For Quick Alerts
Turn On Notification  
For Daily Alerts
Oneindia App Download

ରାଷ୍ଟ୍ରପତି ନିର୍ବାଚନ 2022 : ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା

ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନରେ ଶିବସେନାର ସାସଂଦଙ୍କ ବୈଠକ ହୋଇଥିଲା । ଏହି ବୈଠକରେ ଅଧିକାଂଶ ସାସଂଦ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଦାବି କରିଥିଲେ ।

|

ମୁମ୍ୱାଇ : ଦେଶରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା । ସୋମବାର ଉଦ୍ଧବ ଠାକରେଙ୍କ ବାସଭବନରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଦଳର କେତେକ ସାଂସଦଙ୍କ ଦାବି ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ରହିଛି । କିନ୍ତୁ ଏହା ପୂର୍ବରୁ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର ଥିବାରୁ ଦଳ ମିଳିତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନଙ୍କୁ ସମର୍ଥନ ଦେବା ନେଇ କୁହାଯାଇଥିଲା ।

draupadi murmu - uddhav Thackeray

ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନରେ ଶିବସେନାର ସାସଂଦଙ୍କ ବୈଠକ ହୋଇଥିଲା । ଏହି ବୈଠକରେ ଅଧିକାଂଶ ସାସଂଦ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଦାବି କରିଥିଲେ । ଏହା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣେ ସାଂସଦ କହିଛନ୍ତି ।

ବୈଠକ ପରେ ଶିବସେନା ସାଂସଦ ଗଜାନନ କିର୍ତ୍ତୀକାର ଗଣମାଧ୍ୟମକୁ କହିଛନ୍ତି, ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ସମ୍ପ୍ରଦାୟର ଏବଂ ଜଣେ ମହିଳା ହୋଇଥିବାରୁ ଅଧିକାଂଶ ସାସଂଦ ତାଙ୍କୁ ସମର୍ଥ ଦେବାକୁ ଦାବି କରିଥିଲେ । ଏନେଇ ଦଳ ମୁଖ୍ୟ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ । ଆପଣଙ୍କୁ କହି ରଖୁଛୁ ଏହା ପୂର୍ବରୁ ସାଂସଦ ରାହୁଲ ଶେୱାଲ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଦାବି କରିଥିଲେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
President Election 2022 : ShivSena To Support NDA candidate Draupadi Murmu
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X