ରାଷ୍ଟ୍ରପତି ନିର୍ବାଚନ : ଜାରି ରହିଛି ମତଦାନ, ଭୋଟ୍ ଦେଲେ ମୋଦୀ, ନବୀନ
ମତଦାନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦାନ କେନ୍ଦ୍ରରେ ପହଞ୍ଚି ପ୍ରଥମେ ଭୋଟ୍ ଦେଇଛନ୍ତି । ତା'ପରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ପହଞ୍ଚି ଭୋଟ୍ ଦେଇଛନ୍ତି ।
ନୂଆଦିଲ୍ଲୀ : ଆଜି ଭାରତର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଜାରି ରହିଛି । ମତଦାନ ଆରମ୍ଭ ହେବା ମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୋଟ୍ ଦାନ କେନ୍ଦ୍ରରେ ପହଞ୍ଚି ପ୍ରଥମେ ଭୋଟ୍ ଦେଇଛନ୍ତି । ତା'ପରେ ଗୃହମନ୍ତ୍ରୀ ଅମିତ ଶାହ ସଂସଦରେ ପହଞ୍ଚି ଭୋଟ୍ ଦେଇଛନ୍ତି ।
ସେହିପରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଭୋଟ୍ ଦେଇଛନ୍ତି । ଏହା ସହିତ ସମସ୍ତ ରାଜ୍ୟର ସାଂସଦ ଓ ବିଧାୟକ ମାନେ ନିଜ ନିଜର ମତଦାନ କରୁଛନ୍ତି ।

ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଭୋଟ୍ ଗ୍ରହଣ ଚାଲିଥିବାରୁ ପାର୍ଲାମେଣ୍ଟ୍ ଭିତରେ ଏବଂ ପାର୍ଲାମେଣ୍ଟ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।
ଆଜି ପୂର୍ବାହ୍ନ 10 ଟାରେ ଆରମ୍ଭ ହୋଇଥିବା ମତଦାନ ଅପରାହ୍ନ 5ଟା ପର୍ଯ୍ୟନ୍ତ ଚାଲିବ । ଆଜିର ଭୋଟ୍ରେ ସାଂସଦମାନଙ୍କୁ ସବୁଜ ରଙ୍ଗର ବାଲାଟ୍ ପେପର୍ ମିଳିଥିବା ବେଳେ ବିଧାୟକମାନେ ଗୋଲାପୀ ରଙ୍ଗ ବାଲଟ୍ ପେପର୍ରେ ଭୋଟ୍ ଦେଉଛନ୍ତି । ଏହି ବାଲଟ୍ ପେପର୍ରେ ସାଂସଦ ଓ ବିଧାୟକମାନେ ଏକ ସ୍ୱତନ୍ତ୍ର କଲମରେ ଭୋଟ୍ ଦେଉଛନ୍ତି ।
ସାରା ଦେଶରେ 4800 ସାଂସଦ ଓ ବିଧାୟକ ଭୋଟ୍ ଦେବେ । ବର୍ତ୍ତମାନର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଅବସର ପରେ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ଏବଂ ବିରୋଧୀ ଦଳର ମିଳିତ ପ୍ରାର୍ଥୀ ଭାବରେ ଯଶୱନ୍ତ ସିହ୍ନା ଏହି ପଦବୀ ନିର୍ବାଚମ ମୈଦାନରେ ଅଛନ୍ତି । ଯଦିଓ ବହୁମତ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଅଛି । ରାଷ୍ଟ୍ରପତି ନିର୍ବାଚନକୁ ମୁକ୍ତ ଏବଂ ନିରପେକ୍ଷ କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ରାଜ୍ୟସଭା ସଚିବ ପିସି ମୋଦୀ ସୂଚନା ଦେଇଛନ୍ତି ।












Click it and Unblock the Notifications