ରାଷ୍ଟ୍ରପତି ନିର୍ବାଚନ : ନାମାଙ୍କନ ଦାଖଲ କଲେ ବିରୋଧୀ ପ୍ରାର୍ଥୀ ଯଶବନ୍ତ
ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ମିଳିତ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା । ଆଜି ସେ ନିଜର ନାମାଙ୍କନ ଦାଖଲ କରିଛନ୍ତି ।
ନୂଆଦିଲ୍ଲୀ : ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ମିଳିତ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନା । ଆଜି ସେ ନିଜର ନାମାଙ୍କନ ଦାଖଲ କରିଛନ୍ତି ।
ନାମାଙ୍କନ ଦାଖଲ ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ସମେତ ଏନସିପି ମୁଖ୍ୟ ଶରଦ ପାଓ୍ୱାର, ଅଶୋକ ଗେହଲଟ, ଅଖିଳେଶ ଯାଦବଙ୍କ ପରି ବିରୋଧୀ ଦଳର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଏଥିସହିତ ମିଳିତି ବିରୋଧୀ ପ୍ରାର୍ଥୀଙ୍କୁ ଟିଆରଏସ୍ ସମର୍ଥନ ଦେବ ବୋଲି ମଧ୍ୟ ଘୋଷଣା କରିଛି ।

ବିରୋଧୀ ଦଳ ଟିଏମସି ନେତାଙ୍କୁ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି, କିନ୍ତୁ ମମତା ବାନାର୍ଜୀ ଯଶବନ୍ତଙ୍କ ନାମାଙ୍କନ ଦାଖଲ ସମୟରେ ନଥିଲେ । ଟିଏମସି ନେତାଙ୍କ କହିବାନୁସାରେ, ମୁଖ୍ୟମନ୍ତ୍ରୀଙ୍କର ରାଜ୍ୟରେ ଅନେକ ପ୍ରମୁଖ କାର୍ଯ୍ୟକ୍ରମ ରହିଛି, ଯେଉଁଥିପାଇଁ ସେ ନାମାଙ୍କନ ଦାଖଲ ସମୟରେ ଉପସ୍ଥିତ ଥିବା ଅଭିଷେକ ବାନାର୍ଜୀଙ୍କୁ ପଠାଇଥିଲେ ।
ଗତ ସପ୍ତାହରେ ମିଳିତ ବିରୋଧୀ ଦଳ ପକ୍ଷରୁ ପୂର୍ବତନ କେନ୍ଦ୍ର ବୈଦେଶିକ ଓ ଅର୍ଥ ମନ୍ତ୍ରୀ ଯଶବନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା କରାଯାଇଥିଲା । ଯଶବନ୍ତ ସିହ୍ନା ପୂର୍ବରୁ ମଧ୍ୟ ଅନେକ ବିରୋଧୀ ଦଳ ଏବଂ ବିଜେପିର ସମର୍ଥନ ଲୋଡିଥିଲେ ।
ଆପଣଙ୍କୁ କହି ରଖୁଛୁ ଜୁଲାଇ 18 ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଜୁଲାଇ 21 ରେ ଘୋଷଣା କରାଯିବ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ 24 ରେ ଶେଷ ହେବ । ବିଜେପି ନେତୃତ୍ୱାଧୀନ ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ଏହି ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।












Click it and Unblock the Notifications