ରାଷ୍ଟ୍ରପତି ନିର୍ବାଚନ : ଏଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ ବିଏସପି
ଆଦିବାସୀ ସମାଜକୁ ଏହାର ଆନ୍ଦୋଳନର ଏକ ବିଶେଷ ଅଂଶ ଭାବରେ ବିଚାର କରି ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି ।
ଲକ୍ଷ୍ନୌ : ଆଗାମୀ ରାଷ୍ଟ୍ରତି ନିର୍ବାଚନ ପାଇଁ ଏନଡିଏ ଓଡିଶାର ଆଦିବାସୀ ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଛି । ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ ପରେ ବିରୋଧୀ ଦଳ ହରଡ଼ ଘଣାରେ ପଡ଼ିଛନ୍ତି ।
ଏହି ସମୟରେ ବହୁଜନ ସମାଜ ପାର୍ଟି (ବିଏସପି) ସୁପ୍ରିମୋ ମାୟାବତୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଘୋଷଣା କରିଛନ୍ତି । ମାୟାବତୀ କହିଛନ୍ତି, ଆଦିବାସୀ ସମାଜକୁ ଏହାର ଆନ୍ଦୋଳନର ଏକ ବିଶେଷ ଅଂଶ ଭାବରେ ବିଚାର କରି ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି ।

ବିଏସପି ସୁପ୍ରିମୋ ମାୟାବତୀ ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ 25 ଜୁନ୍ ଶନିବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ମାୟାବତୀ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ମାୟାବତୀ କହିଛନ୍ତି, ଆଦିବାସୀ ସମାଜକୁ ଏହାର ଆନ୍ଦୋଳନର ଏକ ବିଶେଷ ଅଂଶ ଭାବରେ ବିଚାର କରି ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବାକୁ ଆମର ଦଳ ନିଷ୍ପତ୍ତି ନେଇଛି । ଆମେ ବିଜେପି ଏବଂ ଏନଡିଏ ସପକ୍ଷରେ କିମ୍ବା ବିରୋଧୀ ଦଳ ବିରୋଧରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ନାହୁଁ । ବରଂ ତାଙ୍କ ଦଳର ଗତିବିଧିକୁ ଧ୍ୟାନରେ ରଖି ଏକ ଆଦିବାସୀ ସମାଜର ଜଣେ ଦକ୍ଷ ତଥା ପରିଶ୍ରମୀ ମହିଳାଙ୍କୁ ଦେଶର ରାଷ୍ଟ୍ରପତି କରିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ।
ଆପଣଙ୍କୁ କହି ରଖୁଛୁ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ପ୍ରାର୍ଥୀ ଘୋଷଣ କରିବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମେ ସମର୍ଥନ ଘୋଷଣା କରିଥିଲେ । ଏହା ପରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ମଧ୍ୟ ତାଙ୍କ ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି । ବର୍ତ୍ତମାନ ବିଏସପି ମୁଖ୍ୟ ମାୟବତୀଙ୍କ ସମର୍ଥନ ମିଳିଛି । ଏପରି ସ୍ଥିତିରେ ଏନଡିଏର ରାଷ୍ଚ୍ରପତି ନିର୍ବାଚନ ଭୋଟ୍ ଦେଖିବାକୁ ଗଲେ ଦ୍ରୌପଦୀ ମୁର୍ମୁ ଦେଶର ପରବର୍ତ୍ତୀ ରାଷ୍ଚ୍ରପତି ହେବା ନିଶ୍ଚୟ ।












Click it and Unblock the Notifications