For Quick Alerts
Turn On Notification  
For Daily Alerts
Oneindia App Download

ବଦାଉଁ ଗଣ ଦୁଷ୍କର୍ମ ମାମଲା : ମହିଳା ସୁରକ୍ଷା ନେଇ ୟୁପି ସରକାରଙ୍କ ଉଦ୍ଦେଶ୍ୟ ନାହିଁ : ପ୍ରିୟଙ୍କା ଗାନ୍ଧୀ

ଉତ୍ତରପ୍ରଦେଶ ବଦାଉଁରେ ବର୍ବର ଗଣ ଦୁଷ୍କର୍ମ ମାମଲାରେ ଆସିବା ପରେ ଏହାକୁ ନେଇ ଉତ୍ତରପ୍ରଦେଶରେ ରାଜନୀତି ସରଗରମ ହୋଇଛି । ବିରୋଧୀ ଦଳର ନେତାମାନେ ୟୁପି ସରକାର ଉପରେ ଆକ୍ରମଣକାରୀ ମନ୍ତବ୍ୟ ଦେଇଛନ୍ତି ।

|

ବଦାଉଁ ଗଣ ଦୁଷ୍କର୍ମ ମାମଲା : ବଦାଉଁ : ଉତ୍ତରପ୍ରଦେଶ ବଦାଉଁରେ ବର୍ବର ଗଣ ଦୁଷ୍କର୍ମ ମାମଲାରେ ଆସିବା ପରେ ଏହାକୁ ନେଇ ଉତ୍ତରପ୍ରଦେଶରେ ରାଜନୀତି ସରଗରମ ହୋଇଛି । ବିରୋଧୀ ଦଳର ନେତାମାନେ ୟୁପି ସରକାର ଉପରେ ଆକ୍ରମଣକାରୀ ମନ୍ତବ୍ୟ ଦେଇଛନ୍ତି । ଉତ୍ତରପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳାଙ୍କ ସୁରକ୍ଷା ପାଇଁ ୟୁପି ସରକାର ଉପରେ କଡ଼ା ଆକ୍ରମଣ କରିଛନ୍ତି । ସରକାରଙ୍କୁ ଆକ୍ଷେପ କରି ପ୍ରିୟଙ୍କା ଗାନ୍ଧୀ ବୁଧବାର ଟ୍ୱିଟ୍ କରି କହିଛନ୍ତି, 'ହାଥରାସର ସରକାରୀ କର୍ମଚାରୀମାନେ ଅଭିଯୋଗ ଶୁଣି ନଥିଲେ, ସରକାର ଅଧିକାରୀମାନଙ୍କୁ ଘଣ୍ଟ ଘୋଡ଼ାଇବା ସହ ମାମଲାକୁ ଦବାଇବା ପାଇଁ ପ୍ରୟାସ କରିଥିଲେ । ବଦାଉଁ ମାମଲାରେ ଥାନା ଅଧିତକାରୀ ମଧ୍ୟ ଅଭିଯୋଗକାରୀଙ୍କ କଥା ଶୁଣିନଥିଲେ, ଏପରିକି ଘଟଣା ସ୍ଥଳକୁ ମଧ୍ୟ ଯାଞ୍ଚ କରିନଥିଲେ ।' ମହିଳା ସୁରକ୍ଷା ଉପରେ ୟୁପି ସରକାରଙ୍କ ଉଦ୍ଦେଶ୍ୟରେ ତ୍ରୁଟି ରହିଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଛନ୍ତି ।

priyanka-gandhi-vadra-yogi-adityanath

ଥାନା ଅଧିକାରୀଙ୍କ ଉପରେ ଗୁରୁତର ଅଭିଯୋଗ

ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ ଉଗୈତି ପୋଲିସ ଷ୍ଟେସନ ଅଧିକାରୀ ରାବେନ୍ଦ୍ର ପ୍ରତାପ ସିଂ ତାଙ୍କ ନିବେଦନ ନଶୁଣିବା ସହ ଘଟଣାସ୍ଥଳକୁ ମଧ୍ୟ ଯାଇନାହାନ୍ତି । କେବଳ ଏତିକି ନୁହେଁ, 18 ଘଣ୍ଟା ପରେ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା । ଜଣେ ମହିଳା ଡାକ୍ତରଙ୍କ ସମେତ ତିନିଜଣ ଡାକ୍ତରଙ୍କ ଏକ ପ୍ୟାନେଲ ପୋଷ୍ଟମର୍ଟମ କରିଥିଲେ । ସନ୍ଧ୍ୟାରେ ରିପୋର୍ଟ ଆସିବା ପରେ ଜଣାପଡିଥିଲା ​​ଯେ ମହିଳାଙ୍କ ଗୁପ୍ତାଙ୍ଗରେ ଆଘାତ ଲାଗିଛି । ଲୁହା ରଡ ଭଳି କିଛି ଜିନିଷ ଗୁପ୍ତାଙ୍ଗରେ ଭର୍ତ୍ତି କରାଯାଇଥିବା ନେଇ ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା ।

ଏହି ଘଟଣା ସମ୍ପର୍କରେ ଏସଏସପି ସଂକଳ୍ପ ଶର୍ମା କହିଛନ୍ତି ଯେ, ଉଗୈତି ଅଞ୍ଚଳରେ 50 ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ମିଳିଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ ପରିବାର ସଦସ୍ୟଙ୍କ ଅଭିଯୋଗ କ୍ରମେ ତିନି ଜଣଙ୍କ ବିରୋଧରେ ହତ୍ୟା ଏବଂ ବଳାତ୍କାର ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଚାରିଟି ଦଳ ଗଠନ କରାଯାଇଛି । ଖୁବ ଶୀଘ୍ର ସମସ୍ତଙ୍କୁ ଗିରଫ କରାଯିବ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Priyanka Gandhi On Udaun Gangrape Case.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X