Get Updates
Get notified of breaking news, exclusive insights, and must-see stories!

ରାଷ୍ଟ୍ରପତି ନିର୍ବାଚନ 2022 : ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା

ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନରେ ଶିବସେନାର ସାସଂଦଙ୍କ ବୈଠକ ହୋଇଥିଲା । ଏହି ବୈଠକରେ ଅଧିକାଂଶ ସାସଂଦ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଦାବି କରିଥିଲେ ।

ମୁମ୍ୱାଇ : ଦେଶରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବ ଶିବସେନା । ସୋମବାର ଉଦ୍ଧବ ଠାକରେଙ୍କ ବାସଭବନରେ ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଦଳର କେତେକ ସାଂସଦଙ୍କ ଦାବି ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ନେଇ ସୂଚନା ରହିଛି । କିନ୍ତୁ ଏହା ପୂର୍ବରୁ ମହାରାଷ୍ଟ୍ରରେ ମହା ବିକାଶ ଅଘାଡ଼ି ସରକାର ଥିବାରୁ ଦଳ ମିଳିତି ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନଙ୍କୁ ସମର୍ଥନ ଦେବା ନେଇ କୁହାଯାଇଥିଲା ।

draupadi murmu - uddhav Thackeray

ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନରେ ଶିବସେନାର ସାସଂଦଙ୍କ ବୈଠକ ହୋଇଥିଲା । ଏହି ବୈଠକରେ ଅଧିକାଂଶ ସାସଂଦ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଦାବି କରିଥିଲେ । ଏହା ପରେ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣେ ସାଂସଦ କହିଛନ୍ତି ।

ବୈଠକ ପରେ ଶିବସେନା ସାଂସଦ ଗଜାନନ କିର୍ତ୍ତୀକାର ଗଣମାଧ୍ୟମକୁ କହିଛନ୍ତି, ଦ୍ରୌପଦୀ ମୁର୍ମୁ ଜଣେ ଆଦିବାସୀ ସମ୍ପ୍ରଦାୟର ଏବଂ ଜଣେ ମହିଳା ହୋଇଥିବାରୁ ଅଧିକାଂଶ ସାସଂଦ ତାଙ୍କୁ ସମର୍ଥ ଦେବାକୁ ଦାବି କରିଥିଲେ । ଏନେଇ ଦଳ ମୁଖ୍ୟ ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ । ଆପଣଙ୍କୁ କହି ରଖୁଛୁ ଏହା ପୂର୍ବରୁ ସାଂସଦ ରାହୁଲ ଶେୱାଲ ଉଦ୍ଧବ ଠାକରେଙ୍କୁ ଚିଠି ଲେଖି ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଦାବି କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+