୁର ରେଜିମେଣ୍ଟ ଗଠନ କରିବୁ ଏବଂ ସ୍ଥାନୀୟ ସ୍ତରରେ ପରୀକ୍ଷା କରିବୁ । ଏହା ସହିତ ମହିଳା ସଶକ୍ତିକରଣ ଉପରେ ଅଧିକ ଧ୍ୟାନ ଦିଆଯିବ । ଏହା ବ୍ୟତୀତ କଂଗ୍ରେସ ସରକାର ଗଠନ ହେଲେ ମାଗଣା ସ୍ୱାସ୍ଥ୍ୟସେବା, ବେକାରୀ ଭତ୍ତା ଏବଂ ମଣିପୁରୀ ସମାଜର ସମସ୍ତ ବିଭାଗ ପାଇଁ ନାଗରିକ ସ୍ୱାଧୀନତା ରକ୍ଷା କରିବାକୁ ପ୍ରତିଶୃତି ଦେଇଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ଆପଣଙ୍କୁ କହି ରଖୁଛୁ ମଣିପୁରରେ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ । ପ୍ରଥମ ପର୍ଯ୍ୟାୟ ଫେବୃଆରୀ 28 ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ମାର୍ଚ୍ଚ 5 ରେ ଅନୁଷ୍ଠିତ ହେବ । ମାର୍ଚ୍ଚ 10ରେ ପ୍ରକାଶ ପାଇବ ଫଳାଫଳ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+