କରୋନା ଟିକା ସାର୍ଟିଫିକେଟରୁ ହଟିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ

କରୋନା ଟୀକାକରଣ ପରେ ଦିଆଯାଉଥିବା ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛି ନିର୍ବାଚନ ଆୟୋଗ ।

ନୂଆଦିଲ୍ଲୀ : କରୋନା ଟୀକାକରଣ ପରେ ଦିଆଯାଉଥିବା ପ୍ରମାଣପତ୍ରରୁ ହଟିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ । ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖିଛି ନିର୍ବାଚନ ଆୟୋଗ । ଯେଉଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ ହେବାକୁ ଅଛି ସେଠାରେ ନିର୍ବାଚନ ଆଚରଣ ବିଧି ଅନୁସାରେ ଟିକା ପ୍ରମାଣପତ୍ରରୁ ମୋଦୀଙ୍କ ଫଟୋ ହଟାଇବା ନେଇ ମନ୍ତ୍ରାଳୟକୁ ଚିଠି ଲେଖିବା ସହ ଏହି ପ୍ରସଙ୍ଗରେ ଏହାର ଉତ୍ତର ଦେବାକୁ ମଧ୍ୟ କହିଛି ।

Narendra-Modi

ଆପଣଙ୍କୁ କହିରଖୁଛୁ, ତୃଣମୂଳ କଂଗ୍ରେସ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ ଯେ କରୋନା ଭାଇରସ ସାର୍ଟିଫିକେଟ୍ ଉପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ । କୋରୋନା ଟିକା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋକୁ ବ୍ୟବହାରକୁ ଟିଏମସି ଆପତ୍ତି କରି କହିଛି ଯେ ସେ ଫ୍ରଣ୍ଟଲାଇନ କର୍ମଚାରୀ, ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି । କୋଭିଡ୍‌ ଟିକାକରଣ ସାର୍ଟିଫିକେଟ୍‌ରେ ଥିବା 'ଫଟୋ'କୁ ତୃଣମୂଳ କଂଗ୍ରେସ 'ପ୍ରଧାନମନ୍ତ୍ରୀଙ୍କଦ୍ୱାରା ସରକାରୀ କଳର ଅପବ୍ୟବହାର' ବୋଲି ଅଭିଯୋଗ କରିଛି ।

ଏହାକୁ ଗ୍ରହଣ କରି ନିର୍ବାଚନ ଆୟୋଗ କେରଳ, ଆସାମ, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ପୁଡୁଚେରୀ ଟିକା ପ୍ରମାଣପତ୍ରରୁ ପିଏମ ମୋଦୀଙ୍କ ଫଟୋ ହଟାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+