Get Updates
Get notified of breaking news, exclusive insights, and must-see stories!

ମିଛ ପ୍ରତିଶୃତି ଦେବା କଂଗ୍ରେସର ପୁରୁଣା ଅଭ୍ୟାସ - ନରେନ୍ଦ୍ର ମୋଦୀ

ମିଛ ପ୍ରତିଶ୍ରୁତି ଦେବା କଂଗ୍ରେସର ପୁରୁଣା ଅଭ୍ୟାସ । ଲୋକଙ୍କୁ ମିଛ ଗ୍ୟାରେଣ୍ଟି ଦେବାରେ କଂଗ୍ରେସ ଅଭ୍ୟସ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ସିମଲା : ହିମାଚଳ ପ୍ରଦେଶ ବିଧାନସଭଆ ନିର୍ବାଚନ ନେଇ ତାରିଖ ପାଖେଇ ଆସିବା ସହ ରାଜନୈତିକ ଦଳ ଜୋରଦାର ପ୍ରଚାରରେ ଲାଗି ପଡ଼ିଛନ୍ତି । ଶାସକ ବିଜେପି ପୁଣି ଗଡ଼ ବଜାୟ ରଖିବାକୁ ପ୍ରପୟାସ କରୁଥିବା ବେଳେ କଂଗ୍ରେସ ରାଜ୍ୟରେ ଶାସନ ଭାର ଫେରି ପାଇବାକୁ ଲାଗି ପଡ଼ିଛି ।
ଏଥି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ହିମାଚଳ ପ୍ରଦେଶର ମଣ୍ଡିରେ 'ବିଜୟ ସଂକଳ୍ପ' ରାଲିକୁ ସମ୍ବୋଧନ କରିଛନ୍ତି । ଏହି ସମୟରେ ସେ ବିରୋଧୀ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି । ମିଛ ପ୍ରତିଶ୍ରୁତି ଦେବା କଂଗ୍ରେସର ପୁରୁଣା ଅଭ୍ୟାସ । ଲୋକଙ୍କୁ ମିଛ ଗ୍ୟାରେଣ୍ଟି ଦେବାରେ କଂଗ୍ରେସ ଅଭ୍ୟସ୍ତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Narendra Modi

ଏହି ସମାବେଶରେ ସେ କହିଛନ୍ତି ଯେ ଏଥର ହିମାଚଳପ୍ରଦେଶ ନିର୍ବାଚନ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । କାରଣ ଏଠାକାର ଯୁବକ ଓ ମହିଳା ଜାଣନ୍ତି ଯେ ବିଜେପି ବିକାଶକୁ ପ୍ରାଥମିକତା ଦେଇଥାଏ । ତେଣୁ ଏହି ବିଧାନସଭା ନିର୍ବାଚନରେ ଏଠାକାର ଲୋକମାନେ ବିଜେପିକୁ ପୁଣି ଭୋଟ ଦେଇ ବିଜୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏଥର ନଭେମ୍ବର 12 ରେ ହେବାକୁ ଥିବା ମତଦାନରେ ପ୍ରତ୍ୟେକ ଭୋଟ୍ ଆସନ୍ତା 25 ବର୍ଷ ପାଇଁ ହିମାଚଳପ୍ରଦେଶର ବିକାଶ ଯାତ୍ରା ସ୍ଥିର କରିବ । ହିମାଚଳପ୍ରଦେଶର ଲୋକମାନେ ବିଜେପି ସରକାରକୁ ପୁଣି ଶାସନକୁ ଫେରାଇ ଆଣିବାକୁ ଦୃଢ ଭାବେ ସଂକଳ୍ପବଦ୍ଧ ହୋଇଥିବାବେଳେ ସୈନିକମାନଙ୍କର ଏହି ଭୂମି, ସାହସୀ ମା'ମାନଙ୍କର ଏହି ଦେଶ, ଯେତେବେଳେ କୌଣସି ସଂକଳ୍ପ ନେଇଥାଏ, ଏହାକୁ ପ୍ରମାଣ କରି ଦେଖାଇଦେଇଥାଏ ।

ସେ କହିଛନ୍ତି ଯେ କଂଗ୍ରେସ ପାଇଁ ସରକାର ଆସିବା, ସରକାରରେ ରହିବା ଏକ ରାଜପ୍ରାସାଦ ଚଳାଇବା ସଦୃଶ । ମିଥ୍ୟା ପ୍ରତିଶ୍ରୁତି ଦେବା, ମିଥ୍ୟା ଗ୍ୟାରେଣ୍ଟି ଦେବା କଂଗ୍ରେସର ଏକ ପୁରୁଣା ଅଭ୍ୟାସ । ଚାଷୀଙ୍କୁ ଋଣ ଛାଡ ନାମରେ କଂଗ୍ରେସ କିପରି ମିଛ କହୁଛି ତାହା ସମଗ୍ର ଦେଶ ସାକ୍ଷୀ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+