‘ନ୍ୟାୟ କୁ ଆପଣଙ୍କ ହଁ ର ଅପେକ୍ଷା', କୁସ୍ତିଯୋଦ୍ଧା ବିବାଦରେ ମୋଦୀଙ୍କୁ ଏମିତି କଟାକ୍ଷ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ : WFI ମୁଖ୍ୟ ତଥା ବିଜେପି ସାସଂଦ ବ୍ରିଜ ଭୂଷଣ ସିଂହଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ଆଣି କୁସ୍ତିଯୋଦ୍ଧାମାନେ ଦିଲ୍ଲୀର ଜନ୍ତର ମନ୍ତ୍ରରେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ବ୍ରିଜ ଭୂଷଣ ଶରଣ ସିଂହ ଏକ ବଡ଼ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ କୁହନ୍ତି ମୁଁ ତୁରନ୍ତ ଇସ୍ତଫା ଦେବି । ଅମିତ ଶାହା ଏବଂ ଜେପି ନଡ୍ଡା ମଧ୍ୟ କହିଲେ ଦେଇଦେବି ।
ଏହାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆହ୍ୱାନ କରିଛନ୍ତି । ମୋଦୀଙ୍କୁ ଆହ୍ୱାନ କରି ପ୍ରିୟଙ୍କା କହିଛନ୍ତି, 'ହଁ କହି ଦିଅନ୍ତୁ । ନ୍ୟାୟ କୁ ଆପଣଙ୍କ 'ହଁ' ର ଅପେକ୍ଷା । ଆପଣ ହଁ କହିଲେ ଏହି କୁସ୍ତିଯୋଦ୍ଧାମାନଙ୍କୁ ନ୍ୟାୟ ମିଳିବ ।'
ପ୍ରିୟଙ୍କା ଆହୁରି କହିଛନ୍ତି, ସେମାନେ ଏପର୍ଯ୍ୟନ୍ତ ନ୍ୟାୟ ପାଇ ନାହାଁନ୍ତି । ଯଦି ଆପଣ ହଁ କୁହନ୍ତି, ତେବେ ସମସ୍ତେ ନ୍ୟାୟ ପାଇବେ । ନ୍ୟାୟ ପାଇଁ ଆପଣ ହଁ କହିଦିଅନ୍ତୁ ।
… @narendramodi जी कह दीजिए ।
न्याय को आपकी “हाँ” का इंतजार है। https://t.co/l8MFUbDcuv
— Priyanka Gandhi Vadra (@priyankagandhi) May 1, 2023
ଉଲ୍ଲେଖଥାଉକି, ଅନେକ ପଦକ ବିଜେତା ରେସଲରମାନେ 9 ଦିନ ଧରି ଜନ୍ତର ମନ୍ତରରେ ବିରୋଧ କରୁଛନ୍ତି । ବିଜେପି ସାଂସଦ ତଥା ଡବ୍ଲୁଏଫଆଇ ସଭାପତି ବ୍ରିଜ ଭୂଷଣ ସିଂuଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏହା ପୂର୍ବରୁ ମଧ୍ୟ ପ୍ରିୟଙ୍କା ଗାନ୍ଧୀ ଜନ୍ତର ମନ୍ତର ଯାଇ କୁସ୍ତିଯୋଦ୍ଧା ମାନଙ୍କୁ ଭେଟିଥିଲେ ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications