Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ଫାରୁକ୍ ଅବଦୁଲ୍ଲା, ମିଳିତ ବିରୋଧୀଙ୍କ ହେବେ ନାହିଁ ଆଶାୟୀ ପ୍ରର୍ଥୀ

ଆଗାମୀ ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା । ମିଳିତ ବିରୋଧୀଙ୍କ ପ୍ରାର୍ଥୀ ହେବାରୁ ସେ ନିଜ ନାମ ପ୍ରତ୍ୟାହାର କରିଛନ୍ତି ।

ନୂଆଦିଲ୍ଲୀ : ଆଗାମୀ ରାଷ୍ଟ୍ରପତି ନିର୍ବାଚନରୁ ଓହରିଲେ ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା । ମିଳିତ ବିରୋଧୀଙ୍କ ପ୍ରାର୍ଥୀ ହେବାରୁ ସେ ନିଜ ନାମ ପ୍ରତ୍ୟାହାର କରିଛନ୍ତି । ବିପକ୍ଷଙ୍କ ବୈଠକରେ ତାଙ୍କ ନାମ ପ୍ରସ୍ତାବ ଦିଆଯାଇଥିଲା କିନ୍ତୁ ଅବଦୁଲ୍ଲା ତାଙ୍କ ନାମକୁ ବିଚାରକୁ ନିଆଯିବା ଉଚିତ ନୁହେଁ ବୋଲି କହିଥଲେ । ପ୍ରାର୍ଥୀତା ପାଇଁ ବିରୋଧୀଙ୍କୁ ଧନ୍ୟବାଦ ଜଣାଇ ସେ କହିଛନ୍ତି ଯେ ଏହି ସମୟରେ ଜାମ୍ମୁ କାଶ୍ମୀର ତାଙ୍କୁ ଅଧିକ ଆବଶ୍ୟକ କରୁଛି ।

farooq Abdullah

ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ଶନିବାର କହିଛନ୍ତି ଯେ ମୁଁ ଭାରତର ରାଷ୍ଟ୍ରପତିଙ୍କ ସମ୍ଭାବ୍ୟ ବିରୋଧୀ ପ୍ରାର୍ଥୀ ଭାବରେ ମୋର ନାମ ପ୍ରତ୍ୟାହାର କରୁଛି । ମୋର ନାମ ପ୍ରସ୍ତାବ ଦେଇଥିବାରୁ ମୁଁ ମମତା ବାନାର୍ଜୀଙ୍କ ଉପରେ କୃତଜ୍ଞ । ଏଥି ସହିତ, ମୁଁ ସେହି ସମସ୍ତ ବରିଷ୍ଠ ନେତାଙ୍କ ପାଇଁ ମଧ୍ୟ କୃତଜ୍ଞ, ଯେଉଁମାନେ ମୋ ନାମରେ ସମର୍ଥନ ଦେଇଛନ୍ତି ।

ଦେଶର ଅନ୍ୟତମ ବରିଷ୍ଠ ରାଜନେତା ଅବଦୁଲ୍ଲା ଆହୁରି କହିଛନ୍ତି, ମୁଁ ଭବିଷ୍ୟତରେ ସକ୍ରିୟ ରାଜନୀତି କରିବାକୁ ଚାହୁଁଛି । ମୋର ବିଶ୍ୱାସ ଯେ ଜାମ୍ମୁ-କାଶ୍ମୀର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ ଦେଇ ଗତି କରୁଛି ଏବଂ ଏହି ଅନିଶ୍ଚିତ ସମୟରୁ ବାହାରିବା ପାଇଁ ସାହାଯ୍ୟ କରିବାକୁ ଉଦ୍ୟମରେ ରାଜ୍ୟ ମୋର ପ୍ରୟାସକୁ ଆବଶ୍ୟକ କରୁଛି । ଜାମ୍ମୁ କାଶ୍ମୀର ଏବଂ ଦେଶର ସେବାରେ ଏକ ସକରାତ୍ମକ ଅବଦାନ ପାଇଁ ମୁଁ କାର୍ଯ୍ୟ ଜାରି ରଖିବି ।
ମମତା ବାନାର୍ଜୀ ଦେଇଥିଲେ ପ୍ରସ୍ତାବ
ଜୁନ୍ 15 ରେ ରାଜଧାନୀ ଦିଲ୍ଲୀରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ମିଳିତ ବିରୋଧୀ ଦଳର ବୈଠକ ଅନୁଷ୍ଠିତ ହୋଇଥିଲା । ବିରୋଧୀ ଦଳର ନେତାଙ୍କ ଏହି ବୈଠକକୁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକିଥିଲେ । କଂଗ୍ରେସ ସମେତ 17 ଟି ବିରୋଧୀ ଦଳର ଏହି ବୈଠକରେ ରାଷ୍ଟ୍ରପତି ନିର୍ବାଚନରେ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ନାମ ପ୍ରଥମେ ବିରୋଧୀ ପ୍ରାର୍ଥୀ ଭାବରେ ଆକଳନ କରାଯାଇଥିଲା କିନ୍ତୁ ସେ ସେଠାରୁ ଓହରି ଯାଇଥିଲେ । ଏହା ପରେ ମମତା ବାନାର୍ଜୀ ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ପ୍ରାର୍ଥୀ ଭାବରେ ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳ ଗାନ୍ଧୀ ଏବଂ ଫାରୁକ୍ ଅବଦୁଲ୍ଲାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଏବେ ଅବଦୁଲ୍ଲା ମଧ୍ୟ ତାଙ୍କ ନାମ ପ୍ରତ୍ୟାହାର କରି ନେଇଛନ୍ତି ।

ଆପଣଙ୍କୁ କହି ରଖୁଛୁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତିଙ୍କ ପାଇଁ ନିର୍ବାଚନ 18 ଜୁଲାଇରେ ହେବ ଏବଂ ଫଳାଫଳ 21 ଜୁଲାଇରେ ଘୋଷଣା କରାଯିବ । ଭାରତର ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ 24 ରେ ଶେଷ ହେବ । ଜୁନ୍ 15 ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ଜୁନ୍ 29 ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲର ଶେଷ ତାରିଖ ରହିଛି । ଏହା ପରେ 18 ଜୁଲାଇରେ ମତଦାନ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+