ବଦାଉଁ ଗଣ ଦୁଷ୍କର୍ମ ମାମଲା : ମହିଳା ସୁରକ୍ଷା ନେଇ ୟୁପି ସରକାରଙ୍କ ଉଦ୍ଦେଶ୍ୟ ନାହିଁ : ପ୍ରିୟଙ୍କା ଗାନ୍ଧୀ
ଉତ୍ତରପ୍ରଦେଶ ବଦାଉଁରେ ବର୍ବର ଗଣ ଦୁଷ୍କର୍ମ ମାମଲାରେ ଆସିବା ପରେ ଏହାକୁ ନେଇ ଉତ୍ତରପ୍ରଦେଶରେ ରାଜନୀତି ସରଗରମ ହୋଇଛି । ବିରୋଧୀ ଦଳର ନେତାମାନେ ୟୁପି ସରକାର ଉପରେ ଆକ୍ରମଣକାରୀ ମନ୍ତବ୍ୟ ଦେଇଛନ୍ତି ।
ବଦାଉଁ ଗଣ ଦୁଷ୍କର୍ମ ମାମଲା : ବଦାଉଁ : ଉତ୍ତରପ୍ରଦେଶ ବଦାଉଁରେ ବର୍ବର ଗଣ ଦୁଷ୍କର୍ମ ମାମଲାରେ ଆସିବା ପରେ ଏହାକୁ ନେଇ ଉତ୍ତରପ୍ରଦେଶରେ ରାଜନୀତି ସରଗରମ ହୋଇଛି । ବିରୋଧୀ ଦଳର ନେତାମାନେ ୟୁପି ସରକାର ଉପରେ ଆକ୍ରମଣକାରୀ ମନ୍ତବ୍ୟ ଦେଇଛନ୍ତି । ଉତ୍ତରପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାଙ୍କ ସୁରକ୍ଷା ପାଇଁ ୟୁପି ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି । ସରକାରଙ୍କୁ ଆକ୍ଷେପ କରି ପ୍ରିୟଙ୍କା ଗାନ୍ଧୀ ବୁଧବାର ଟ୍ୱିଟ୍ କରି କହିଛନ୍ତି, 'ହାଥରାସର ସରକାରୀ କର୍ମଚାରୀମାନେ ଅଭିଯୋଗ ଶୁଣି ନଥିଲେ, ସରକାର ଅଧିକାରୀମାନଙ୍କୁ ଘଣ୍ଟ ଘୋଡ଼ାଇବା ସହ ମାମଲାକୁ ଦବାଇବା ପାଇଁ ପ୍ରୟାସ କରିଥିଲେ । ବଦାଉଁ ମାମଲାରେ ଥାନା ଅଧିତକାରୀ ମଧ୍ୟ ଅଭିଯୋଗକାରୀଙ୍କ କଥା ଶୁଣିନଥିଲେ, ଏପରିକି ଘଟଣା ସ୍ଥଳକୁ ମଧ୍ୟ ଯାଞ୍ଚ କରିନଥିଲେ ।' ମହିଳା ସୁରକ୍ଷା ଉପରେ ୟୁପି ସରକାରଙ୍କ ଉଦ୍ଦେଶ୍ୟରେ ତ୍ରୁଟି ରହିଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

ଥାନା ଅଧିକାରୀଙ୍କ ଉପରେ ଗୁରୁତର ଅଭିଯୋଗ
ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଉଗୈତି ପୋଲିସ ଷ୍ଟେସନ ଅଧିକାରୀ ରାବେନ୍ଦ୍ର ପ୍ରତାପ ସିଂ ତାଙ୍କ ନିବେଦନ ନଶୁଣିବା ସହ ଘଟଣାସ୍ଥଳକୁ ମଧ୍ୟ ଯାଇନାହାନ୍ତି । କେବଳ ଏତିକି ନୁହେଁ, 18 ଘଣ୍ଟା ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ଜଣେ ମହିଳା ଡାକ୍ତରଙ୍କ ସମେତ ତିନିଜଣ ଡାକ୍ତରଙ୍କ ଏକ ପ୍ୟାନେଲ ପୋଷ୍ଟମର୍ଟମ କରିଥିଲେ । ସନ୍ଧ୍ୟାରେ ରିପୋର୍ଟ ଆସିବା ପରେ ଜଣାପଡିଥିଲା ଯେ ମହିଳାଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିଛି । ଲୁହା ରଡ ଭଳି କିଛି ଜିନିଷ ଗୁପ୍ତାଙ୍ଗରେ ଭର୍ତ୍ତି କରାଯାଇଥିବା ନେଇ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ।
ଏହି ଘଟଣା ସମ୍ପର୍କରେ ଏସଏସପି ସଂକଳ୍ପ ଶର୍ମା କହିଛନ୍ତି ଯେ, ଉଗୈତି ଅଞ୍ଚଳରେ 50 ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ମିଳିଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ତିନି ଜଣଙ୍କ ବିରୋଧରେ ହତ୍ୟା ଏବଂ ବଳାତ୍କାର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚାରିଟି ଦଳ ଗଠନ କରାଯାଇଛି । ଖୁବ ଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications